ପଶୁପାଳନ ବିକାଶ ସହାୟତା ବାଟବଣା

ଧାମନଗର, ୧।୮(ଡି.ଏନ.ଏ.)- ଗାଈ, ଛେଳି, କୁକୁଡ଼ା ପାଳନ ଭଳି ଆନୁଷଙ୍ଗିକ କୃଷି ବିକାଶ ଯୋଜନା ହେଉଥିଲେ ମଧ୍ୟ ଏହାର ରୂପାୟନ ଠିକ୍‌ ଭାବେ ହୋଇପାରୁ ନାହିଁ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନାରେ ଗୃହପାଳିତ ପ୍ରାଣୀଧନଙ୍କ ଲାଗି ଗୁହାଳ ତିଆରି ଲାଗି ଯୋଜନା ହୋଇ ହିତାଧିକାରୀ ଚୟନ ହେବାର ୨ ବର୍ଷ ବିତିଥିଲେ ବି ତାହା ଏଯାଏ କାର୍ଯ୍ୟକାରୀ ହୋଇ ନାହିଁ। ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ପ୍ରସ୍ତୁତ ହିତାଧିକାରୀ ତାଲିକା ଜିଲାସ୍ତରକୁ ପଠାଯାଇଥିବା କୁହାଯାଉଛି। ବର୍ତ୍ତମାନ ଏହି ଯୋଜନାର ଭବିଷ୍ୟତ ରୂପରେଖ ନେଇ ଆଉ କୌଣସି ସୂଚନା ମିଳୁ ନ ଥିବାରୁ ଚାଷୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି।
ଉଲ୍ଲେଖନୀୟ ଯେ, ଗାଈଗୋରୁଙ୍କ ସୁରକ୍ଷା ଲାଗି ଏହି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ଆର୍ଥକ ଅନୁଦାନ ଦେଇ ପକ୍କାଗୁହାଳ ତିଆରି ସକାଶେ ପ୍ରଥମେ ପରିକଳ୍ପନା କରାଯାଇଥିଲା। ଏ ନେଇ ଜିଲା ପ୍ରକଳ୍ପ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ୨୦୧୭ ରେ ପଶୁପାଳକମାନେ ପଲ୍ଲିସଭା ଜରିଆରେ ଆବେଦନ ଆରମ୍ଭ କରିଥିଲେ। ଜିଲା ପ୍ରାଣୀଧନ ବିଭାଗ ତରଫରୁ ସ୍ଥାନୀୟ ଭିଏଏସଙ୍କ ଜରିଆରେ ଘରଘର ବୁଲି ପଲ୍ଲିସଭା କରି ଆବେଦନ ରିପୋର୍ଟକୁ ଯାଞ୍ଚ କରାଯାଇଥିଲା। ଅତିକମରେ ୬ଟି ଗୋରୁଥିବା ଚାଷୀଙ୍କୁ ଘର ମିଳିବ ବୋଲି ସେତେବେଳେ ପ୍ରଚାର କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସମସ୍ତ ପଶୁପାଳକଙ୍କୁ ଘର ମିଳିବ ବୋଲି କୁହାଯାଇଥିଲା। ତଦନୁଯାୟୀ ଧୂଷୁରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଭିଏଏସ ଡା. ନିରାକାର ଜେନା ତାଙ୍କ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରୁ ୪୭୭ ଗୋପାଳକ,୧୩୦ ଛେଳିପାଳକ ଏବଂ ୮୯ କୁକୁଡା ପାଳକଙ୍କୁ ଚିହ୍ନଟ କରି ବ୍ଲକକୁ ରିପୋର୍ଟ ପ୍ରଦାନ କରିଥିଲେ। ଅପରପକ୍ଷେ ଧାମନଗର ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରୁ ହିତାଧିକାରୀ ଚିହ୍ନଟ କରି ଭିଏଏସ ଡା. ଯୋଗମାୟା ସିଂ ବ୍ଲକକୁ ରିପୋର୍ଟ ପଠାଇଥିଲେ। ବ୍ଲକରେ ଏହି ରିପୋର୍ଟ ଦୀର୍ଘଦିନ ପଡି ରହିବା ଯୋଗୁ ଏ ନେଇ ରାଜନୀତି ଜୋର ଧରିଥିଲା। ଶେଷରେ ଉକ୍ତ ଯୋଜନାରେ ପ୍ରତି ପଞ୍ଚାୟତରୁ ଜଣେ ଲେଖାଏ ହିତାଧିକାରୀ ଚିହ୍ନଟ କରି ଧାମନଗର ବ୍ଲକ ପକ୍ଷରୁ ମୋଟ ୨୮ ଜଣଙ୍କ ନାମ ଜିଲାସ୍ତରକୁ ସୁପାରିସ କରାଯାଇଥିଲା। ଏହାମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲାରୁ କୌଣସି ରିପୋର୍ଟ ଆସି ନ ଥିବା ବ୍ଲକ ପ୍ରଶାସନ ତରଫରୁ କୁହାଯାଇଛି। ଫଳରେ ଉକ୍ତ ଯୋଜନାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।
ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାରେ ଧାମନଗର ବ୍ଲକ ନଦୀ ଅବବାହିକା ତଥା ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପଶୁପାଳନ ନିମନ୍ତେ ଗୁହାଳ ତିଆରି ଯୋଜନାକୁ ଚାଷୀମାନେ ସ୍ବାଗତ କରିଥିଲେ। ସାଧାରଣତଃ ବନ୍ୟା ପରିସ୍ଥିତିରେ ଲୋକେ ଗୋରୁଙ୍କୁ ଫିଟାଇ ଦେଉଥିବାରୁ ଏମାନଙ୍କ ମଧ୍ୟରୁ ଅନେକ ବନ୍ୟାଜଳରେ ଭାସି ଯାଉଥିଲେ। ଏଣୁ ଗୋସମ୍ପଦ ତଥା ପ୍ରାଣୀଧନଙ୍କ ସୁରକ୍ଷା ଲାଗି ଜିଲା ପ୍ରଶାସନର ଏହି ଯୋଜନା ଉପାଦେୟ ହେବ ବୋଲି ସମସ୍ତେ ଭାବିଥିଲେ। ଏଣୁ ଉକ୍ତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରା ନ ଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏଠାରେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri