ଇସଲାମାବାଦ୍,୨୩।୬: ପାକିସ୍ତାନ କ୍ରିକେଟ ଦଳକୁ ବଡ ଝଟ୍କା ଲାଗିଛି। ଦଳର ୩ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲେଗ ସ୍ପିନର ଶାଦାବ ଖାନ, ଦ୍ରୁତ ବୋଲର ହରିସ ରଫ୍ ଏବଂ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ହାଇଦର ଅଲ୍ଲି କରୋନା ଆକ୍ରାନ୍ତ ହୋଇଛନ୍ତି। ଇଂଲଣ୍ଡ ଗସ୍ତ ପୂର୍ବରୁ ଦଳର ସବୁ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୩ ଖେଳାଳିଙ୍କ କରୋନା ପଜିଟିଭ୍ ଆସିଛି। ଦଳର ଅନ୍ୟ ଖେଳାଳି ୱାକର ୟୁନିସ, ଶୋଏବ ମଲିକ ଏବଂ କ୍ଲିଫ ଡିକନ ମଧ୍ୟ କରାଚି, ଲାହୋର ଏବଂ ପେଶୱାରରେ କରୋନା ପରୀକ୍ଷା କରିଛନ୍ତି। ମଙ୍ଗଳବାର ଦିନ ଏହି ତିନିଜଣଙ୍କ ରିପୋର୍ଟ ଆସିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ପକ୍ଷରୁ କୁହାଯାଇଛି। ଆକ୍ରାନ୍ତ ୩ ଖେଳାଳି ଇଲଂଣ୍ଡ ଗସ୍ତରେ ଯାଇପାରିବେ ନାହିଁ ବୋଲି ପିସିବି ସ୍ପଷ୍ଟ କରିଛି। ଇଂଲଣ୍ଡ ଗସ୍ତରେ ପାକିସ୍ତାନ ୩ଟି ଟେଷ୍ଟ ଏବଂ ୩ଟି ଟି -୨୦ ମ୍ୟାଚ ଖେଳିବାକୁ ପଡିବ।