Posted inଖେଳ

ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ୧୭ ମାସ ଜେଲ

ଲଣ୍ଡନ,୮।୨- ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ ନାସିର ଜାମଶେଦ ସ୍ପଟ୍‌ ଫିକ୍ସିଂରେ ଜଡ଼ିତ ଥିଲେ। ତାଙ୍କୁ ଶୁକ୍ରବାର ୧୭ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ୩୦ ବର୍ଷୀୟ ଜାମଶେଦଙ୍କ ସହ ଅନ୍ୟ ଦୁଇ କ୍ରିକେଟର ୟୁସେଫ ଅନଓ୍ବାର (୩୬) ଓ ମହମ୍ମଦ ଇଜାଜ (୩୪)ଙ୍କୁ ଗତ ଫେବୃୟାରୀରେ ନ୍ୟାଶନାଲ କ୍ରାଇମ ଏଜେନ୍ସି ଦ୍ୱାରା ଗିରଫ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅନଓ୍ବାରଙ୍କୁ ୩ ବର୍ଷ ଓ ୪ ମାସ ଏବଂ ଇଜାଜଙ୍କୁ ଅଢ଼େଇ ବର୍ଷ ପାଇଁ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ସେଣ୍ଟ୍ରାଲ ଇଂଲଣ୍ଡ ବାସିନ୍ଦା ଜାମଶେଦ୍‌ ପାକିସ୍ତାନ ପକ୍ଷରୁ ସମସ୍ତ ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି। ସ୍ପଟ୍‌ ଫିକ୍ସିଂ ଷଡ଼ଯନ୍ତ୍ରରେ ସାମିଲ ଥିବା ଏହି ତିନି କ୍ରିକେଟର ଗତ ଶୁଣାଣିରେ ସ୍ବୀକାର କରି ନେଇଥିଲେ। ମାଞ୍ଚେଷ୍ଟର କ୍ରାଉନ କୋର୍ଟ ଜଜ୍‌ ରିଚାର୍ଡ ମାନଶେଲ କହିଛନ୍ତି, ଅନଓ୍ବାର ଓ ଇଜାଜ ଅପରାଧରେ ଜଡ଼ିତ ଥିଲେ। କିନ୍ତୁ ଜାମଶେଦ୍‌ ଅର୍ଥ ପ୍ରୋଲୋଭନର ଶିକାର ହୋଇଥିଲେ। ଉଲ୍ଲେଖଯୋଗ୍ୟ, ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ) ୨୦୧୬ ସଂସ୍କରଣର ଶେଷ ଆଡ଼କୁ ଓ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ୨୦୧୭ ଫେବୃୟାରୀରେ ସ୍ପଟ୍‌ ଫିକ୍ସିଂ ହୋଇଥିଲା। ଉଭୟ ଘଟଣାରେ ଓପନିଂ ବ୍ୟାଟ୍ସମ୍ୟାନ ୩୦ ହଜାର ୟୁରୋ ପାଇଁ ଓଭରର ପ୍ରଥମ ବଲକୁ ଡଟ୍‌ କରିବା ଲାଗି ରାଜି ହୋଇଥିଲେ। ପରେ ସେ ଅନ୍ୟ ଖେଳାଳିଙ୍କୁ ସ୍ପଟ୍‌ ଫିକ୍ସିଂ ପାଇଁ ପ୍ରଲୋଭନ ଦେଇଥିଲେ। ଗତବର୍ଷ ତାଙ୍କୁ ପିସିବିର ଆଣ୍ଟି କରପଶନ ୟୁନିଟ ୧୦ ବର୍ଷ ପାଇଁ ବାସନ୍ଦ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଟ୍ରଫିରୁ ଓହରିଯିବ ପାକିସ୍ତାନ! ଭାରତ ଯିବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୧୧: ଆଗାମୀ ଚାମ୍ପିୟନ୍ସ ଟ୍ରଫିରୁ ଓହରିପାରେ ପାକିସ୍ତାନ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ ଆସିବାକୁ ମନା କରିବାରୁ ପରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ...

ଆଇପିଏଲର ଏହି ଦଳରେ ଅଛନ୍ତି ୪ ଅଧିନାୟକ

ନୂଆଦିଲ୍ଲୀ,୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଆଇପିଏଲ ଚାମ୍ପିୟନ ହୋଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏମଆଇ ପ୍ରତ୍ୟେକ ଥର ଟାଇଟଲ ଜିତିଛି।...

ଆଇପିଏଲ ୨୦୨୫ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଆସିଲା ଏହି ବଡ଼ କାରଣ

ନୂଆଦିଲ୍ଲୀ,୧୧।୧୧: ଆଇପିଏଲ ୨୦୨୫ର ୧୮ତମ ସିଜନ ପାଇଁ ବିଗୁଲ ବାଜିସାରିଛି। ଚଳିତ ମାସରେ ଆଗାମୀ ସିଜନ ପାଇଁ ଏକ ମେଗା ନିଲାମ ହେବ। ସମସ୍ତ ୧୦ଟି...

ବଡ଼ ଖବର: ଏହି ଖେଳାଳି ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ! ହେଲା ଖୁଲାସା

ନୂଆଦିଲ୍ଲୀ,୧୧।୧୧: ଆଇପିଏଲ ୨୦୨୫ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସମୁଦାୟ ଚାରିଜଣ ଖେଳାଳିଙ୍କୁ ରିଟେନ କରିଥିଲା। ଏହି ୪ ଖେଳାଳିଙ୍କ ନାମ ଅକ୍ଷର ପଟେଲ, ଟ୍ରିଷ୍ଟନ...

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ ଏହି କ୍ରିକେଟର୍‌ଙ୍କ ପୁଅ

ନୂଆଦିଲ୍ଲୀ,୧୧।୧୧:ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ନିକଟରେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି। ଲିଙ୍ଗ ପରିବର୍ତ୍ତନ ପରେ ଆର୍ଯ୍ୟନ ବଙ୍ଗର ତାଙ୍କ...

ଭାରତ ଉପରେ ରାଗିକି ନିଆଁବାଣ ପାକିସ୍ତାନ: ଏବେ ନେବ ଆକ୍ସନ

ଇସଲାମାବାଦ୍‌,୧୧।୧୧:ଚାମ୍ପିଅନ୍ସ ଟ୍ରଫି ସମ୍ପର୍କରେ ବିସିସିଆଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ।...

ବ୍ୟାକ୍‌-ଟୁ-ବ୍ୟାକ୍‌ ଶତକ ହାସଲ ପରେ ଲଜ୍ଜାଜନକ ରେକର୍ଡ କଲେ ସଞ୍ଜୁ ସାମସନ

ଡର୍ବାନ,୧୧।୧୧: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଏବଂ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ...

ରୋହିତଙ୍କ ଅନୁପସ୍ଥିତିରେ କିଏ ହେବ ଭାରତୀୟ ଦଳର ଅଧିନାୟକ: ଗମ୍ଭୀର ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୧।୧୧:ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଳ୍ପ ଦିନ ବାକି ଅଛି। ଟିମ ଇଣ୍ଡିଆର ଅନେକ ଖେଳାଳି ମଧ୍ୟ ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ଏସବୁ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri