Posted inଖେଳ

ନିରାଶ କଲେ ଜ୍ୟୋତ୍ସ୍ନା

କାଇରୋ, ୨୯।୧୦ (ପି.ଟି.)- ଭାରତର ଏକ ନମ୍ବର ସ୍କ୍ବାଶ ଖେଳାଳି ଜ୍ୟୋତ୍ସ୍ନା ଚିନ୍ନାପା ସିଆଇବି ପିଏସ୍‌ଏ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ରାଉଣ୍ଡ-୧୬’ର ମ୍ୟାଚ୍‌ରେ ଟପ୍‌ ସିଡ୍‌ ଇଜିପ୍ଟର ନୁର୍‌ ଏଲ୍‌ ଶେର୍‌ବିନିଙ୍କ ନିକଟରୁ ପରାସ୍ତ ହୋଇ ଜ୍ୟୋତ୍ସ୍ନା ନିରାଶ କରିଛନ୍ତି। ବିଶ୍ୱ ମାନ୍ୟତାର ଦ୍ୱାଦଶ ସ୍ଥାନରେ ରହିଥିବା ଜ୍ୟୋତ୍ସ୍ନା ଏହି ମ୍ୟାଚ୍‌ରେ ୦-୩ (୫-୧୧, ୩-୧୧, ୬-୧୧) ସିଧାସଳଖ ସେଟ୍‌ରେ ନୁର୍‌ଙ୍କ ନିକଟରୁ ହାରିଯାଇଛନ୍ତି। ଶେର୍‌ବିନିଙ୍କ ନିକଟରୁ ଜ୍ୟୋତ୍ସ୍ନାଙ୍କ ଏହା ଲଗାତର ୨ୟ ପରାଜୟ। ଏଥିପୂର୍ବରୁ ୨୦୧୭ ଚାଇନା ସ୍କ୍ବାଶ ଓପନ୍‌ରେ ସେ ଏହି ଇଜିପ୍ଟ ଖେଳାଳିଙ୍କ ନିକଟରୁ ହାରିଯାଇଥିଲେ। ପୂର୍ବରୁ ଜ୍ୟୋତ୍ସ୍ନା ରାଉଣ୍ଡ-୩୨ରେ ହଂକଂର ଜୋ ତିଜି ଲୋକ୍‌ଙ୍କୁ ମାତ୍‌ ଦେଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯିବେ ନାହିଁ। ନଭେମ୍ବର ୧୧ କିମ୍ବା ୧୨ ତାରିଖରେ ଭାରତୀୟ ଦଳ...

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ: ପିସିବି’କୁ ଜଣାଇଲା ଆଇସିସି

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରି ଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବର୍ତ୍ତମାନ ସରକାରଙ୍କ...

ପାକିସ୍ତାନ ଯିବାକୁ ମନା କଲା ବିସିସିଆଇ; ଏବେ କୋର୍ଟରେ ହୋଇପାରେ ଲଢେଇ

ନୂଆଦିଲ୍ଲୀ,୧୦।୯: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଅଂଶ ଗ୍ରହଣ କରିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ବିସିସିଆଇ ମନା କରିଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କୋର୍ଟ...

ପର୍ଥରେ ମାଟି କାମୁଡିଲା ଅଷ୍ଟ୍ରେଲିଆ, ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ

ପର୍ଥ,୧୦।୧୧: ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ। ପର୍ଥରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ଦଳ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ...

ଆମେ ଏବେ ବି ପରିବାର, ୫ ମାସ ହେବ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!

ନୂଆଦିଲ୍ଲୀ,୧୦।୧୧: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅତୀତରେ ଅନେକ ଚର୍ଚ୍ଚାରେ ଥିଲା। ପ୍ରାୟ ୫ମାସ ପୂର୍ବେ,...

ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ…

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ...

ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୯।୧୧: ଜାତୀୟ ଦଳ ପରେ ରଣଜୀ ଟ୍ରଫିରେ ଖରାପ ପ୍ରଦର୍ଶନକୁ ନେଇ ଡ୍ରପ୍‌ ହୋଇ ଚର୍ଚ୍ଚାକୁ ଆସିଥିଲେ କ୍ରିକେଟର ପୃଥ୍ବୀ ଶ’। ହେଲେ ଏବେ ତାଙ୍କ...

ପାକିସ୍ତାନକୁ ଲାଗିପାରେ ଝଟ୍‌କା, ପାକିସ୍ତାନ ଗସ୍ତ ପାଇଁ ବିସିସିଆଇକୁ ଭାରତ ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସବୁଜ ସଙ୍କେତ?

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ କି ନାହିଁ? ଏହି ପ୍ରଶ୍ନ ସମସ୍ତଙ୍କୁ ଅସୁବିଧାରେ ପକାଉଛି । ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri