ପରିତ୍ୟକ୍ତ କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼ ,୨୧।୬(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧୀନସ୍ଥ ଆଙ୍କୁଲା ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ରବିବାର ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଗ୍ରାମର ଜନୈକ ବ୍ୟକ୍ତିଙ୍କ ବିଲରେ ଥିବା ଏକ କୂଅ ମଧ୍ୟରେ ପ୍ରାୟ ୮ କେଜି ଓଜନର ଏକ ବଜ୍ରକାପ୍ତା ଭୋର ସମୟରେ ଖସିପଡ଼ିଥିଲା। ଭୋର ପ୍ରାୟ ୫ଟା ସମୟରେ ସଂପୃକ୍ତ ଜମି ମାଲିକ କାମ କରୁଥିବା ବେଳେ କୂଅ ମଧ୍ୟରୁ ଶବ୍ଦ ଶୁଣି କୂଅ ମଧ୍ୟରେ ବଜ୍ରକାପ୍ତା ପଡିଥିବା ଦେଖି ଗ୍ରାମରେ ଖବର ଦେଇଥିଲେ। ପୂର୍ବତନ ସରପଞ୍ଚ ଅଜୟସାଇଁ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସଦର ବନାଞ୍ଚଳ ଅଧିକାରୀ ଆୟସା ଅଖତାର ନିଶା ଅନ୍ୟ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି କୂଅ ମଧ୍ୟରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନାଞ୍ଚଳ କାର୍ଯ୍ୟାଳୟକୁ ନେଇ ଆସିଛନ୍ତି । ଉଦ୍ଧାର ହୋଇଥିବା ବଜ୍ର କାପ୍ତାଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜଙ୍ଗଲ ମଧ୍ୟରେ ଛାଡି ଦିଆଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା।...

ନୂଆ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂତନ ବର୍ଷ କ୍ୟାଲେଣ୍ଡର (ଉଭୟ ୱାଲ ଏବଂ ଡେସ୍କ) ପ୍ରକାଶ ପାଇଛି। କ୍ୟାଲେଣ୍ଡରର ପ୍ରଥମ କପିକୁ ଶ୍ରୀମନ୍ଦିରରେ...

ବେକରେ ଗାମୁଛା ଲଗାଇ ଛୁଲିପଡିଲେ ଯୁବକ, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ, ୨୬।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା...

ଅଦିନିଆ ଲଘୁଚାପ ଯୋଗୁ ଧାନ, ପନିପରିବା ଫସଲ ନଷ୍ଟ: କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ବିଜେଡି ପକ୍ଷରୁ ଦାବିପତ୍ର

ହିଞ୍ଜିଳିକାଟୁ, ୨୬ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଚଳିତ ଖରିଫ ଧାନ ଅମଳ ବେଳକୁ ଲଗାତାର ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲକୁ କ୍ଷତି ପହଞ୍ଚାଇଛି। ଗତ ମଙ୍ଗଳବାର ଓ ବୁଧବାର...

ନିଦ ହଜାଇଲା ଅଦିନିଆ ବର୍ଷା: କ୍ଷେତରେ ପଚି ଗଜା ହେଲାଣି ପାଚିଲା ଧାନ

ଛେନାପଦି, ୨୬ା୧୨(ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ୪ ଦିନ ପୂର୍ବେ...

୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ...

ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି

ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର...

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri