ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ପ୍ରୟାସ: ଓପିଏସ୍‌ସି ଆରମ୍ଭ କଲା ୱେବ୍‌ପୋର୍ଟାଲ

କଟକ ଅଫିସ୍‌, ୬ା୨: ସରକାରୀ ପଦ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଦିଗରେ ପଦକ୍ଷେପ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ବୁଧବାର ଓପିଏସ୍‌ସି ପକ୍ଷରୁ ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ବା କମ୍ପ୍ରେହେନ୍‌ସିଭ୍‌ ସିଲେକ୍ସନ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ସିଏସ୍‌ଏମ୍‌ଏସ୍‌) ଆରମ୍ଭ ହୋଇଛି। ଅଧ୍ୟକ୍ଷ ବ୍ରିଗେଡିୟର୍‌ ଲକ୍ଷ୍ମୀଚରଣ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ନିଯୁକ୍ତି ବିଜ୍ଞପ୍ତିଠାରୁ ପରୀକ୍ଷା ଓ ଫଳ ପ୍ରକାଶ ପର୍ଯ୍ୟନ୍ତ ଏଣିକି ଏସବୁ କାର୍ଯ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଶେଷ ହେବ। ଫଳରେ ଚାକିରି ଆଶାୟୀଙ୍କୁ ପୂର୍ବଭଳି ଅନେକ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅଭିଯାନର ଫଳସ୍ବରୂପ ଏଭଳି ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ପୋର୍ଟାଲ୍‌ ପ୍ରସ୍ତୁତ କରିବାରେ ଏନ୍‌ଆଇସି ସହଯୋଗ କରିଛି।
ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷ ପଟ୍ଟନାୟକ କହିଲେ, ନିଯୁକ୍ତି ପ୍ରକ୍ରିୟାକୁ ସୀମିତ ସମୟ ଭିତରେ ସାରିବା ସହ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ଏହି ୱେବ୍‌ସାଇଟ୍‌ (www.opsc.gov.in) ଲଞ୍ଚ୍‌ କରାଯାଇଛି। ଯେକୌଣସି ବିଭାଗରେ ନିଯୁକ୍ତି ପାଇଁ ପ୍ରଥମେ ସରକାରଙ୍କ ତରଫରୁ ଏକ ଚିଠି ଆସୁଥିଲା। ସେହି ଚିଠିରେ ଉକ୍ତ ପଦବୀ ସମ୍ପର୍କରେ ତଥ୍ୟ ସହ ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କରେ ବିବରଣୀ ରହୁଥିଲା। ଯଦି କମିଶନ୍‌କୁ କିଛି ଅଧିକ ତଥ୍ୟ ଆବଶ୍ୟକ ପଡ଼ୁଥିଲା, ପୁଣି ଥରେ ସରକାରଙ୍କ ପାଖକୁ ଚିଠି ଲେଖିବାକୁ ପଡ଼ୁଥିଲା। ପରେ ପରୀକ୍ଷା ଓ ଫଳ ପ୍ରକାଶ ପାଉଥିଲା। ଏସବୁ କାର୍ଯ୍ୟ ମାନୁଆଲି କରାଯାଉଥିବାରୁ ପ୍ରାୟ ୯ମାସରୁ ଗୋଟିଏ ବର୍ଷ ସମୟ ଲାଗୁଥିଲା। ଏଣିକି ଅନ୍‌ଲାଇନ୍‌ରେ ଉଭୟ ପକ୍ଷ ତଥ୍ୟ ଦିଆନିଆ କରିବେ। ଅନ୍ୟପଟେ ଏହାଦ୍ୱାରା ପରୀକ୍ଷାର୍ଥୀ ମଧ୍ୟ ଉପକୃତ ହେବେ। ପୂର୍ବରୁ ସେମାନେ ଚାକିରି ପାଇଁ ଆବେଦନ କରିବା ସମୟରେ ବାରମ୍ବାର ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ତଥ୍ୟ ଦେଉଥିଲେ। ଏବେ ଗୋଟିଏ ଥର ପ୍ରାର୍ଥୀଙ୍କ ନାମ ୱେବ୍‌ପୋର୍ଟାଲରେ ପଞ୍ଜୀକୃତ ହେବା କ୍ଷଣି ତାଙ୍କୁ ଏକ ସ୍ବତନ୍ତ୍ର ନମ୍ବର ବା