Posted inଭଦ୍ରକ

ପାଚେରି ଭଙ୍ଗାକୁ ନେଇ ଉତ୍ତେଜନା

ଧାମନଗର,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରରେ ପାଣି ଟାଙ୍କି ପାଚେରି ଭଙ୍ଗାକୁ ନେଇ ଶନିବାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ଧାମନଗର ଥାନା ପରିସରରେ ଏକ ଜରୁରିକାଳୀନ ଶାନ୍ତି କମିଟି ବୈଠକ ବସି ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର କୌଣସି ସମାଧାନ ହୋଇପାରି ନାହିଁ। ଠିକାଦାର ବସନ୍ତ କୁମାର ଦାସଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୩୨/୨୦) ରୁଜୁ କରିଛି।
ସୂଚନା ଅନୁଯାୟୀ, ଧାମନଗର ଥାନା ପଛପଟ ନହଜାରୀ କିଲ୍ଲାରେ ଏକ ବୃହତ୍‌ ପାଇପ୍‌ ଜଳ ଯୋଗାଣ ଟାଙ୍କି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଶନିବାର ଗୋଟିଏ ଗୋଷ୍ଠୀର କେତେକ ଲୋକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଏଥିସହ ନିର୍ମାଣାଧୀନ ପାଚେରିକୁ ଭାଙ୍ଗି ଦେଇଥିଲେ। ପ୍ରତିବର୍ଷ ଏହି ରାସ୍ତା ଦେଇ ପ୍ରସିଦ୍ଧ କାଳିସୀ ଶୋଭାଯାତ୍ରା ଏବଂ ଜୁଲୁସ ଯାଉଥିବାରୁ ରାସ୍ତା ଚଉଡ଼ାର ଆବଶ୍ୟକ ଥିବାବେଳେ ରାସ୍ତାକୁ ମଡ଼ାଇ ପାଚେରି କଲେ ବହୁ ବଡ଼ ଗଛ ନଷ୍ଟ ହେବାର ଆଶଙ୍କା ରହିଛି। ରାସ୍ତାକୁ ଛାଡ଼ି ପାଚେରି ନିର୍ମାଣ କରିବାକୁ ଠିକାଦାରଙ୍କୁ ଗ୍ରାମବାସୀ କହିଥିଲେ। ତଦନୁଯାୟୀ ଠିକାଦାର ମଧ୍ୟ ଆବଶ୍ୟକ ରାସ୍ତା ଛାଡ଼ି ପାଚେରି ନିର୍ମାଣ କରୁଥିଲେ। ମାତ୍ର ଏହାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଗଣ୍ଡଗୋଳ ଆରମ୍ଭ କରି ପାଚେରିର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ପହଞ୍ଚି ତଦନ୍ତ କରିଥିଲା। ପରେ ପୋଲିସ ପକ୍ଷରୁ ଜରୁରିକାଳୀନ ଶାନ୍ତି କମିଟି ବୈଠକ ଡକାଯାଇଥିଲା। ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲ, ଅତିରିକ୍ତ ତହସିଲଦାର ଲଗନଜିତ ବେହେରା, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଯତିନ୍ଦ୍ର ମୋହନ ମିଶ୍ର, ଏସ୍‌ଆଇ ମୋତିଲାଲ ମାରାଣ୍ଡିଙ୍କ ସମେତ ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri