ପରିବେଶ ପାଇଁ ଶୁଭଙ୍କର ହେଲା ଲକ୍‌ଡାଉନ

ଭୁବନେଶ୍ୱର,୩୧ା୩ (ବ୍ୟୁରୋ)- ଲକ୍‌ଡାଉନର ପ୍ରଭାବ ପରିବେଶ ଉପରେ ପଡିଛି। ୮ଦିନ ହେବ ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ, କଳକାରଖାନା, ନିର୍ମାଣ ଆଦି ସବୁକିଛି ବନ୍ଦ ରହିଛି। କାଁଭାଁ ଗାଡ଼ି ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଲକ୍‌ଡାଉନ୍‌ ପାଇଁ ଲୋକେ କିଛିଦିନ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପରୋକ୍ଷରେ ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ବାଟ କାଢ଼ିଥିବା କୁହାଯାଉଛି। ବିଶେଷକରି ପରିବେଶ ପାଇଁ ଲକ୍‌ଡାଉନ୍‌ ବେଶ୍‌ ଶୁଭଙ୍କର ହୋଇଥିବା ଜଣାପଡିଛି। ବିପଦଜ୍ଜନକ ସ୍ଥିତିରେ ଥିବା ପରିବେଶ ଏବେ ସନ୍ତୋଷଜନକ ହୋଇଥିବାବେଳେ ଆଉ କିଛିଦିନ ଭିତରେ ଭଲ ସ୍ଥିତିକୁ ଚାଲି ଆସିବାର ସମ୍ଭାବନା ଦେଖାଦେଇଛି। ମୋଟାମୋଟି କହିବାକୁ ଗଲେ ଲକ୍‌ଡାଉନ୍‌ ପରିବେଶ ପାଇଁ ବେଶ୍‌ ଶୁଭଙ୍କର ହୋଇଥିବା ପରିବେଶ୍‌ବିତ୍‌ମାନେ କହିଛନ୍ତି।
ହସ୍ତଗତ ସୂଚନାନୁସାରେ, ଲକ୍‌ଡାଉନ୍‌ ପୂର୍ବରୁ ରାଜଧାନୀର ଏୟାର କ୍ୟୁଲିଟ୍‌ ଇଣ୍ଡେକ୍ସ ୨୦୦ ଉପରେ ରହିଥିବାବେଳେ ୮ଦିନ ଭିତରେ ୧୦୦ତଳକୁ ଖସି ଆସିଛି। ସୋମବାର ଦିନରେ ଇଣ୍ଡେକ୍ସ ୯୦ରୁ ୧୦୦ ମଧ୍ୟରେ ଥିବାବେଳେ ସନ୍ଧ୍ୟାରେ ୧୨୧ ରହିଛି। ଉକ୍ତ ଇଣ୍ଡେକ୍ସ ଅନୁସାରେ, ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ହ୍ରାସ ପାଇଛି। ଅନ୍ୟ ଦିନରେ କଳ କାରଖାନାରୁ ବାହାରୁ ଥିବା ବିଷାକ୍ତ ଜଳ ନଦୀ,ନାଳକୁ ଛଡା ଯାଉଥିଲା। ହେଲେ ଏବେ ସବୁ ବନ୍ଦ ହେବା ଫଳରେ ଜଳ ପ୍ରଦୂଷଣ ହ୍ରାସ ପାଇଛି। ଏହା ସହ ପ୍ଲାଷ୍ଟିକ ବ୍ୟବହାର କମିଯାଇଥିବାରୁ ଏଥିଜନିତ ପ୍ରଦୂଷଣ ହ୍ରାସ ପାଇବାରେ ଲାଗିଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ନିକଟରେ ଏକ ଏଲ୍‌ଇଡି ବୋର୍ଡ ଲଗାଯାଇ ପ୍ରତି ମୁହୂର୍ତ୍ତର ସ୍ଥିତି ସଂକ୍ରାନ୍ତରେ ସୂଚନା ଦିଆଯାଉଛି। ଯେଉଁଥିରୁ ରାଜଧାନୀରେ ଅନୁକୂଳ ପରିବେଶ ଦେଖିବାକୁ ମିଳୁଛି। ସହରର ଅଧିକାଂଶ ସ୍ଥାନରେ ଏଆର୍‌ କ୍ୱାଲିଟି ବା ବାୟୁର ଗୁଣବତ୍ତା ସନ୍ତୋଷ ଜନକ ରହିଛି। ସେହିପରି ବାୟୁରେ କଣିକାର ମାତ୍ରା pm2.5 ରହିଥିବାବେଳେ ଆର୍ଦ୍ରତା ୪୮ ପ୍ରତିଶତ ରହିଥିବା ଦେଖିବାକୁ ମିଳିଥିଲା।
‘ପ୍ରତିମାସରେ ଗୋଟିଏ ଦିନ ଲକ୍‌ଡାଉନ୍‌ ଆବଶ୍ୟକ’
ପରିବେଶ ବିଜ୍ଞାନୀ ପ୍ରକାଶଚନ୍ଦ୍ର ମହାନ୍ତି କହିଛନ୍ତି, ରାଜ୍ୟରେ ଦୈନିକ ଚାଲୁଥିବା ଯାନବାହନ ସଂଖ୍ୟା ୧ କୋଟିରୁ ଅଧିକ। ଏହା ମଧ୍ୟରୁ ୯୦ ପ୍ରତିଶତ ଗାଡ଼ି ରାଜଧାନୀ ସମେତ ବିଭିନ୍ନ ଛୋଟ ବଡ଼ ସହରରେ ଚାଲିଥାଏ। ଯାନବାହନ ହିଁ ଅଧିକ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିଥାଏ। କଳ କାରଖାନା ବାୟୁ, ଶବ୍ଧ ଓ ଜଳ ପ୍ରଦୁଷଣ କରିଥାଏ। ଏସବୁର ସଂଖ୍ୟା କ୍ରମାଗତ ଭାବେ ବଢୁଥିବାରୁ ପରିବେଶ ପାଇଁ ଘାତକ ହେବାରେ ଲାଗିଥିଲା। ହେଲେ ଲକ୍‌ଡାଉନ ଯୋଗୁ ଏସବୁ ବନ୍ଦ ଥିବାରୁ ପରିବେଶ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ମାତ୍ରା ଅଦ୍ଭୂତପୂର୍ବ ଭାବେ ହ୍ରାସ ପାଇବା ଅତ୍ୟନ୍ତ ଶୁଭ ଲକ୍ଷଣ। ଆଗକୁ ମାସକୁ ଦିନେ ଦୁଇଦିନ ଲକ୍‌ଡାଉନ୍‌ କରାଗଲେ ପରିବେଶ ଶନ୍ତୁଳନ ରକ୍ଷା ପାଇପାରିବ ବୋଲି ସେ କହିଛନ୍ତି।
ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି
ମେଡିସିନ ସ୍ପେଶାଲିଷ୍ଟ ଡା. ନିରଞ୍ଜନ ପାଢ଼ୀ କହିଛନ୍ତି, ମଣିଷ ଶରୀର ଉପରେ ମଧ୍ୟ ଲକ୍‌ଡାଉନର ଅନୁକୂଳ ପ୍ରଭାବ ପଡ଼ିଛି। ଏହି ସମୟରେ ଛୋଟ ମୋଟ ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି। ସିଧା ସଳଖ କହିଲେ ଏହା ବଦଳୁଥିବା ପରିବେଶର ପ୍ରଭାବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ...

ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର

ଭୁବନେଶ୍ୱର,୨୪ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନା ନିର୍ଯାତନା ଘଟଣାରେ ଏକପାଖିଆ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଉଠାଇ ଏହା ପ୍ରତିବାଦରେ ଗତ ୨୧ ତାରିଖ ଅପରାହ୍ନରେ...

ଫେରିଯିବ ମୌସୁମୀ, ଆଉ ୪ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର,୨୩ା୯(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା...

ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି

କୋଣାର୍କ,୨୪ା୯(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ବାଲି ତଳେ ବହୁ ପୁରାତନ ମୂର୍ତ୍ତି ପୋତି ହୋଇରହିଛି।  ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥା (ଏନ୍‌ଜିଆର୍‌ଆଇ)...

ଶିଶୁ ଅଶ୍ଳୀଳତା ଭିଡିଓ ଦେଖିଲେ ବା ଡାଉନଲୋଡ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ସୁପ୍ରିମକୋର୍ଟଙ୍କ ରାୟ ଲାଗୁ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର,୨୩ା୯: ଶିଶୁ ଅଶ୍ଳୀଳତା ଉପରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଓଡ଼ିଶା ସରକାର ସମର୍ଥନ କରିଛନ୍ତି।ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଏହା ସର୍ବୋଚ୍ଚ ନ୍ୟାୟାଳୟଙ୍କର ରାୟକୁ...

ଦେଶରେ ପ୍ରଥମ: ଆଇଆଇଏମ୍‌ ସମ୍ବଲପୁର ପାଠପଢ଼ା ଶୈଳୀରେ ସୃଷ୍ଟି ହେବ ନୂତନ ଅଧ୍ୟାୟ

ସମ୍ବଲପୁର,୨୩ା୯(ପ୍ରମୋଦ ବହିଦାର): ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଯାହା ସମଗ୍ର ଦେଶରେ ପ୍ରଥମ...

କାର୍ଯ୍ୟକାରୀ ହେଲା ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା: ୧୦୦୦ ଅଭିଯୋଗକାରୀଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ସମସ୍ୟା ଶୁଣିଛନ୍ତି। ଏଥିସହିତ ପ୍ରଥମ...

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri