ନିମାପଡ଼ାକୁ ଛୁଇଁଲା କରୋନା: ୬ ପଜିଟିଭ ଚିହ୍ନଟ

ନିମାପଡ଼ା, ୧୬।୬(ଡି.ଏନ୍‌.ଏ.): ପୁରୀ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲାରୁ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ପ୍ରଥମ ଥର ପାଇଁ ନିମାପଡ଼ାକୁ କରୋନା ଛୁଇଁଛି। ନିମାପଡ଼ା ବ୍ଲକରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ନୁଆସନ୍ଥ ଗ୍ରାମ ପଞ୍ଚାୟତର ୨ଜଣ ସୁରଟ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ କୋଟକୋସାଙ୍ଗ ପଞ୍ଚାୟତର ଜଣେ ଯୁବତୀ ହାଇଦ୍ରାବାଦ ଫେରନ୍ତା, ଭିଲି ଗ୍ରାମ ପଞ୍ଚାୟତରେ ଜଣେ ମହିଳା ଓ ଜଣେ ଯୁବକ ମୁମ୍ବାଇ ଓ ଉତ୍ତରପ୍ରଦେଶ ଫେରନ୍ତା ରହିଛନ୍ତି। ସେହିପରି ମିଟେଇପୁର ପଞ୍ଚାୟତର ଜଣେ ଯୁବକ ମହାରାଷ୍ଟ୍ର ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ବିଡିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ତେବେ ଚିହ୍ନଟ ସମସ୍ତ ଆକ୍ରାନ୍ତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ଗତ ୧୩ ତାରିଖରେ ସେମାନଙ୍କ ସ୍ବାବ୍‌ ନମୁତା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ଆସିବା ପରେ ସେମାନେ ପଜିଟିଭ ଥିବା ଜଣାପଡ଼ିଛି। ଏହାପରେ ଚିକିତ୍ସା ପାଇଁ ସମସ୍ତଙ୍କୁ ଭୁବନେଶ୍ୱର କିମ୍‌ସ କୋଭିଡ ହସ୍ପିଟାଲକୁ ପଠାଯାଇଛି। ନିମାପଡ଼ାରେ ପ୍ରଥମ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ,...

ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଆକ୍ରମଣ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଲୁହା ରୋଡ୍‌ରେ ଆକ୍ରମଣ କରିଥିବା ନେଇ ଶୁକ୍ରବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି।...

ବାଇକ୍‌ରେ ଯାଉଥିଲେ ସ୍ବାମୀ-ସ୍ତ୍ରୀ: ଧକ୍କା ଦେଲା କାର୍‌…

ବନ୍ଧମୁଣ୍ଡା, ୨୩ା୧୧(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଧୀନ ଶାରୁବାହାଲ ଗାଁର ମୁଖ୍ୟ ରାସ୍ତାରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକରେ...

କାର୍‌ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଶନିବାର ଅପରାହ୍ନରେ ଅବକାରୀ ଗୋଇନ୍ଦା ଅଧିକାରୀମାନେ ଗଞ୍ଜେଇ ଚାଲାଣକାରୀକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା...

ଧର୍ମଶାଳା ବିଧାୟକଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା, କହିଲେ ରାତିରେ କାହିଁକି…

ଭୁବନେଶ୍ୱର,୨୩ା୧୧: ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଶନିବାର ପ୍ରବଳ ବର୍ଷିଛନ୍ତି। ପ୍ରମିଳା ତାଙ୍କ...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବଲାଙ୍ଗୀର,୨୩ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ରାସ୍ତା ଖର୍ଲିକାନି ଛକରେ ଶନିବାର ଏକ ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ନିକଟସ୍ଥ...

ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି/ପାଟପୁର,୨୩।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ପୋଡ଼ାମାରି ଗ୍ରାମର ଅଜୟ ଗୌଡ଼ଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ...

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା

ଭବାନୀପାଟଣା,୨୩।୧୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଚେସ୍‌...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri