ଓ୍ବାଶିଂଟନ,୪।୧: ନୂଆବର୍ଷ ଅବସରରେ ଭିନ୍ନ ଭିନ୍ନ ଢଙ୍ଗରେ ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ଏବେ କମ୍ପାନୀ ଦାବି କରିଛି ଯେ, ଚଳିତ ବର୍ଷ ହ୍ବାଟସ୍ ଆପ୍ ମାଧ୍ୟମରେ ପ୍ରାୟ ଶହେ ଅରବ ମେସେଜ୍ ଆଦାନ ପ୍ରଦାନ କରାଯାଇଛି, ଯାହା ଏକ ରେକର୍ଡ। ଏହା ପୂର୍ବରୁ କେବେ ଏତେ ସଂଖ୍ୟାରେ ମେସେଜ୍ ଆଦାନ ପ୍ରଦାନ ହୋଇ ନ ଥିବା କମ୍ପାନୀ କହିଛି। ଲୋକେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ, ଟେଲିଗ୍ରାମ୍ ଆଦି ମାଧ୍ୟମରେ ନୂଆବର୍ଷ ଅଭିନନ୍ଦନ ଜଣାଇଥିବା ବେଳେ ଚଳିତବର୍ଷ କିନ୍ତୁ ଏହା ହ୍ବାଟସ୍ ଆପ୍ର ସର୍ବାଧିକ ମେସେଜ୍ ବୋଲି କମ୍ପାନୀ ଦାବି କରିଛି। ଭାରତରେ ୪୦ କୋଟିରୁ ଅଧିକ ଲୋକ ହ୍ବାଟସ୍ ଆପ୍ ବ୍ୟବହାର କରୁଥିବା ବେଳେ ଏଥର ନୂଆବର୍ଷରେ ଭାରତୀୟମାନେ ପ୍ରାୟ ୨୦ ଅରବ ହ୍ବାଟସ୍ ଆପ୍ ମେସେଜ୍ ଆଦାନ ପ୍ରଦାନ କରିଥିବା କମ୍ପାନୀ କହିଛି।