ପଲିଥିନ ନିଷେଧ ପାଇଁ ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ):ରାଜ୍ୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ମାତ୍ର ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପଲିଥିନ କଟକଣାକୁ କଡ଼ାକଡ଼ି କରିବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି) ସମ୍ପୂର୍ଣ୍ଣ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ପ୍ରଦୂଷଣ ବୋର୍ଡ ମେମ୍ବର ସେକ୍ରେଟାରି କେ. ମୁରୁଗେସେନ ଆକ୍ସନ ପ୍ଲାନ୍‌ ନେଇ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପୌର ସଂସ୍ଥା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ଯଥା ଜିଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତଗୁଡ଼ିକର ଇକୋ ସେନ୍‌ସିଟିଭ ଜୋନ, ମନ୍ଦିର, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ହାଟ, ଡାକ୍ତରଖାନା ଓ ନର୍ସିଂହୋମ୍‌ ପରିସର, ସ୍କୁଲ ଓ କଲେଜ ପରିସର, ଶିଳ୍ପାଞ୍ଚଳ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସର୍ବସାଧାରଣ ସ୍ଥାନରେ ଏହି ଆକ୍ସନ ପ୍ଲାନ୍‌ ଲାଗୁ କରାଯିବ।
ବଜାରରେ ଏହା ସହଜରେ ଉପଲବ୍ଧ ହେଉଥିବାରୁ ଥରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ଓ ୫୦ ମାଇକ୍ରନ୍‌ରୁ କମ୍‌ ମୋଟେଇ ପଲିଥିନ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ପରିବେଶ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ । ଏହି କଠିନ ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପଲିଥିନଗୁଡ଼ିକୁ ପୌର ବର୍ଜ୍ୟରୁ ସେଗୁଡ଼ିକୁ ଅଲଗା କରାଯାଇ ପୁନଃ ପ୍ରକ୍ରିୟାକରଣ କରାଯିବ। ନିଜ ଅଞ୍ଚଳରେ କେତେ ପରିମାଣର ବର୍ଜ୍ୟ ବାହାରୁଛି ପୌର ସଂସ୍ଥା ଏବଂ ପଞ୍ଚାୟତ ତାହାର ରେକର୍ଡ ରଖିବେ। ସଂଗୃହୀତ ପଲିଥିନ ରାସ୍ତା ନିର୍ମାଣ ଏବଂ ସିମେଣ୍ଟ କାରଖାନାରେ ବ୍ୟବହାର କରାଯିବ। ପଞ୍ଚାୟତଗୁଡ଼ିକ ପୁନଃ ପ୍ରକ୍ରିୟାକରଣ ପାଇଁ ବର୍ଜ୍ୟବସ୍ତୁଗୁଡ଼ିକୁ ପୌର ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରିବେ। ଆଗାମୀ ଦିନରେ ଥରେ ବ୍ୟବହୃତ ପଲିଥିନଗୁଡ଼ିକୁ ନଷ୍ଟ କରିବା ପାଇଁ ରିଫ୍ୟୁଜ ଡିରାଇଭିଡ୍‌ ଫୁଏଲ(ଆର୍‌ଡିଏଫ) ପ୍ଲାଣ୍ଟ ଏବଂ ଓ୍ବେଷ୍ଟ ଟୁ ଏନର୍ଜି ପ୍ଲାଣ୍ଟ (ଡବ୍ଲ୍ୟୁଟିଇ) ପ୍ଲାଣ୍ଟ ସ୍ଥାପନ କରାଯିବ।
ରାଜ୍ୟର ସମସ୍ତ ପୌର ସଂସ୍ଥା ଏବଂ ପଞ୍ଚାୟତ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯିବ। ହାଟ, ବଜାର, ଗଚ୍ଛିତ ରଖୁଥିବା ବ୍ୟବସାୟୀ, ଶିଳ୍ପାଞ୍ଚଳ ଇତ୍ୟାଦିକୁ ଏହି ସ୍କ୍ବାଡ ସପ୍ତାହକୁ ଦୁଇଥର ଅଚାନକ ପରିଦର୍ଶନ କରିବେ। ନିଷେଧ କରାଯାଇଥିବା ପଲିଥିନଗୁଡ଼ିକୁ ଜବତ କରି ଜରିମାନା ଆଦାୟ କରିବେ। ସେହି ଜରିମାନାକୁ ପୌର ସଂସ୍ଥା ଏବଂ ପଞ୍ଚାୟତରେ ଏକ ଆକାଉଣ୍ଟ ଖୋଲାଯାଇ ଡିପୋଜିଟ୍‌ କରାଯିବ। କୌଣସି ପ୍ରକାର ଆଇନଶୃଙ୍ଖଳା ଯେପରି ସୃଷ୍ଟି ନ ହେବ ସେଥିପାଇଁ ପୋଲିସ ସ୍କ୍ବାଡ୍‌ ଚଢ଼ାଉ ସମୟରେ ସହଯୋଗ କରିବ। ଜରିମାନା ଅର୍ଥରେ ଜନସଚେତନତା ସୃଷ୍ଟି କରାଯିବ। ପଲିଥିନ ପରିବର୍ତ୍ତେ ପରିବେଶକୁ ଖାପଖୁଆଇବା ଭଳି ଝୋଟରେ ତିଆରି ବ୍ୟାଗ୍‌ ଓ ଅନ୍ୟାନ୍ୟ ବସ୍ତୁ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ। ଏଥ୍‌ତ୍ପାଇଁ ନାବାର୍ଡ କିମ୍ବା ବ୍ୟାଙ୍କରୁ ସହାୟତା ପ୍ରଦାନ କରାଯିବ। ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଶିଳ୍ପ ସଂସ୍ଥା, ଧାର୍ମିକ ସ୍ଥଳ, ଡାକ୍ତରଖାନା, ନର୍ସିଂହୋମ୍‌ଗୁଡ଼ିକୁ ପଲିଥିନ ମୁକ୍ତ ଘୋଷଣା କରିବାକୁ ପ୍ରୋତ୍ସାହିତ କରାଯିବ ବୋଲି ମୁରୁଗେସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri