ନୂଆଦିଲ୍ଲୀ,୧୯।୧୨(ପି.ଟି): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଅପରାଧୀ ପଓ୍ବନ କୁମାର ଗୁପ୍ତା ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍ ସୁରେଶ କୁମାର କାୟତ ଗୁରୁବାର ଆବେଦନର ଶୁଣାଣି କରିବେ। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପଓ୍ବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ୍ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ମିଳିବାକୁ ଦାବି କରିଛନ୍ତି। ଜେଜେ ଆଇନର ଧାରା ୭ଏ ଅନୁଯାୟୀ ମାମଲା ବିଚାରର ଯେକୌଣସି ସମୟରେ ଅଭିଯୁକ୍ତଙ୍କ ନାବାଳକ ଦାବି କୋର୍ଟରେ ଉପସ୍ଥାପନ କରାଯାଇପାରିବ। ନାବାଳକ ଭାବେ ତାଙ୍କର ଦାବିକୁ ସୁନିଶ୍ଚିତ କରାଇବା ଲାଗି ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ହାଡ଼ ପରୀକ୍ଷା କରାଇବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ପଓ୍ବନ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।