Posted inଖେଳ

ପାକିସ୍ତାନର କଟା ଘା’ରେ ଚୂନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପରେ ଗତଥରର ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ଏହି ବିଜୟ ପରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନର କଟା ଘା’ରେ ଚୂନ ଦେଲା ଭଳି କଥା କହିଛନ୍ତି। ପାକିସ୍ତାନର ପରାଜୟ ପରେ ସେହ୍ବାଗ ଟୁଇଟ୍‌ କରି କହିଛନ୍ତି, ଏବେ ତ ଅଭ୍ୟାସ ହୋଇଗଲାଣି। ବିଶ୍ୱକପ୍‌ରେ ଭାରତ ପାକିସ୍ତାନକୁ ହରାଇବା ଏକ ଅଭ୍ୟାସରେ ପରିଣତ ହୋଇଯିବା କଥା ସେହ୍ବାଗ ଟୁଇଟ୍‌ ଯୋଗେ କହିବାକୁ ଚାହିଁଛନ୍ତି। ସୂଚନାଯୋଗ୍ୟ, ସର୍ବାଧିକ ୪ଥର ବିଶ୍ୱକପ ଟାଇଟଲ ହାସଲ କରିଥିବା ଭାରତ ଆସନ୍ତା ରବିବାର ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ କିମ୍ବା ବାଂଲାଦେଶକୁ ଭେଟିବ। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ଏହି ଦୁଇ ଦଳ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୫ରୁ ବାଦ୍‌ ପଡ଼ିଲେ ଏହି ଅଧିନାୟକ! ଏହି କାରଣରୁ ଅକ୍ସନରେ ନାମ ନ ଦେବାକୁ ନିଷ୍ପତ୍ତି…

ନୂଆଦିଲ୍ଲୀ,୨।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନ ଆୟୋଜିତ ହେବ। ନିକଟରେ ରିଟେନ୍‌ଶନ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୧୦ ଟିମ୍‌ ମିଶି ମୋଟ ୪୭...

୧୦ ବର୍ଷ ପରେ ଚେନ୍ନାଇକୁ ଫେରିବେ ଏହି କିମ୍ବଦନ୍ତୀ, ଧୋନୀ-ଜାଡେଜାଙ୍କ ସହ ଆଇପିଏଲ ୨୦୨୫ରେ ଆସିବେ ନଜର

ନୂଆଦିଲ୍ଲୀ,୨।୧୧: ଆଇପିଏଲ ୨୦୨୫ର ରିଟେଶନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚର୍ଚ୍ଚାରେ ଥିଲା ଏବଂ ରିଟେଶନ ତାଲିକା ପ୍ରକାଶ ପାଇବା...

ସୂର୍ଯ୍ୟ-ହାର୍ଦ୍ଦିକଙ୍କଠାରୁ କମ୍‌ ଦରମାରେ ଖେଳିବେ ରୋହିତ ଶର୍ମା, ମୁମ୍ବାଇର ରିଟେଶନ ଲିଷ୍ଟ ଉପରେ କହିଲେ…

ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଖେଳାଳିଙ୍କୁ ରିଟେନ କରିଛି। ସେମାନଙ୍କ ନାମ ଜସପ୍ରୀତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ...

ଭାରତକୁ ଶୋଚନୀୟ ଭାବେ ପରାସ୍ତ କଲା ପାକିସ୍ତାନ: ବେକାର ଗଲା ଭରତଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧।୧୧: ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନୀ ଦଳ ବର୍ତ୍ତମାନ ଗ୍ରୁପ ପର୍ଯ୍ୟାୟର ଉଭୟ ମ୍ୟାଚ ଜିତି...

ସିଏସ୍‌କେ ପାଇଁ ଖେଳିବେ ପନ୍ତ! ଧୋନୀଙ୍କ ନିକଟତର ଖୋଲିଦେଲେ ବଡ଼ ରାଜ୍‌

ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ମୁକ୍ତ କରିଛି। ପନ୍ତ ୨୦୧୬ରେ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ଦିଲ୍ଲୀର...

କ୍ରିକେଟ୍‌ ଜଗତରେ ବଡ଼ ଓଲଟପାଲଟ୍‌: ଇଂଲଣ୍ଡକୁ ଧୂଳି ଚଟାଇଲା ହଂକଂ

ନୂଆଦିଲ୍ଲୀ,୧।୧୧:ହଂକଂ ସୁପର ସିକ୍ସ ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ପରାସ୍ତ କରି ନେପାଳ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି। ନେପାଳ ଇଂଲଣ୍ଡକୁ ୧୦ ଉଇକେଟରେ ପରାସ୍ତ କରିଛି।...

କାହିଁକି ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଲେ ବୁମ୍‌ରା: ବିସିସିଆଇ କହିଲା କାରଣ

ଓ୍ବାଙ୍ଖଡେ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଏକ ବଡ ପରିବର୍ତ୍ତନ କରିଛି। ଜସପ୍ରୀତ ବୁମରା ପ୍ଲେଇଙ୍ଗ-୧୧ରେ ସାମିଲ ହୋଇନାହାନ୍ତି। ଏହାକୁ...

ରିଙ୍କୁ ସିଂଙ୍କ ଉପରେ ଟଙ୍କା ବର୍ଷା କଲେ ଶାହରୁଖ: ୨୪ ଗୁଣରୁ ଅଧିକ ବଢିଲା ଦରମା

ନୂଆଦିଲ୍ଲୀ,୧।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ରଖାଯିବାକୁ ଥିବା ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଅନେକ ଫ୍ରାଞ୍ଚାଇଜ କିଛି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ ୨୦୨୫ ଚାମ୍ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri