Posted inଭଦ୍ରକ

ପରମ୍ପରାକୁ ଫିକା ପକାଉଛି କାଉଁରିଆ କାଠିର ଅଭାବ

ଆରଡ଼ି, ୨୪।୧୦ (ଡି.ଏନ୍‌.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବଡ଼ବଡ଼ିଆଙ୍କୁ ଡାକିଥାନ୍ତି। ଏହି କାଉଁରିଆ କାଠି ହେଉଛି ପିତୃପୁରୁଷଙ୍କୁ ଆହ୍ବାନ କରିବାର ମାଧ୍ୟମ। ଏକଦା ଭଦ୍ରକ ଜିଲାର ଆରଡ଼ି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚୁର ପରିମାଣରେ ନଳିତାଚାଷ ହେଉଥିଲା। ଝୋଟର ଚାହିଦା କମିଯିବାରୁ ଏବେ ଆଉ ନଳିତାଚାଷ କରାଯାଉ ନାହିଁ ା ଏଣୁ ଦୀପାବଳି ଲାଗି କାଉଁରିଆ କାଠି ଏ ଅଞ୍ଚଳରେ ଦୁର୍ଲଭ ହୋଇପଡିଛି। ବେପାରୀମାନେ ଅନ୍ୟ ଅଞ୍ଚଳରୁ ଆଣି ଏଠାରେ କାଉଁରିଆ କାଠି ବିକ୍ରି କରୁଛନ୍ତି। ୪ରୁ ୫ଟି କାଠିକୁ ନେଇ ପ୍ରସ୍ତୁତ ହେଉଥିବା ବିଡ଼ାର ମୂଲ୍ୟ ୧୦ ଟଙ୍କା ରହିଛି ା ଏ ସମ୍ପର୍କରେ କୁଳେଇପଦା ଗଁାର ୯୦ ବର୍ଷୀୟ ଦୁର୍ଯ୍ୟୋଧନ ବିଶ୍ୱାଳ ଏବଂ ଅଧ୍ୟାପକ ଦିଲୀପ ମହାନ୍ତି ପ୍ରମୁଖ କହିଛନ୍ତି, କାଉଁରିଆ କାଠି ପବିତ୍ରତାର ପ୍ରତୀକ ା ପାରମ୍ପରିକ ନଳିତାଚାଷ ବୁଡିଯିବାରୁ ଏହା ଆମ ପରମ୍ପରାକୁ ପ୍ରଭାବିତ କରୁଛି। ଏଣୁ ନଳିତାଚାଷର ବିକାଶ କରାଯିବା ଜରୁରୀ। ଆଗରୁ ଚାଷୀ ଜମିରେ ଚାଷ କରୁଥିବା ନଳିତାକୁ କାଟି ଏହାକୁ ଶୁଖାଇ ପଙ୍କରେ ପୋତି ଦେଉଥିଲେ। ୮ରୁ ୧୦ ଦିନ ପରେ ପୋତାଯାଇଥିବା ନଳିତା ବିଡ଼ାକୁ ଆଣି ଝୋଟ ଅମଳ କରାଯାଉଥିଲା। ଝୋଟରୁ ବାଣି କାଟି ଲଙ୍ଗଳ ଦଉଡି, ଶିକା ଆଦି ପ୍ରସ୍ତୁତ କରାଯାଉଥିଲା। ମଶିଣା, ଖଇଁଚି ବୁଣାଯାଉଥିଲା ା ଝୋଟ ଅମଳ ପରେ ଯେଉଁ ଖାଡ଼ି ରହୁଥିଲା ତାହା କାଉଁରିଆ କାଠି ବା ପିମ୍ପେଇଖାଡ଼ି କୁହାଯାଏ। ନଳିତାଚାଷ ନ ହେବାରୁ ଏବେ ପିମ୍ପେଇଖାଡ଼ିର ଅଭାବ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri