ନିଜ ଦେଶରେ ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟକ, ୭ା୫: ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ପୁଣି ବର୍ଷକ ମଧ୍ୟରେ। ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ବିସ୍ଥାପିତ ହୋଇଛନ୍ତି। ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛିି। ‘ଲଷ୍ଟ୍‌ ଆଟ୍‌ ହୋମ’ ରିପୋର୍ଟରେ ଦର୍ଶାଯାଇଛି ଯେ, ଆଭ୍ୟନ୍ତରୀଣ ସଙ୍କଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଭଳି ଘଟିଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅଧିକ ଲୋକ ବାସହରା ହୋଇଥିବା ରିପୋର୍ଟରେ କୁହାଯାଇଛି। ଭାରତ, ବାଂଲାଦେଶ, ଫିଲିପାଇନ୍ସ୍‌ ଏବଂ ଚାଇନାରେ ବିଭିନ୍ନ କାରଣରୁ ଅଧିକ ଲୋକଙ୍କୁ ବେଘର କରିଛି। ୩୮ ଲକ୍ଷ ଶିଶୁ ହିଂସାକାଣ୍ଡ ଯୋଗୁ ବାସହରା ହୋଇଥିବାବେଳେ ୮୨ ଲକ୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇ ଭିଟାମାଟି ଛାଡିଛନ୍ତି। ଏସବୁ ଶିଶୁଙ୍କ ଯୋଗୁ ଆଗାମୀ ଦିନରେ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ବିସ୍ଥାପିତ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ବିପନ୍ନ ହେବାରେ ଲାଗିଛି। ୨୦୧୯ରେ ପୃଥିବୀରେ ୩କୋଟି ୩୦ ଲକ୍ଷ ଲୋକ ବାସହରା ହୋଇଥିବାବେଳେ କେବଳ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨ କୋଟି ୫୦ ଲକ୍ଷ ବାସସ୍ଥାନ ଛାଡ଼ିଛନ୍ତି। ସେହିପରି ୮୫ ଲକ୍ଷ ଆଭ୍ୟନ୍ତରୀଣ ହିଂସାକାଣ୍ଡ ଯୋଗୁ ଘର ଛାଡିଛନ୍ତି। ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ ୧ କୋଟିରୁ ଅଧିକ ଲୋକ ବାସସ୍ଥାନ ଛାଡ଼ି ପଳାୟନ କରିଛନ୍ତି। ଭାରତରେ ୨୦୧୯ରେ ବିଭିନ୍ନ କାରଣରୁ ୫୦ ଲକ୍ଷ ୩୭ ହଜାର ଲୋକ ବାଧ୍ୟ ହୋଇ ନିଜର ବାସସ୍ଥାନ ଛାଡ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ସେଥିମଧ୍ୟରୁ କେବଳ ୫୦ ଲକ୍ଷ ୧୮ ହଜାର ଲୋକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବାସ ହରାଇ ବସିଛନ୍ତି। ଅପରପକ୍ଷରେ ୧୯ ହଜାର ଲୋକ ହିଂସାକାଣ୍ଡ ଯୋଗୁ ଘର ଛାଡ଼ିଛନ୍ତି। ଫିଲିପାଇନ୍ସରେ ୪୨ ଲକ୍ଷ ୭୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ବାଂଲାଦେଶରେ ୪୦ ଲକ୍ଷ ୮୦ ହଜାର ଏବଂ ଚାଇନାରେ ୪୦ ଲକ୍ଷ ୩୦ ହଜାର ଲୋକ ଭିଟାମାଟି ଛାଡ଼ିଛନ୍ତି। ୨୦୧୯ ଶେଷ ସୁଦ୍ଧା ପୃଥିବୀର ୪ କୋଟି ୬୦ ଲକ୍ଷ ଲୋକ ନିଜ ଦେଶରେ ବାସହରା ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ କରୋନା ସଂକ୍ରମଣ ସମୟରେ ଭିଟାମାଟି ଛାଡିଥିବା ସଭିଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ବିସ୍ଥାପିତଙ୍କ ସୁରକ୍ଷା ପାଇଁ ଇତିମଧ୍ୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଫେବୃଆରୀ ୧୨ ସୁଦ୍ଧା ହାଜର ହୁଅନ୍ତୁ, ନହେଲେ…’ ଶେଖ ହାସିନାଙ୍କ ଚିନ୍ତା ବଢାଇଲେ ୟୁନୁସ୍‌, କଲେ ଏମିତି…

ଢାକା,୬।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ହାସିନା ଏବଂ ତାଙ୍କ ପୂର୍ବତନ ପ୍ରତିରକ୍ଷା...

ମାଡି ଆସୁଛି ଭୟଙ୍କର ବରଫ ଝଡ଼: ଆମେରିକାରେ ହାଇଆଲର୍ଟ

ଓ୍ବାଶିଂଟନ୍‌,୬।୧: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର...

ଅରୁଣସ୍ତମ୍ଭ ଚାରିପଟେ ୮ ଘୋଡ଼ା ଗତିଶୀଳ ମୁଦ୍ରାରେ ରହିଥିଲେ

ଆମେ ଗତ ସଂଖ୍ୟାରେ ଆଲୋଚନା କରିଥିଲେ ରାଜ୍ୟ ପ୍ରଶାସନ କୋଣାର୍କଠାରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ମଗ୍ନଥିବା ଶିଳ୍ପୀଙ୍କ ପ୍ରତି କେତେ ସତର୍କ ଥିଲେ। ଦୋଳ ଉତ୍ସବ...

ଦକ୍ଷିଣ କୋରିଆ ପହଞ୍ଚିଲେ ଆମେରିକା ବୈଦେଶିକ ମନ୍ତ୍ରୀ, ଏପଟେ ମିଶାଇଲ ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ

ସିଓଲ,୬।୧: ସୋମବାର ଉତ୍ତର କୋରିଆ ଏକ ମଧ୍ୟବର୍ତ୍ତୀ ରେଞ୍ଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ସମୁଦ୍ରରେ ଫିଙ୍ଗି ଦେଇଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର...

ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ଅର୍ଦ୍ଧନମିତ ରହିବ ଆମେରିକା ପତାକା: ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ, ୫।୧: ଆସନ୍ତା ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବାକୁ ଯାଉଛନ୍ତି। କିନ୍ତୁ ଏହି ସମୟରେ ପୂରା ଦେଶରେ...

HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ...

ଭାରତ ସହ ତୁତୁମେମେ ଭିତରେ ବାଂଲାଦେଶ ନେଲା ବଡ ନିଷ୍ପତ୍ତି! ଏହି କାର୍ଯ୍ୟକ୍ରମକୁ କଲା ରଦ୍ଦ

ଢାକା,୬।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ରବିବାର (ଜାନୁୟାରୀ ୫) ଭାରତରେ ଯୋଜନା କରାଯାଇଥିବା ନ୍ୟାୟିକ ତାଲିମ କାର୍ଯ୍ୟକ୍ରମ ବାତିଲ କରିବାକୁ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri