Posted inଜାତୀୟ

ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲା:ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨।୮(ପି.ଟି.):ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଅପରାଧୀ ମନୋହରନ୍‌ଙ୍କ ମୃତ୍ୟୁଦଣ୍ଡାଦେଶକୁ ଗୁରୁବାର କାଏମ ରଖିଛନ୍ତି। ୨୦୧୦ରେ କୋଏମ୍ବାଟୁର୍‌ରେ ଜନୈକା ୧୦ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କୁ ଓ ତାଙ୍କ ୭ ବର୍ଷର ସାନଭାଇଙ୍କୁ ହାତଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ହତ୍ୟା କରାଯାଇଥିଲା। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହାକୁ ଅତି ନିର୍ଦ୍ଦୟ ଓ ଅମାନୁଷିକ ବୋଲି କହିବା ସହ ତଳକୋର୍ଟ ଓ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏହି ଅପରାଧ ବିରଳରୁ ବିରଳତମ ବର୍ଗରେ ଯାଉଥିବା ଖଣ୍ଡପୀଠ କହିଛନ୍ତି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ, ୨୦୧୨ ଉପରେ ୨୦୧୮ରେ ହୋଇଥିବା ସଂଶୋଧନକୁ ଧ୍ୟାନରେ ରଖି ରାୟ ପ୍ରକାଶ କରିଛନ୍ତି।
୨୦୧୦ ଅକ୍ଟୋବର ୨୯ରେ ନାବାଳିକା ଓ ତାଙ୍କ ସାନଭାଇ ସ୍କୁଲ ଯାଉଥିବାବେଳେ ମନ୍ଦିର ବାହାରୁ ସେମାନଙ୍କୁ ମନ୍ଦିର ପୂଜକ ମୋହନକ୍ରିଷ୍ଣନ ଓ ମନୋହରନ୍‌ ଉଠାଇନେଇଥିଲେ। ସେମାନେ ଉଭୟଙ୍କ ହାତ ବାନ୍ଧି ଦେଇ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ। ପରେ ସେମାନେ ଉଭୟଙ୍କୁ ବିଷଦେଇ ମାରିବାକୁ ଉଦ୍ୟମ କରିଥିଲେ। ସେଥିରେ ମୃତ୍ୟୁ ନ ହେବାରୁ ହାତବନ୍ଧା ଅବସ୍ଥାରେ ସେମାନଙ୍କୁ ପରାମ୍ବିକୁଲମ୍‌-ଅକ୍ଷର ପ୍ରୋଜେକ୍ଟ କେନାଲରେ ଫିଙ୍ଗିଦେଇଥିଲେ। ପୋଲିସ୍‌ ଏନ୍‌କାଉଣ୍ଟରରେ ମୋହନ କ୍ରିଷ୍ଣନ୍‌ ନିହତ ହୋଇଥିଲେ। ମନୋହରନଙ୍କୁ ଅପହରଣ, ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ତଳକୋର୍ଟ ମନୋହରନ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ ମାଡ୍ରାସ ହାଇକୋର୍ଟ ତାହାକୁ କାଏମ ରଖିଥିଲେ। ତିନି ଜଣିଆ ଖଣ୍ଡପୀଠରେ ଅନ୍ୟ ଜଣେ ସଦସ୍ୟ ଜଷ୍ଟିସ୍‌ ଖାନ୍‌ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଅବଶିଷ୍ଟ ଜୀବନ ଜେଲ୍‌ରେ କଟାଇବା ସପକ୍ଷରେ ମତ ଦେଇଥିବାବେଳେ ଅନ୍ୟ ଦୁଇ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ସଞ୍ଜୀବ ଖାନ୍ନା ମୃତ୍ୟୁଦଣ୍ଡକୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଝଟ୍‌କା, କାରଣ ଜାଣିଲେ…

ଅମରାବତୀ,୧୬।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲାଗିଛି ଶକ୍ତ ଝଟ୍‌କା। କାରଣ ତାଙ୍କ ଭାଇ ତଥା ଟିଡିପିର ପୂର୍ବତନ ବିଧାୟକ ନାରା ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି...

୩୭୦ ଧାରାକୁ ନେଇ କଂଗ୍ରେସର ୟୁଟର୍ନ, ରାଗିଗଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୬।୧୧: ଚଳିତ ନିର୍ବାଚନରେ ଜମ୍ମୁ କଶ୍ମୀରରେ ନାଶନାଲ କନଫରେନ୍ସ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି। ତେବେ ନିଜ ମନ ମୁତାବକ ପଦ...

ସରକାରକୁ ଆସିବାର ୪୮ ଘଣ୍ଟା ମଧ୍ୟରେ ଆମେ ନେବୁ ଏହି ନିଷ୍ପତ୍ତି: ନିର୍ବାଚନ ପୂର୍ବରୁ ରାଜ ଠାକ୍‌ରେଙ୍କ ବଡ଼ ଘୋଷଣା

ପୁଣେ,୧୬।୧୧: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ତାଙ୍କ ଦଳକୁ ଭୋଟ ଦେବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।...

୨୦୫୦ ସୁଦ୍ଧା ୨ ଗୁଣା ପ୍ଲାଷ୍ଟିକ୍‌ ବର୍ଜ୍ୟ

ନୂଆଦିଲ୍ଲୀ,୧୬ା୧୧(ପି.ଟି.):ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏହାର ସମାଧାନ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ନିମନ୍ତେ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।...

୧୭ ବର୍ଷ ପରେ ଏହି କାମ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬-୧୭ ନଭେମ୍ବରରେ ନାଇଜେରିଆ ଗସ୍ତ କରିବେ। ଏହା ସହିତ ତାଙ୍କର ତିନୋଟି ଦେଶ ଗସ୍ତ ଆରମ୍ଭ ହେବ। ୧୬-୧୭ ନଭେମ୍ବରରେ...

ସମୁଦ୍ର ମନ୍ଥନରୁ ‘ବିଷ’

ନୂଆଦିଲ୍ଲୀ/ଅହମଦାବାଦ,୧୬ା୧୧: ଦେଶର ସୁନାମଧନ୍ୟ ନିଶାଦ୍ରବ୍ୟ ନିରୋଧୀ ଏଜେନ୍ସି ଏନ୍‌ସିବି ଶୁକ୍ରବାର ୭୦୦ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ କରିଛି। ମେଥ୍‌ ବା ମେଥାମ୍ଫେଟାମାଇନ୍‌ ହେଉଛି ମାନସିକ ସ୍ଥିତି,...

ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ: ଆଖିବୁଜିଲେ ୧୦ ନବଜାତ ଶିଶୁ

ଲକ୍ଷ୍ନୌ, ୧୬।୧୧: ଝାନ୍ସି,୧୬ା୧୧:ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜର ଶିଶୁ ଓ୍ବାର୍ଡରେ ଶୁକ୍ରବାର ରାତିରେ ନିଆଁଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ...

ସ୍ତ୍ରୀ’ଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା, ମହିଳାଙ୍କୁ ଛାଡ଼ପତ୍ର ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪ା୧୧: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri