ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସରକାର କରୋନାକୁ ନେଇ ସଚେତନ କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ କେତେକ ସ୍ଥାନରେ ଗୁଜବ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ମଧ୍ୟ ଆସୁଛି। ଇତିମଧ୍ୟରେ ଜଣେ ଯୁବକ ରାସ୍ତା ମଝିରେ ନିଜକୁ କରୋନା ପଜିଟିଭ୍‌ କହି କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମିରଟରେ। ସୂଚନାଯୋଗ୍ୟ, ମିରଟ ସହରର ବେଗମୁପୁଲ ଛକଠାରେ ଜଣେ ଯୁବକ ଆସି ନିଜକୁ କରୋନା ପଜିଟିଭ୍‌ କହିଥିଲେ। ବାରମ୍ବାର ରାସ୍ତା ମଝିକୁ ଆସି ତାଙ୍କୁ କରୋନା ହୋଇଛି ବୋଲି କହିବା ସହ ଏକ କାର୍‌ ସମ୍ମୁଖରେ ଶୋଇପଡ଼ିଥିଲେ। ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା। ଏଥିସହ ସେ ସ୍ବାସ୍ଥ୍ୟ ବିଭାଗ ନାଁରେ ଅଭିଯୋଗ ଆଣିଥିଲେ। ସେ କହିଛନ୍ତି, ବାରମ୍ବାର କହିବା ସତ୍ତ୍ୱେ ସ୍ବାସ୍ଥ୍ୟ ବିଭାଗ ତାଙ୍କର କରୋନା ଯାଞ୍ଚ କରୁନାହାନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିବା ସହ ଏକ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଆମ୍ବୁଲାନ୍ସ ଆସିବା ପରେ ଉକ୍ତ ଯୁବକ ନିଜକୁ ସୁସ୍ଥ ବୋଲି କହିଥିଲେ। ପରେ ପୋଲିସ ତାଙ୍କୁ ଜବରଦସ୍ତି ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଇ ଯାଞ୍ଚ କରିବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ କହିଥିଲେ। ଅନ୍ୟପଟେ ଉକ୍ତ ଯୁବକଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ସେ ଏଭଳି ନାଟକ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିନ୍ତୁ ପୋଲିସ ଓ ହସ୍ପିଟାଲ ପ୍ରଶାସନ ଏହାକୁ ଗୁରୁତର ନେବା ସହ ଯାଞ୍ଚ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଇନିଂସ ଆରମ୍ଭ କଲେ ରଘୁବର, ସକ୍ରିୟ ରାଜନୀତିକୁ ଫେରିଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ

ରାଞ୍ଚି,୧୦।୧: ସମ୍ପ୍ରତି ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆନୁଷ୍ଠାନିକ ଭାବରେ ସକ୍ରିୟ ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ...

ଦେଶରେ ବଢୁଛି HMPV ସଂକ୍ରମିତଙ୍କ ସଂଖ୍ୟା, ୮ ବର୍ଷର ଶିଶୁଙ୍କ ନମୁନା ପଜିଟିଭ

ହିମ୍ମତନଗର,୧୦।୧: ଦେଶରେ ମାନବ ମେଟାପନ୍ୟୁମୋଭାଇରସ (HMPV) ମାମଲା ନିରନ୍ତର ବୃଦ୍ଧି ପାଉଛି। ଗୁଜୁରାଟର ସାବରକଣ୍ଠାରେ ଜଣେ ୮ ବର୍ଷର ଶିଶୁ HMPV ରେ ସଂକ୍ରମିତ ହୋଇଥିବା...

ୟୁପିରେ ଚାଞ୍ଚଲ୍ୟ: ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

ମିରଟ,୧୦।୧: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ବେଡବକ୍ସରୁ ପୋଲିସ ଜବତ କରିଛି। ଦମ୍ପତିଙ୍କ ସହ...

ଏହି ସରକାରଙ୍କ ଆସିଲା ବଡ଼ ଯୋଜନା: ପିଲା ଜନ୍ମ କଲେ ଛାତ୍ରୀଙ୍କୁ ମିଳିବ ଲକ୍ଷେ ରୁବଲ ପ୍ରୋତ୍ସାହନ ରାଶି

ମସ୍କୋ,୧୦ା୧: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ସରକାର ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହିତ, ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ...

ଉତ୍ତରପ୍ରଦେଶର ୭୬ତମ ଜିଲାର ହେବ ନିଜସ୍ବ FM ଚ୍ୟାନେଲ, ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦ା୧: ପ୍ରୟାଗରାଜ ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସର୍କିଟ ହାଉସରେ ମହାକୁମ୍ଭ ଅବସରରେ ପ୍ରସାର ଭାରତୀର ଏଫ୍‌ଏମ୍‌ ଚ୍ୟାନେଲ କୁମ୍ଭବାଣୀର ଶୁଭାରମ୍ଭ...

ୟୁପିରେ ହାଜତ ମୃତ୍ୟୁ ଅଭିଯୋଗ: ଭାଇରାଲ ଭିଡିଓ ପୋଷ୍ଟ କରି ଭାଜପାକୁ ଘେରିଲେ ଅଖିଳେଶ

ଲଖ୍‌ମୀପୁର ଖେରି,୧୧।୧: ଉତ୍ତରପ୍ରଦେଶର ଲଖ୍‌ମୀପୁରଖେରି ଅଞ୍ଚଳରେ ପୋଲିସ ବେଆଇନ ମଦ କାରବାର ଅଭିଯୋଗରେ ରାମଚନ୍ଦ୍ର ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ହାଜତରେ...

ପ୍ରାଣଘାତୀ ନୁହେଁ HMPV! ସଂକ୍ରମିତ ହେଲେ କେମିତି ଦୂରେଇବେ ବିଶେଷଜ୍ଞ ଦେଲେ ଟିପ୍ସ

ନୂଆଦିଲ୍ଲୀ,୧୦।୧: ଦେଶର ଅନେକ ରାଜ୍ୟରେ ହ୍ୟୁମାନ ମେଟାପନ୍ୟୁମୋଭାଇରସ (HMPV) ମାମଲା ରିପୋର୍ଟ ହୋଇଛି। ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ତଥାପି, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri