Posted inଖେଳ

ନୁର- ସୁଲତାନରେ ଇଣ୍ଡୋ- ପାକ୍‌ ଡେଭିସ କପ୍‌ ଟାଇ

ନୂଆଦିଲ୍ଲୀ,୧୯।୧୧ (ପି.ଟି.)- ପାକିସ୍ତାନର ରିଭ୍ୟୁ ଅପିଲକୁ ପ୍ରତ୍ୟାଖାନ କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେଶ (ଆଇଟିଏଫ୍‌)। ଅନ୍ୟପଟେ ଆଇଟିଏଫ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅୟୋଜନ ହେବାକୁ ଥିବା ଡେଭିସ୍‌ କପ୍‌ ଟାଇ ପାଇଁ ଏକ ନିରପେକ୍ଷ ଭେନ୍ୟୁର ନାମ ଘୋଷଣା କରିଛି। ଏହି ବିବାଦୀୟ ତଥା ବହୁ ଚର୍ଚ୍ଚିତ ମ୍ୟାଚ୍‌ କାଜାଖସ୍ତାନର ରାଜଧାନୀ ନୁର- ସୁଲତାନରେ ଆୟୋଜନ ହେବ ବୋଲି ଆଇଟିଏଫ୍‌ ମଙ୍ଗଳବାର ସ୍ପଷ୍ଟ କରିଛି।

ଏହା ପୂର୍ବରୁ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଗତ ୪ ତାରିଖରେ ଡେଭିସ୍‌ କପ୍‌ ମ୍ୟାଚ୍‌କୁ ନିରପେକ୍ଷ ଭେନ୍ୟୁ ସ୍ଥାନାନ୍ତର କରିବା ନେଇ ଆଇଟିଏଫ୍‌ର ନିଷ୍ପତ୍ତି ବିରୋଧରେ ରିଭ୍ୟୁ ଅପିଲ୍‌ କରିଥିଲା। ଏହି ମ୍ୟାଚ୍‌ ଆସନ୍ତା ୨୯ରୁ ୩୦ ତାରିଖ ମଧ୍ୟରେ ଆୟୋଜନ ହେବ। ଯଦି ଭାରତୀୟ ତୀର୍ଥଯାତ୍ରୀ ବିନା ସୁରକ୍ଷା ଭୟରେ ପାକିସ୍ତାନ ଯାତ୍ରା କରିଛନ୍ତି, ତାହାଲେ ଭାରତୀୟ ଦଳ କାହିଁକି ଇସ୍‌ଲାମାବାଦ୍‌ରେ ମ୍ୟାଚ୍‌ ଖେଳିବ ନାହିଁ ବୋଲି ପିଟିଏଫ୍‌ ଯୁକ୍ତି ବାଢ଼ିଥିଲା। ତେବେ ଆଇଟିଏଫ୍‌ ଟ୍ରବୁନାଲ ଏହାକୁ ଶେଷରେ ପ୍ରତ୍ୟାଖାନ କରିଛି। ପୁଣି ପାକିସ୍ତାନ କୌଣସି ନୁରପେକ୍ଷ ଭେନ୍ୟୁ ନେଇ ପ୍ରସ୍ତାବ ଦେଇନାହିଁ। ଫଳରେ ନୁର- ସୁଲତାନକୁ ଭେନ୍ୟୁ ରୂପେ ଚୟନ କରାଗଲା ବୋଲି ଆଇଟିଏଫ୍‌ କହିଛି। ଅତ୍ୟଧିକ ଥଣ୍ଡା କାରଣରୁ ମ୍ୟାଚ୍‌ଗୁଡିକ ଇନ୍‌ଡୋର କୋର୍ଟରେ ଖେଳାଯିବ। ଇନ୍‌ଡୋର ପରିବେଶ ଆମ ଖେଳାଳିଙ୍କୁ ସୁହାଇବ। ଏହା ଦ୍ୱାରା କେବଳ ଗ୍ରାସ୍‌ କୋର୍ଟ ନୁହଁ ହାର୍ଡ କୋର୍ଟରେ ମଧ୍ୟ ଆମ ଖେଳାଳିମାନେ ଭଲ ଖେଳିପାରିବେ ବୋଲି ଭାରତୀୟ କୋଚ୍‌ ଜଶାନ ଅଲି କହିଛନ୍ତି। ଇନ୍‌ଡୋରରେ ଖେଳିଲେ ମଧ୍ୟ ଥଣ୍ଡା ପରିବେଶ ଦ୍ୱାରା ଆମ ଖେଳାଳିଙ୍କ ଶରୀର ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ଏହା ଦ୍ୱାରା କ୍ୱାଲିଟି ଟେନିସ ଦେଖିବାକୁ ମିଳିବ। କାରଣ ଇନ୍‌ଡୋରରେ ଖେଳିଲେ ସୂର୍ଯ୍ୟ କିରଣ ଓ ପବନ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଏହି ମ୍ୟାଚ୍‌ ଇସ୍‌ଲାମାବାଦ୍‌ରେ ପ୍ରଥମେ ସେପ୍ଟେମ୍ବରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ପାକିସ୍ତାନରେ ସୁରକ୍ଷା ନେଇ ଆପତ୍ତି ଉଠାଇବାରୁ ଏହାକୁ ନଭେମ୍ବର ୨୯-୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏଡି ଡେଭିସ୍‌ କପ୍‌ ଟାଇ ପାଇଁ ଭାରତ ଏକ ପୂର୍ଣ୍ଣ କ୍ଷମତାସମ୍ପନ୍ନ ଦଳ ଘୋଷଣା କରିଛି। ଇସ୍‌ଲାମାବାଦରେ ଖେଳିବାକୁ ଭାରତୀୟ ଖେଳାଳିମାନେ ଅନିଚ୍ଛା ପ୍ରକାଶ କରିଥିଲେ ଓ ନିରପେକ୍ଷ ଭେନ୍ୟୁରେ ଖେଳିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଦୁଇଜଣ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଓ ରାମକୁମାର ରାମନାଥନ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେହିପରି ଅଭିଜ୍ଞ ଲିଆଣ୍ଡର ପେସ ଓ ଜୀବନ ନେଦୁଞ୍ଚେଝିଆନ୍‌ ଡବଲ୍ସ ପାର୍ଟନର ହିସାବରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା କାରଣରୁ ଶ୍ରେଷ୍ଠ ଡବଲ୍ସ ଖେଳାଳି ରୋହନ ବୋପାନ୍ନା ଏହି ଟାଇରୁ ଓହରିଯାଇଛନ୍ତି। ଅନ୍ୟପଟେ ଯଦି ଟାଇ ସ୍ଥାନାନ୍ତର ହୁଏ ତେବେ ପାକିସ୍ତାନର ଶ୍ରେଷ୍ଠ ଟେନିସ ଖେଳାଳି ଏଇସାମ- ଉଲ – ହକ କୁରେସି ଏଥିରୁ ଓହରିଯିବେ ବୋଲି ଧମକ ଦେଇଛନ୍ତି। ତେବେ ଏ ନେଇ ଆମର କିଛି କରିବାର ନାହିଁ ବୋଲି ଜିସାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri