Posted inରାଜ୍ୟ

ପଙ୍କପାଳରେ ମାଙ୍କଡ଼ ଆତଙ୍କ: ଭୟରେ ହନୁମାନଙ୍କ ପୂଜା କଲେ ଗ୍ରାମବାସୀ

କୁଜଙ୍ଗ,୧୬ା୬(ସ୍ବ.ପ୍ର.): ଦୀର୍ଘ ଏକ ମାସ ହେଲା ପଙ୍କପାଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମାଙ୍କଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଇତିମଧ୍ୟରେ ମାଙ୍କଡ଼ ଆକ୍ରମଣରେ ୨୧ରୁ ଊର୍ଦ୍ଧ୍ୱ ଲୋକ ଆହତ ହେଲେଣି। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ବନ ବିଭାଗ ଉକ୍ତ ମାଙ୍କଡ଼କୁ କାବୁ କରିବାରେ ସକ୍ଷମ ହୋଇନାହିଁ। ତେଣୁ ସ୍ଥାନୀୟ ଲୋକ ବନ ବିଭାଗ ଉପରୁ ଭରସା ତୁଟାଇ ପୂଜାପାଠ ଆରମ୍ଭ କରିଛନ୍ତି। ଶନିବାର ପଙ୍କପାଳ ଗ୍ରାମବାସୀ ହନୁମାନଙ୍କ ପୂଜା କରିଛନ୍ତି। ଏହି ଅବସରରେ ବିଗ୍ରହଙ୍କ ସ୍ନାନ, ହନୁମାନ ଚାଳିଷା ପାଠ, ହୋମଯଜ୍ଞ କରାଯାଇଛି। ସମିତି ସଭ୍ୟ ଅକ୍ଷୟ କୁମାର ସାହୁ, ଆଶୁତୋଷ କଣ୍ଠ, ୱାର୍ଡସଭ୍ୟ ନରେନ୍ଦ୍ର ନାୟକ, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା କର, ଫକୀର ସାହୁ ପ୍ରମୁଖଙ୍କ ପରିଚାଳନାରେ ପୂଜା କରାଯାଇଥିଲା। ପଣ୍ଡିତ ତ୍ରିଲୋଚନ ମିଶ୍ର, ନୀରଞ୍ଜନ ଦାଶ ଓ ତରୁଣ ଦାଶ ପ୍ରମୁଖ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ତିଳୋତ୍ତମା କଣ୍ଠ, ଭାରତୀ ପରିଡା, ମିତାଲି ଦାଶ, ତରୁଲତା ଦାସ, ମମତା ଦାଶ, ସବିତା ଦାସ, ମୀନା ଦାସ, ପ୍ରଫୁଲ୍ଲ ମିଶ୍ର, ଟୁନି ସାହୁ, ନାରାୟଣ ସାହୁ, କମଳାକାନ୍ତ ମିଶ୍ର ପ୍ରମୁଖ ପୂଜାପାଠରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଉକ୍ତ ମାଙ୍କଡ଼କୁ କାବୁ କରିବା ଦାବିରେ ପଙ୍କପାଳ ଗ୍ରାମବାସୀଙ୍କ ସହ ଇନ୍ଦିରା କଲୋନୀର ଲୋକମାନେ ବହୁବାର ରାସ୍ତାରୋକୋ କରିଥିଲେ। ଏଥିସହ ବନ ବିଭାଗର ଚାରା ଉତ୍ପାଦନ କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନନ୍ଦନକାନନରୁ ଏକ ଟ୍ରାଙ୍କୁଲାଇଜର ଟିମ୍‌ ସହ ରାଜନଗରରୁ ମାଙ୍କଡ଼ ଧରାଳି ଦଳ ଆସି କେତୋଟି ମାଙ୍କଡ଼ ଧରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଲୋକଙ୍କୁ ଆକ୍ରମଣ କରୁଥିବା ମାଙ୍କଡ଼ କାବୁ ହୋଇପାରିନାହିଁ। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ମାଙ୍କଡ଼ ଧରାପଡୁନାହିଁ। ଅନ୍ୟପକ୍ଷରେ ଆଉ ଦିନ କେଇଟା ପରେ ବିଦ୍ୟାଳୟ ଖୋଲିବାକୁ ଥିବାରୁ ମାଙ୍କଡ଼ ଭୟରେ ପିଲାଙ୍କୁ ଘରୁ ଛାଡ଼ିବାକୁ ନେଇ ଅଭିଭାବକ ଚିନ୍ତାରେ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରୀ ହେଲା ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା: ୧୦୦୦ ଅଭିଯୋଗକାରୀଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ସମସ୍ୟା ଶୁଣିଛନ୍ତି। ଏଥିସହିତ ପ୍ରଥମ...

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ

ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ଜିଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ

ଭୁବନେଶ୍ୱର,୨୩।୯- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଅଭିଯୋଗ ଶୁଣାଣି ହୋଇଛି। ସୋମବାର ପୂର୍ବାହ୍ନ ୧୧ଟାରୁ ୟୁନିଟ-୫ ର ସରକାରୀ...

ଅନୁପସ୍ଥିତ ଥିଲେ ସିଡିପିଓ, ଛତୁଆ କେନ୍ଦ୍ରରେ ହଠାତ୍‌ ପହଞ୍ଚିଲେ ଉପଜିଲାପାଳ, ଆଉ ତା’ପରେ…

କୋକସରା,୨୩।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟରେ ଗର୍ଭବତୀ, ଶିଶୁ, କିଶୋରୀ ବାଳିକାଙ୍କୁ କୁପୋଷଣ, ଅପପୃଷ୍ଟିରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ...

ଦିନକ ପରେ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)- କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର...

କ୍ୟାପିଟାଲ ହସ୍ପିଟାଲରେ ଡଷ୍ଟବିନରୁ ମିଳିଲା ନବଜାତକଙ୍କ ମୃତଦେହ

ଭୁବନେଶ୍ୱର,୨୩।୯: କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯାଏ ମହିଳାଙ୍କୁ ସଶକ୍ତ କରିବା ଲାଗି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଥିଲେ...

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି

କଟକ,୨୩।୯: ଅତୀତରେ କଟକରୁ ଖାଇବା ଘିଅ, ଡିଟରଜେଣ୍ଟ ପାଉଡରଠାରୁ ଆରମ୍ଭ ନାନା ପ୍ରକାର ଖାଦ୍ୟ ସାମଗ୍ରୀର ଅପମିଶ୍ରଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଏବେ କିଛି ଖଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri