ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ଦୋଷୀ ମୁକେଶ କୁମାର ସିଂଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଏବେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ନିକଟରୁ ଖାରଜ ହୋଇ ଆସିଥିବା ଫାଇଲକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି। ଇତିମଧ୍ୟରେ ତିହାର ଜେଲ ଅଧିକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ସରକାରୀ ଓକିଲ ଦିଲ୍ଲୀର ଏକ କୋର୍ଟକୁ ରାଷ୍ଟ୍ରପତି ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରିଦେଇଥିବା ସୂଚନା ଦେଇଛନ୍ତି। ଏହାସହ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କି ଦୋଷୀଙ୍କ ଫାଶୀ ମିଳିବାର ନୂଆ ତାରିଖ ଓ ସମୟ ଜାରି କରନ୍ତୁ।