ପର୍ମାନେଣ୍ଟ ପବ୍ଲିକ ସର୍ଭିସ୍‌ ଆକାଉଣ୍ଟ ନମ୍ବର (ପିପିଏସ୍‌ଏଏନ୍‌) ମିଳିଯିବ। ଏଥିରେ ପ୍ରାର୍ଥୀଙ୍କ ସମସ୍ତ ପ୍ରକାର ତଥ୍ୟ ଯଥା ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କିତ ତଥ୍ୟ ରହିବ। ଫଳରେ ଆଗାମୀ ଦିନରେ ସେ ଯଦି ଅନ୍ୟ ପଦବୀ ପାଇଁ ଆବେଦନ କରିବେ, ତେବେ ଆଉ ନିଜ ସମ୍ପର୍କିତ କୌଣସି ତଥ୍ୟ ଦେବାକୁ ପଡ଼ିବନି। କେବଳ ପିପିଏସ୍‌ଏଏନ୍‌ ନମ୍ବର ଦେଇଦେଲେ ଯଥେଷ୍ଟ। ସେହିଭଳି ପରୀକ୍ଷାର ଫଳାଫଳ ଶୀଘ୍ର ପ୍ରକାଶ ପାଇପାରିବ। ପ୍ରାର୍ଥୀ ଚାହିଁଲେ ଉତ୍ତରଖାତା ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ୱେବ୍‌ସାଇଟ୍‌ରେ ଆପତ୍ତି ଅଭିଯୋଗ ଗ୍ରହଣ, ଆବେଦନକାରୀଙ୍କ ତଥ୍ୟ ଯାଞ୍ଚ, ନିଯୁକ୍ତି ପରିଚାଳନା, ଅନ୍‌ଲାଇନ୍‌ ପ୍ରଶ୍ନବ୍ୟାଙ୍କ୍‌, ପରୀକ୍ଷା କେନ୍ଦ୍ର ତଥ୍ୟ, ଅନ୍‌ଲାଇନ୍‌ ଡକ୍ୟୁମେଣ୍ଟ ଭେରିଫିକେଶନ୍‌ ଆଦି ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ମୋବାଇଲ୍‌ ଆପ୍ଲିକେଶନ୍‌ ମଧ୍ୟ ଲଞ୍ଚ୍‌ କରାଯିବ ବୋଲି ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ପରାମର୍ଶଦାତା ଅବସରପ୍ରାପ୍ତ କର୍ନେଲ୍‌ ଶ୍ରୀପ୍ରକାଶ ପାଣି, ଏନ୍‌ଆଇସି ଭୁବନେଶ୍ୱରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଅନୁରାଗ ପ୍ରସାଦ, ପ୍ରତିଭା ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଉପସଚିବ ମୈତ୍ରୀ ଭଟ୍ଟାଚାର୍ଯ୍ୟ ଅତିଥିଙ୍କୁ ସ୍ବାଗତ କରିଥିଲେ। ସଚିବ କୁମୁଦ ରଞ୍ଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷଙ୍କ ସ୍ବତନ୍ତ୍ର କାର୍ଯ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଏହି ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫।୧୦: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା...

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ...

ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ କେଉଁ ଚାରିଜଣଙ୍କୁ ପଚାରୁଛନ୍ତି? ତେର୍ଚ୍ଛାବାଣ ମାରିଲେ ପ୍ରସନ୍ନ, କହିଲେ…

ସମ୍ବଲପୁର,୫।୧୦: ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା...

ପିଏମ୍‌ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ : ଶୀଘ୍ରଶୀଘ୍ର କରନ୍ତୁ…

ଭୁବନେଶ୍ୱର, ୫।୧୦: ପିଏମ୍‌ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ। ସଚିବ ପାଢ଼ୀ କହିଛନ୍ତି,ଯୋଜନାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri