ପାଣିରେ ପଡ଼ିଲା ଓପିଟିସିଏଲ୍‌ର ୧୫ କୋଟି

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): ସାମୁଦ୍ରିକ ଝଡ଼ ’ଫନୀ’କୁ ବର୍ଷେ ପୂରିଗଲା। ବର୍ଷକ ତଳେ ଏହି ଝଡ଼ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ବିଦ୍ୟୁତ୍‌ ଭିତ୍ତିଭୂମି ଉଜାଡି ଦେଇଥିଲା। ଶକ୍ତି ବିଭାଗ ଆକଳନ ଅନୁଯାୟୀ ୧୪ ଜିଲାରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ପୁରୀ, ଖୋର୍ଦ୍ଧା, କଟକ ଜିଲାର ବିଦ୍ୟୁତ୍‌ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଖୋର୍ଦ୍ଧା ଜିଲାର ପାଣ୍ଡିଆବିଲ ଠାରୁ ପୁରୀ ସମଗରା ପର୍ଯ୍ୟନ୍ତ ୨୨୦ କେଭିର ୭୦ଟି ବିଦ୍ୟୁତ୍‌ ଟାୱାର ସମ୍ପୂର୍ଣ୍ଣ ଭୁଶୁଡି ପଡ଼ଲା । ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌(ଓପିଟିସିଏଲ୍‌)ର ଏଥିଯୋଗୁ ୧୫ କୋଟି ଟଙ୍କା ପାଣିରେ ପଡ଼ିଲା। ଓପିଟିସିଏଲ୍‌ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁ ନୂତନ ଟାୱାରଗୁଡିକ ଭୂଲୁଣ୍ଠିତ ହୋଇଗଲା। ବିଡମ୍ବନାର ବିଷୟ ଯେ ୪୦ ବର୍ଷର ପୁରୁଣା ଟାୱାର ଛିଡା ହୋଇଥିବା ବେଳେ ମାତ୍ର ୫ ବର୍ଷର ନୂଆ ଟାୱାରଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଗଲା। ଏହି ଟାୱାର କେଳେଙ୍କାରୀ ବିଷୟରେ ୨୦୧୯ ସେପ୍ଟେମ୍ବର ୩ ତାରିଖରେ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏ ନେଇ ଶକ୍ତି ବିଭାଗ ତପତ୍ର ହେବା ସହ ଟାୱାରଗୁଡିକର ମାନ ଯାଞ୍ଚ କରିବା ଏବଂ ଭୁଶୁଡ଼ିବା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ୬ ମାସ ବିତିଯାଇଥିଲେ ମଧ୍ୟ ଏହି ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କାୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହଁି। ତଦନ୍ତ ଆଳରେ ଏହି ର୍ଦୁ୍‌ନୀତିକୁ ଚାପି ଦେବାକୁ ଗୋଟିଏ ଗୋଷ୍ଠୀ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

୨୦୧୫ରେ ପୁରୀ ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ଦେଖି ପାଣ୍ଡିଆବିଲ ପାୱାର ଗ୍ରୀଡ୍‌ ଷ୍ଟେଶନରୁ ପୁରୀ ସମଗରା ଷ୍ଟେଶନକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇବାକୁ ଓପିଟିସିଏଲ୍‌ ପକ୍ଷରୁ ୭୦ଟି ବିଦ୍ୟୁତ୍‌ ଟାୱାର ନିର୍ମାଣ କରାଯାଇଥିଲା। ଏଥିପାଇଁ ପ୍ରତି ବର୍ଗ କିଲୋମିଟରକୁ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଟେଣ୍ଡର ଜରିଆରେ ଏକ ଘରୋଇ କମ୍ପାନୀକୁ ଟାୱାର ବସାଇବା ଦାୟିତ୍ୱ ଦିଆଯାଇଥିଲା। ତେବେ ସେହି କମ୍ପାନୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ନ କରିବାରୁ ଓପିଟିସିଏଲ୍‌ ନିଜେ ଏହି ଟାୱାର ନିର୍ମାଣ କରିଥିଲା। ନିମାପଡ଼ାରୁ ପୁରୀ ଯାଇଥିବା ୪୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୧୪ଟି ଟାୱାରର ଆଂଶିକ କ୍ଷତି ହୋଇଥିବା ବେଳେ ଖୋର୍ଦ୍ଧାରୁ ପୁରୀ ଯାଇଥିବା ସମସ୍ତ ଟାୱାର ବାତ୍ୟାରେ ଭୁଶୁଡି ପଡିଥିଲା।

ଅଧିକାଂଶ ସମୟରେ ବାତ୍ୟା ଯୋଗୁ ଉପକୂଳ ଜିଲାଗୁଡିକରେ ବିଦ୍ୟୁତ୍‌ ଭିତ୍ତିଭୂମିର ବ୍ୟାପକ କ୍ଷତି ହେଉଛି। ୨୦୧୩ ଫାଇଲିନ ବାତ୍ୟା ଯୋଗୁ ଗଞ୍ଜାମ ଓ ଗଜପତି ଜିଲାରେ ବହୁ କ୍ଷୟକ୍ଷତି ହୋଇଥିଲା। ରେଲ୍‌ଓ୍ବେର ଟାୱାରଗୁଡିକ କ୍ଷତିଗ୍ରସ୍ତ ହୋଇ ନ ଥିବା ବେଳେ ଶକ୍ତି ବିଭାଗର ଟାୱାରଗୁଡିକ କାହିଁକି କ୍ଷତିଗ୍ରସ୍ତ ହେଲା ସେ ନେଇ ତତ୍କାଳୀନ ଶକ୍ତି ସଚିବ ପ୍ରଦୀପ କୁମାର ଜେନା ତଦନ୍ତ କରାଇଥିଲେ। ଅଭିଜ୍ଞ ଯନ୍ତ୍ରୀମାନଙ୍କୁ ନେଇ ଏହି ତଦନ୍ତ କମିଟି ଗଠନ କରାଯାଇଥିଲା। ଉପକୂଳ ଓ ବାତ୍ୟାପ୍ରବଣ ଜିଲାଗୁଡିକରେ ୧୭୦ କି.ମି.ରୁ ୨୭୦ କି.ମି. ବେଗର ପବନ ମାଡ଼କୁ ସମ୍ଭାଳି ପାରିବା ଭଳି ଟାୱାର ନିର୍ମାଣ କରିବାକୁ କମିଟି ବିଭାଗକୁ ସୁପାରିସ କରିଥିଲା। ଟାୱାରଗୁଡିକର ମୂଳଦୁଆ ସୁଦୃଢ଼ କରିବା ସହ ଉନ୍ନତମାନର ଲୁହା(ପ୍ରଥମ ଉପତ୍ାଦନ)ରେ ତିଆରି କରିବାକୁ ପରାମର୍ଶ ଦିଆଯାଇଥିଲା। ଶକ୍ତି ବିଭାଗରୁ ପ୍ରଦୀପ ଜେନା ଅନ୍ୟ ବିଭାଗକୁ ବଦଳି ହୋଇଗଲେ। କମିଟିର ସେହି ସୁପାରିସକୁ ସମ୍ପୂର୍ଣ୍ଣ ଅଣଦେଖା କରି ଓପିଟିସିଏଲ୍‌ ଟର୍ନ କି ବେସିସ୍‌ରେ ଏକ ଘରୋଇ ଠିକାଦାର ଜରିଆରେ ଟାୱାର ନିର୍ମାଣ କଲା। ଟାୱାରଗୁଡିକର ଗୁଣବତ୍ତାକୁ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଲେ ନାହିଁ। ଏହାର ମାନ ଯାଞ୍ଚ ମଧ୍ୟ କରାଗଲା ନାହିଁ। ଠିକାଦାର ଉପରେ ଟାୱାର ଡିଜାଇନ ଓ ନିର୍ମାଣ ସାମଗ୍ରୀ ଯୋଗାଣ ଦାୟିତ୍ୱ ସମ୍ପୂର୍ଣ୍ଣ ଛାଡି ଦିଆଗଲା। ରାୟପୁରରୁ ନିମ୍ନମାନର ଉକ୍ତ ଟାୱାରଗୁଡିକୁ କ୍ରୟ କରାଯାଇ ନିର୍ମାଣ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି। ଜାଣିଶୁଣି ଏଭଳି ନିମ୍ନମାନର କାର୍ଯ୍ୟ କରାଯାଇଥିଲା ବୋଲି ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ ଅଭିଯୋଗ କରିିଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏହାକୁ ଚାପି ଦିଆଯାଇଛି। ମହାସଂଘ ପକ୍ଷରୁ ଏହି ଘଟଣାର ତଦନ୍ତ କରିବାକୁ ଦୁଇ ଥର ଓପିଟିସିଏଲ୍‌ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ମଧ୍ୟ ତଦନ୍ତ ବଦଳରେ ଦୁର୍ନୀତିଗତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ମସୁଧା ଚାଲିଛି ବୋଲି ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଅଭିଯୋଗ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡାଯାଇଛି।
ଏ ସମ୍ପର୍କରେ ଓପିଟିସିଏଲ୍‌ ସିଜିଏମ(କନଷ୍ଟ୍ରକ୍ସନ) ଗୋପାଳ ପତି କହିଛନ୍ତି ଯେ ଟାଓ୍ବାରଗୁଡିକର ମାନ ଯାଞ୍ଚ କରାଯାଇଥିଲା। ତେବେ କେଉଁ କାରଣରୁ ସମସ୍ତ ଟାଓ୍ବାର ନଷ୍ଟ ହେଲା ତାହାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରାଯାଇଛି। କରୋନା ଲକ୍‌ଡାଉନ୍‌ ଯୋଗୁ ତଦନ୍ତ ରିପୋର୍ଟ ମିଳି ପାରି ନାହିଁ। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର...

ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ...

ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର

ଭୁବନେଶ୍ୱର,୨୪ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନା ନିର୍ଯାତନା ଘଟଣାରେ ଏକପାଖିଆ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଉଠାଇ ଏହା ପ୍ରତିବାଦରେ ଗତ ୨୧ ତାରିଖ ଅପରାହ୍ନରେ...

ଫେରିଯିବ ମୌସୁମୀ, ଆଉ ୪ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର,୨୩ା୯(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା...

ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି

କୋଣାର୍କ,୨୪ା୯(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ବାଲି ତଳେ ବହୁ ପୁରାତନ ମୂର୍ତ୍ତି ପୋତି ହୋଇରହିଛି।  ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥା (ଏନ୍‌ଜିଆର୍‌ଆଇ)...

ଶିଶୁ ଅଶ୍ଳୀଳତା ଭିଡିଓ ଦେଖିଲେ ବା ଡାଉନଲୋଡ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ସୁପ୍ରିମକୋର୍ଟଙ୍କ ରାୟ ଲାଗୁ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର,୨୩ା୯: ଶିଶୁ ଅଶ୍ଳୀଳତା ଉପରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଓଡ଼ିଶା ସରକାର ସମର୍ଥନ କରିଛନ୍ତି।ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଏହା ସର୍ବୋଚ୍ଚ ନ୍ୟାୟାଳୟଙ୍କର ରାୟକୁ...

ଦେଶରେ ପ୍ରଥମ: ଆଇଆଇଏମ୍‌ ସମ୍ବଲପୁର ପାଠପଢ଼ା ଶୈଳୀରେ ସୃଷ୍ଟି ହେବ ନୂତନ ଅଧ୍ୟାୟ

ସମ୍ବଲପୁର,୨୩ା୯(ପ୍ରମୋଦ ବହିଦାର): ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଯାହା ସମଗ୍ର ଦେଶରେ ପ୍ରଥମ...

କାର୍ଯ୍ୟକାରୀ ହେଲା ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା: ୧୦୦୦ ଅଭିଯୋଗକାରୀଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ସମସ୍ୟା ଶୁଣିଛନ୍ତି। ଏଥିସହିତ ପ୍ରଥମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri