Posted inରାଜ୍ୟ

ପରିବେଶ ସଚେତନତା ପାଇଁ ଅଭିନବ ପ୍ରୟାସ: ମହାପ୍ରସାଦ ବାଣ୍ଟି ଚାରା ଲଗାଇବାକୁ ପରାମର୍ଶ

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ସେ ଏମିତି ଜଣେ ବ୍ୟକ୍ତି, ଯାହାର ରାତି ପାହିଲେ ପରିବେଶ ଚିନ୍ତା । ସକାଳୁ ଚାରା, କୋଡ଼ି, ଶାବଳ ଓ ଗାଣ୍ଡୁଆ ଧରି ସେ ଚାରାରୋପଣ କରିବାରେ ବ୍ୟସ୍ତ ରହିଥାନ୍ତି । ଶୁକ୍ରବାର ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ସାଦାସିଧା ପୋଷାକ ପିନ୍ଧି, ବେକରେ ପରିବେଶ ସଚେତନତାଭିତ୍ତିକ ଏକ ପୋଷ୍ଟର ଝୁଲାଇ ସ୍ଥାନୀୟ ଅଞ୍ଚଳରେ ଗଛସାର୍‌ ଭାବେ ପରିଚିତ ଏହି ବ୍ୟକ୍ତି ଜଣକ ମହାପ୍ରସାଦ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ଚାରାରୋପଣ କରି ବୃକ୍ଷଗୁଡ଼ିକର ବୃଦ୍ଧି ଓ ପରିବେଶ ସୁରକ୍ଷା ନିମନ୍ତେ ପରାମର୍ଶ ଦେଉଥିବା ଦେଖାଯାଇଥିଲା। ସେ ହେଉଛନ୍ତି ନୟାଗଡ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତସ୍ଥ କୃଷ୍ଣେଶ୍ୱର ପାଟଣା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ। ଜଙ୍ଗଲ, ବୃକ୍ଷଲତା ଓ ପ୍ରାଣୀଜଗତର ଦ୍ରୁତ ଅବକ୍ଷୟ ହେଉଥିବାବେଳେ ପଶୁପକ୍ଷୀଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ଘରଚଟିଆ, ବାଇଚଢ଼େଇଙ୍କ ବଂଶବୃଦ୍ଧି କିପରି କରାଯାଇପାରିବ ସେଥିନିମନ୍ତେ ଅହରହ ଚେଷ୍ଟା କରୁଛନ୍ତି ଏହି ପରିବେଶପ୍ରେମୀ। କେହି କେହି ତାଙ୍କର ଏଭଳି କାର୍ଯ୍ୟକୁ ପାଗଳାମୀ ଭାବୁଥିଲେ ମଧ୍ୟ ପବିତ୍ର ଏକାଦଶୀ ତିଥିରେ କୁଡ଼ୁଆରୁ ମହାପ୍ରସାଦ ପାଇ ଅନେକ ଜଗନ୍ନାଥପ୍ରେମୀ ନିଜକୁ ଧନ୍ୟ ମନେ କରୁଥିଲେ । ସାହୁ ଫୋନ୍‌ ଉଠାଇବାବେଳେ ହାଲୋ ନ କହି ଜୟ ଜଗନ୍ନାଥ କହିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରୁଥିଲେ। ଜଗତର କଲ୍ୟାଣ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଗଛସାର୍‌ ପରାମର୍ଶ ଦେଉଥିଲେ। ବୃକ୍ଷ ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବା ସହ ପୁରୁଣା ବର ଓ ଓସ୍ତ ବୃକ୍ଷର ସୁରକ୍ଷା ଦିଗରେ ଯତ୍ନଶୀଳ  ହେବାକୁ ସେ ଆହ୍ବାନ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri