ପଲିଥିନ ତଳେ ବାଉଁଶକଣ ଅଗ୍ନିବିପନ୍ନ

ଭୁବନ, ୨ା୩(ଡି.ଏନ.ଏ.) ଅଗ୍ନିକାଣ୍ଡରେ ଜଳିଯାଇଛି ସବୁକିଛି। ଅଙ୍ଗାର ପାଲଟିଯାଇଛି ୫ପରିବାରର ସ୍ବପ୍ନ। ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ଖଣ୍ଡିଏ ଖଣ୍ଡିଏ ପଲିଥିନ ତଳେ ଶୀତ କାକରରେ ପଡ଼ିଛନ୍ତି ଅଗ୍ନିବିପନ୍ନ। ଅନ୍ୟପଟେ ଦୁର୍ଘଟଣାର ୩ଦିନ ପରେ ବି ଆଶ୍ୱାସନା ଛଡ଼ା କିଛି ପାଇନାହାନ୍ତି କ୍ଷତିଗ୍ରସ୍ତ। ଗୋଟିଏ ପଟେ ସବୁକିଛି ହରାଇବାର ଦୁଃଖ ଅନ୍ୟପଟେ ପ୍ରଶାସନିକ ଅବହେଳା ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଉଁଶକଣ ମାଟିଆସାହି ଅଗ୍ନିବିପନ୍ନଙ୍କ ମଧ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ।
ମାଟିଆସାହିରେ ଗତ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୪ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୫ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଶନିବାର ବ୍ଲକ ଏବଂ ତହସିଲ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବା ସହ ତଦନ୍ତ କରାଯାଇଛି। ଏହାପରେ ବିପନ୍ନ ପରିବାରକୁ ପଲିଥିନ ଏବଂ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ତେବେ ରବିବାର କ୍ଷତିଗ୍ରସ୍ତଙ୍କ ପାଖରେ ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ପହଞ୍ଚତ୍ ନାହାନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କ୍ଷତିଗ୍ରସ୍ତ ପରିବାର ତଫସିଲଭୁକ୍ତ ଜନଜାତିର ହୋଇଥିବାରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେମାନେ ଗଣମାଧ୍ୟମ ସହାୟତାରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ତହସିଲଦାର ଶକ୍ତିକାନ୍ତ ରାଏ କୁହନ୍ତି, ଅଗ୍ନିକାଣ୍ଡରେ ସମ୍ପୃକ୍ତ ୫ ପରିବାର ସର୍ବସ୍ବ ହରାଇଛନ୍ତି। ଶନିବାର ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇଛି। ସରକାରୀ ନିୟମ ଅନୁଯାୟୀ ପ୍ରତି ପରିବାରକୁ ୯୫ ହଜାର ୧୦୦ ଟଙ୍କା ଲେଖାଏ ମିଳିବ। ଏଥିସହ ଅତ୍ୟାବଶ୍ୟକ ଉପକରଣ ବାବଦକୁ ୩ ହଜାର ୮୦୦ ଟଙ୍କା ମଧ୍ୟ ଦିଆଯିବ। କ୍ଷତିଗ୍ରସ୍ତମାନେ ଯେପରି ଯଥାସମ୍ଭବ ସରକାରୀ ସହାୟତା ପାଇପାରିବେ ସେ ବ୍ୟବସ୍ଥା କରାଯାଉଥିବା ତହସିଲଦାର ସୂଚନା ଦେଇଛନ୍ତି।
ଭାବୀ ବର ଦେଲେ ଭାରତୀଙ୍କୁ ଆଶ୍ୱାସନା
ବାଉଁଶକଣ ଅଗ୍ନିକାଣ୍ଡରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ବିଶ୍ୱନାଥ ପଧାନଙ୍କ ପରିବାର। ଝିଅ ଭାରତୀଙ୍କ ବିବାହ ମାର୍ଚ୍ଚ ୧୧ରେ କରିବାକୁ ସ୍ଥିରୀକୃତ ହୋଇଥିବାବେଳେ ନିଅଁାରେ ସବୁକିଛି ପାଉଁଶ ହୋଇଯାଇଛି। ଦରପୋଡ଼ା କଂସାବାସନକୁ ବାଦ୍‌ଦେଲେ ଆଉ କିଛିନାହିଁ। ଏପଟେ ବିବାହକୁ ହାତଗଣତି ଦିନ ବାକି ଥିବାବେଳେ କେମିତି ସବୁ କାର୍ଯ୍ୟ ଠିକ୍‌ ସମୟରେ ହେବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଶ୍ୱନାଥ। ଅନ୍ୟପଟେ ଭାବୀ ବରଙ୍କଠାରୁ ଭାରତୀଙ୍କୁ ଆଶ୍ୱାସନା ମିଳିଛି। ସମ୍ପର୍କୀୟ କିମ୍ବା ମନ୍ଦିରରେ ବିବାହ କାର୍ଯ୍ୟ ପାଇଁ ଶାଶୁଘର ଲୋକେ ସହମତି ଦେଇଛନ୍ତି। ତା’ ସାଙ୍ଗକୁ ଧୈର୍ଯ୍ୟହରା ନ ହେବାକୁ ପରାମର୍ଶ ଦେଇଛନ୍ତି, ଯାହା ଭାରତୀ ଏବଂ ବିଶ୍ୱନାଥଙ୍କୁ ସାମାନ୍ୟ ଦମ୍ଭ ଦେଇଛି। ଏପରି ଦୁଃଖ ସମୟରେ ପ୍ରଶାସନ, ଜନପ୍ରତିନିଧି କିମ୍ବା ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ଝିଅ ବାହାଘର ସୁରୁଖୁରୁରେ ହୋଇପାରନ୍ତା ବୋଲି ବିଶ୍ୱନାଥ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri