ଚେନ୍ନାଇ,୨୧।୬: ତାମିଲନାଡୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ହେଲେ ପାଣି ପାଇଁ ସ୍କୁଲ ଓ ହୋଟେଲ ବନ୍ଦ ହେବା ଖବର ମିଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଇଡାପଡି କେ. ପଲାନିସ୍ବାମୀ। ଶୁକ୍ରବାର ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ରାଜ୍ୟରେ ଜଳ ସଙ୍କଟକୁ ନେଇ ପଲାନିସ୍ବାମୀ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ରାଜ୍ୟରେ ଜଳସ୍ତର କମି ଯାଇଥିବାରୁ ଏଭଳି ସମସ୍ୟା ଦେଖାଯାଇଛି ବୋଲି ସେ କହିଛନ୍ତି। ତଥାପି ଚେନ୍ନାଇ ମେଟ୍ରୋ ତରଫରୁ ପ୍ରତିଦିନ ୫୨୫ ମିଲିୟନ୍ ଲିଟର ପାଣି ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।