ରାଇସୁଆଁ,୨୭।୪(ଡି.ଏନ୍.ଏ.): ମହାମାରୀ କରୋନକୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍ଡାଉନ ଜାରିରହିଛି। ଏହି ସମୟରେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥିବା ଶ୍ରମିକମାନେ ଫସି ରହିଛନ୍ତି। ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି। ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ କେନ୍ଦୁଝର ଜିଲା ସଦର ବ୍ଲକ ନୂଆଗାଁ ପଞ୍ଚାୟତ଼ ପରିସରରେ ବାହାର ଫେରନ୍ତାଙ୍କ ନିମନ୍ତେ ପଞ୍ଚିକରଣ ପ୍ରକ୍ରିୟା ରବିବାରଠାରୁ ଆରମ୍ଭ ହୋଇଯାଇଛି। ବାହାରେ ଫସି ରହିଥିବା ଝିଅପୁଅଙ୍କୁ ଫେରାଇ ଆଣିବାକୁ ଲୋକେ ପଞ୍ଜିକରଣ କରୁଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦୁଝର