ନିଶାଣ, ମହତାପରେ ପୁରୁଣା ପରମ୍ପରା ଛାପ

କଟକ ଅଫିସ : ଆସନ୍ତା ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ। ଦଶହରା ଆରମ୍ଭକୁ କିଛି ଦିନ ରହିଲା। ତେବେ କଟକର ପ୍ରସିଦ୍ଧ ଦଶହରା କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଭିନ୍ନ ଓ ଅନନ୍ୟ। ଏଠାରେ କେତେକ ସ୍ବତନ୍ତ୍ର ପରମ୍ପରା ଦେଖିବାକୁ ମିଳେ, ଯାହା ପ୍ରଥମ ଥର ଏହି ସହରରେ ଆରମ୍ଭ ହୋଇଥିଲା। ଗୋଟିଏ ହେଉଛି ନିଶାଣ ଓ ଅନ୍ୟଟି ହେଉଛି ମହତାପ ବାଣ। ୧୮୬୦ ମସିହାରେ କଟକରୁ ପ୍ରକାଶିତ ଏକ ପ୍ରଶ୍ନୋତ୍ତର ମୂଳକ ପତ୍ରିକାରେ ଉକ୍ତ ଦୁଇଟି ନାମ ଉଲ୍ଲେଖ ରହିଥିବା ଜଣାପଡ଼େ। ତେଣୁ ଉକ୍ତ ଦୁଇଟି ବିଶେଷ ପରମ୍ପରାର ଆରମ୍ଭ ପ୍ରାୟ ୧୮୦୦ ମସିହାରୁ ହୋଇଥିବା କୁହାଯାଏ।
ଭସାଣି ଯାତ୍ରା ବେଳେ ମେଢ଼ ଆଗରେ ପତାକା ଯାଏ। ବାଉଁଶରେ ବନ୍ଧା ହୋଇଥିବା ଏହି ପତାକାକୁ ‘ନିଶାଣ’ କୁହାଯାଏ। ରାଜରାଜୁଡ଼ା ଅମଳରୁ ନିଶାଣର ବ୍ୟବହାର ହୋଇଆସୁଛି। ରାଜା କିମ୍ବା ତାଙ୍କର କୌଣସି ଶୋଭାଯାତ୍ରା ଯିବାବେଳେ ନିଶାଣ ଆଗରେ ଯାଏ। ନିଶାଣରେ ସ୍ବତନ୍ତ୍ର ଚିହ୍ନ ଥାଏ। ଯେଉଁଥିରୁ ଜଣାପଡ଼େ ଯେ କେଉଁ ରାଜା ଆସୁଛନ୍ତି। କଟକରେ ଅନେକ ରାଜାଙ୍କ କୋଠା ଥିବାରୁ ଏଠାରେ ବହୁ ରାଜପରିବାର ରହୁଥିଲେ। ପ୍ରତ୍ୟେକ ରାଜାଙ୍କର ଭିନ୍ନ ଭିନ୍ନ ନିଶାଣ। ଏହି ପରମ୍ପରା ଦଶହରା ଭସାଣି ଯାତ୍ରାରେ ଯୋଡ଼ି ହୋଇଛି। ଏବେ କଟକରେ ୧୫୯ ପୂଜା କମିଟି। ପ୍ରତ୍ୟେକ ପୂଜା କମିଟି ଭସାଣି ଯାତ୍ରାରେ ଯିବାବେଳେ ନିଶାଣକୁ ଆଗରେ ନିଅନ୍ତି ଓ ନିଶାଣ ଦେଖି ହିଁ ଲୋକେ ଜାଣିପାରନ୍ତି କେଉଁ ପୂଜା କମିଟିର ମେଢ଼ ଆସୁଛି। ରଙ୍ଗ ଓ କିଛି ଚିହ୍ନକୁ ନେଇ ନିଶାଣର ଭିନ୍ନତା ଜଣାପଡ଼େ। ହଜାର ବର୍ଷର ସହର ପରିଚୟ ପାଇଥିବା କଟକରେ ଏହି ପରମ୍ପରା ଏବେ ବି ପ୍ରଚଳିତ।
ଆଉ ଗୋଟିଏ ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ, ତାହା ହେଲା ମହତାପ ବାଣ। ମହତ୍‌ ତାପ ଶବ୍ଦରୁ ଆସିଛି ମହତାପ। ବିନା ଶବ୍ଦରେ ଫୁଟୁଥିବା ଏହି ବାଣ ବେଶ୍‌ ଆକର୍ଷଣୀୟ। ବାଣରେ ନିଆଁ ଲାଗିଲେ କିଛି ମିନିଟ ଧରି ସ୍ଥାନୀୟ ପରିବେଶ ରଙ୍ଗମୟ ହୋଇଯାଏ। ଏଥିରୁ ରଙ୍ଗିନ ଧୂଆଁ ଉଠୁଥିବା ଦେଖିବାକୁ ମିଳେ। ବାରୁଦ ଓ କିଛି ରାସାୟନିକ ସାମଗ୍ରୀକୁ ନେଇ ଏହା ତିଆରି ହୋଇଥାଏ। ଏହି ବାଣ କଟକର ଦଶହରା ସହିତ ବହୁ ଆଗରୁ ଯୋଡ଼ି ହୋଇ ରହିଛି। ପୂର୍ବରୁ ହାତଗଣତି ଚାନ୍ଦିମେଢ଼ ଥିବା ବେଳେ ଅଧିକାଂଶ ଜରି ମେଢ଼ ରହୁଥିଲା। ଏଣୁ ସେ ସମୟରେ ଯେଉଁ ମହତାପ ବାଣ ବ୍ୟବହାର କରାଯାଉଥିଲା ସେ ସବୁରୁ କମ୍‌ ଧୂଆଁ ବାହାରୁଥିଲା। ଏବେ ପୁରୁଣା କ୍ବାଲିଟିର ମହତାପ ବାଣ ନାହିଁ। କ୍ବାଲିଟି ଖରାପ ହେଲାଣି ବୋଲି ସହରର ଜଣେ ପୁରୁଖା ବ୍ୟକ୍ତି କହିଛନ୍ତି। ଏହି ବାଣ ନିମଚୌଡ଼ି ଅଞ୍ଚଳରେ ତିଆରି ହୁଏ। ବିଭିନ୍ନ ରଙ୍ଗର ମହତାପ ବାଣ ରହିଥିବା ବେଳେ ନାଲି ରଙ୍ଗର ବାଣ ଅଧିକ ବ୍ୟବହାର ହେଉଥିବା ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ...

ବାର୍‌ହା ଉପଦ୍ରବ: ୨୦ ଏକର କଦଳୀ ଚାଷ କ୍ଷତିଗ୍ରସ୍ତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ବୋରିଆ ଗ୍ରାମର ଭିମା ପାଣି ପଞ୍ଚାୟତ ଅଧୀନରେ ଚାଷୀମାନେ କରିଥିବା କଦଳୀ ଚାଷ ଉପରେ...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ନେଲା ଦୁଇ ଜୀବନ। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା...

ମହିଳାଙ୍କ ଅଶ୍ଳୀଳ ଭିଡିଓ, ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨ା୧୨(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ବିଷ ଦେଲେ ଯୁବକ। ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ବ୍ଲାକମେଲ୍‌ କରି ନେଇଗଲେ...

ଅଦିନିଆ ବର୍ଷା, ସଙ୍କଟରେ ଧାନଚାଷୀ

ରାଜକନିକା,୨୨ା୧୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୃଷି ବିଭାଗ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ପ୍ରାୟ ୧୪ହଜାର ହେକ୍ଟର ଜମିରେ ଧାନ...

ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ

ଜଗତସିଂହପୁର ଅଫିସ, ୨୨ା୧୨ (ପ୍ରମୋଦ କୁମାର ନାୟକ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମାତ୍ରାଧିକ ବର୍ଷା...

ଆଜି ଶିମିଳିପାଳ ବନ୍ଦ

ବାରିପଦା,୨୨।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲଗାଣ ବର୍ଷା ଯୋଗୁ ରବିବାର ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ ଦୁଇଟି ଗେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri