ନୀଳଗିରି ଲ୍ୟାମ୍ପରେ ଉତ୍ତେଜନା: ୩ ଅଧିକାରୀଙ୍କୁ ୩ ଘଣ୍ଟା ଅଟକ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପରେ ଶନିବାର ଉତ୍ତେଜନା ଦେଖାଦେଇଛି। ପଞ୍ଜିକରଣରେ ଅନିୟମିତତା ଅଭିଯୋଗ କରି ଚାଷୀମାନେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକଙ୍କୁ ୩ ଘଣ୍ଟା ଧରି ଅଟକ ରଖିଥିଲେ। ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଚଳିତବର୍ଷ ଧାନବିକ୍ରି ପାଇଁ ଏହି ଲ୍ୟାମ୍ପ ଅଧୀନ କାଂଶ ଓ ଅଯୋଧ୍ୟା ସୋସାଇଟିରେ ବହୁଚାଷୀ ନାମ ପଞ୍ଜିକରଣ ପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ହେଲେ ଅଧିକାଂଶ ଚାଷୀ ପଞ୍ଜିକରଣ ତାଲିକାରୁ ବାଦ୍‌ ପଡ଼ିଥିବାରୁ ଉତ୍ତେଜନା ଦେଖାଦେଇଥିଲା। ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ଯୋଗାଣ ବିଭାଗର ସେକ୍ରେଟାରିଙ୍କୁ ଚାଷୀମାନେ ଅଭିଯୋଗ କରିଥିଲେ। ହେଲେ ବାଦ୍‌ ପଡ଼ିଥିବା ଚାଷୀଙ୍କ ନାମ ପଞ୍ଜିକରଣ ହୋଇପାରି ନ ଥିଲା। ସରକାରଙ୍କ ତରଫରୁ ଗତ ଅଗଷ୍ଟ ୬ ତାରିଖରେ ପଞ୍ଜିକରଣ ଆରମ୍ଭ ହୋଇଥିଲା ବେଳେ ସେପ୍ଟେମ୍ବର ୧୭ଶେଷ ତାରିଖ ରହିଥିଲା। ଏହି ପଞ୍ଜିକରଣର ଅବଧି ବୃଦ୍ଧି ହୋଇ ସେପ୍ଟେମ୍ବର ୨୨ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଏହି ସମୟ ମଧ୍ୟରେ ପଞ୍ଜୀକରଣ ହୋଇପାରି ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଶନିବାର କାଂଶ ସୋସାଇଟିରେ ଧାନକ୍ରୟ ପାଇଁ କାଂଶ ସୋସାଇଟିର ଶାଖା ପରିଚାଳକ ମନୋଜ କୁମାର ମହାପାତ୍ର ପହଞ୍ଚିଥିଲେ। ହେଲେ ଅଣପଞ୍ଜିକୃତ ଚାଷୀ ଏହାକୁ ବିରୋଧ କରି ଧାନକ୍ରୟ କରିବାକୁ ଦେଇ ନ ଥିଲେ। ଘଟଣାସ୍ଥଳରେ ଭାରପ୍ରାପ୍ତ ଏସ୍‌ଆରସିଏସ୍‌ ଲକ୍ଷ୍ମୀଧର ରାଉତ ଓ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲେ। ହେଲେ ଉତ୍ତେଜିତ ଚାଷୀ ସନାତନ ବିଶ୍ୱାଳ, ଚିନ୍ତାମଣି ମହାଳିକ, ମନୋରଞ୍ଜନ ଦାସ, ରଘୁନାଥ ଦାସ, ଶିବଶଙ୍କର ମହାପାତ୍ର, କରୁଣାକର ମହାପାତ୍ର, ବନଜା ମହାପାତ୍ର, ଚିତ୍ତରଞ୍ଜନ ରାଉତ, ସୁବାଶିଷ ମହାପାତ୍ର, ସଞ୍ଜୟ ଦଳେଇ, କାର୍ତ୍ତିକ ବେହେରା ପ୍ରମୁଖ ୩ଜଣ ଅଧିକାରୀଙ୍କୁ ୩ ଘଣ୍ଟା ଧରି ଅଟକ ରଖିଥିଲେ। ଖବରପାଇ ଅଯୋଧ୍ୟା ଫାଣ୍ଡି ଅଧିକାରୀ ମନୋରଞ୍ଜନ ପୁହାଣ ସଦଳବଳେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପଞ୍ଜିକୃତ ଚାଷୀମାନଙ୍କର ଧାନ କ୍ରୟ କରାଗଲେ ଅଣପଞ୍ଜିକୃତ ଚାଷୀଙ୍କ ଧାନ ମଧ୍ୟ କ୍ରୟ କରାଯାଉ ବୋଲି ଦାବି ହୋଇଥିଲା। ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ନାୟକ ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଅଯୋଧ୍ୟା ଓ କାଂଶ ଧାନମଣ୍ଡିରୁ ଧାନ କ୍ରୟ ବନ୍ଦ ରହିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଅଟକ ୩ ଅଧିକାରୀଙ୍କୁ ଚାଷୀମାନେ ଛାଡ଼ିଥିଲେ। ଅପରପକ୍ଷରେ ପଞ୍ଜିକୃତ ଚାଷୀଙ୍କ ଧାନ କ୍ରୟ ବନ୍ଦ କରାଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri