ପଢ଼ୁଛନ୍ତି ୧୦ରୁ କମ୍‌ ଛାତ୍ରୀଛାତ୍ର: କଳାହାଣ୍ଡିରେ ବନ୍ଦ ହେବ ୧୮ ପ୍ରାଥମିକ ସ୍କୁଲ

ଭବାନୀପାଟଣା,୧୨।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଦଶ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟସ୍ଥ ସ୍କୁଲଗୁଡିକରେ ନାମ ଲେଖାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ହୋଇଥିବା ସ୍କୁଲ ନିକଟରେ କୋଣସି ସ୍କୁଲ ନ ଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଦୂର ସ୍ଥାନରେ ଥିବା ସ୍କୁଲକୁ ଯିବାକୁ ପଡ଼ୁଥିଲେ, ଛାତ୍ରଛତ୍ରୀଙ୍କୁ ସ୍କୁଲ ଓ ଗଣଷିକ୍ଷା ବିଭାଗ ବାଟ ଖର୍ଚ୍ଚ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏହି କ୍ରମରେ ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା କଳାହାଣ୍ଡି ଜିଲାର ୧୮ ଟି ସ୍କୁଲ ବନ୍ଦ ହେବ ବୋଲି ଜଣାପଡିଛି। ସେଥିମଧ୍ୟରୁ ଜୁନାଗଡ ଓ ମ. ରାମପୁର ବ୍ଳକ୍‌ର ୪ ଟି ଲେଖାଏ ଥିବାବେଳେ କୋଲସରା ବ୍ଳକ୍‌ର ୨ଟି ସ୍କୁଲ ଏବଂ ଧର୍ମଗଡ଼, ଗୋଲାମୁଣ୍ଡା, କେସିଙ୍ଗା, ଓ ନର୍ଲା ବ୍ଳକ୍‌ର ଗୋଟିଏ ଲେଖାଏ ସ୍କଲ ବନ୍ଦ ହେବ ବୋଲି ଜଣାପଡିଛି। ଜୁନାଗଡ ବ୍ଳକ୍‌ର ଭାଲୁଗୁଣ୍ଡରୀପଡା ନୂତନ ପ୍ରାଥମିକ ସ୍କୁଲ ଜିଲିଂ, କୁମ୍ଭାରପଡା ନୂତନ ପ୍ରାଥମିକ ସ୍କୁଲ ଚିକିଲି, କଛାରପଡ଼ା ନୂତନ ପ୍ରଥମିକ ସ୍କୁଲ ଗଉଡଛେଣ୍ଡିଆ ଓ କୁସୁମଦର ନୂତନ ପ୍ରାଥମିକ ସ୍କୁଲ ବନ୍ଦ ହେବ ା ସେହିପରି ମ. ରାମପୁର ବ୍ଲକ୍‌ର ଶ୍ରୀଗୁନ ପ୍ରାଥମିକ ବିଦ୍ୟାଳୟ, ଭଞ୍ଜମୁଣ୍ଡା ନୂତନ ପ୍ରାଥମିକ ସ୍କୁଲ, ସରେଙ୍ଗପଡା ନୂତନ ପ୍ରାଥମିକ ସ୍କୁଲ ଓ ପଣ୍ଡକାମାଲ ପ୍ରାଥମିକ ସ୍କୁଲ ବନ୍ଦ ହେବ ା କୋକସରା ବ୍ଲକ୍‌ର ସିଆଲଲକିପଡା ନୂତନ ପ୍ରାଥମିକ ସ୍କୁଲ ଓ କରାଡଙ୍ଗରୀ ନୂତନ ପ୍ରାଥମିକ ସ୍କୁଲ ବନ୍ଦ ହେବା ା ସେହିପରି ଧର୍ମଗଡ ବ୍ଲକ୍‌ର ପୁରୁଣାପଡା ନୂତନ ପ୍ରାଥମିକ ସ୍କୁଲ, ଜୟପାଟଣା ବ୍ଲକ୍‌ ଖଲିଆପାଲି ନୂତନ ପ୍ରାଥମିକ ସ୍କୁଲ, କର୍ଲାମୁଣ୍ଡା ବ୍ଲକ୍‌ ଶାନ୍ତିନଗର ପଡା ନୂତନ ପ୍ରାଥମିକ ସ୍କୁଲ ଘଣ୍ଟଶୋଲା ଓ ନର୍ଲା ବ୍ଲକ୍‌ କାଲାରପଦର ପ୍ରାଥମିକ ସ୍କୁଲ ବନ୍ଦ ହେବ। ଏହି ସବୁ ବନ୍ଦ ହୋଇଥିବା ସ୍କୁଲର ଶିକ୍ଷକଙ୍କୁ ନିକଟସ୍ଥ କମ୍‌ ଶିକ୍ଷକ ଥିବା ସ୍କୁଲଗୁଡିକରେ ଅବସ୍ଥାପିତ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସୂତ୍ରରୁ ଜଣାପଡ଼ିଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri