ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍‌

ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍‌ ଚଳାଚଳ କଲେ ପରିବହନ ଜନିତ ପ୍ରଦୂଷଣ ହ୍ରାସ ପାଇବ ବୋଲି ସେ ମତ ରଖିଛନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ପାରାଦୀପର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଥିଲେ, ପାରାଦୀପର ପ୍ରଦୂଷଣ ରୋକିବା ଦିଗରେ କେତେକ ପଦକ୍ଷେପ ନିଆଯାଉଛି। ପାରାଦୀପ ବନ୍ଦରର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟଟନ୍ତ ଏକ ଫ୍ଲାଏଓଭର ନିର୍ମାଣ କରାଯିବ। ଯାହା ଏବେ ଟେଣ୍ଡର ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିସହ ଅଗଷ୍ଟ ମାସରୁ ପାରାଦୀପ-ହରିଦାସପୁର ରେଳ ଚଳାଚଳ କଲେ ଟ୍ରକ୍‌ ଦ୍ୱାରା ମାଲ୍‌ ପରିବହନ ହ୍ରାସ ପାଇବ। ଟ୍ରକ୍‌ ଦ୍ୱାରା ମାଲ୍‌ ପରିବହନ ଯୋଗୁ ରାସ୍ତାରେ ଧୂଳି ଆସ୍ତରଣ ଅଧିକ ହେଉଛି। ସେ ସବୁ ଆଉ ହେବ ନାହିଁ। ଅନ୍ୟପକ୍ଷରେ ରେଳ ଚଳାଚଳ କରିବା ପରେ ପାରାଦୀପରେ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକଗୁଡିକର ଭବିଷ୍ୟତ କ’ଣ ହେବ ବୋଲି ଜିଲାପାଳଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ, ଏ ପ୍ରସଙ୍ଗରେ ଜିଲାପାଳ କହିଥିଲେ, ଏବେ ପାରାଦୀପରେ ଶିଳ୍ପ ବଢ଼ୁଛି। ସେଥିରେ ଅନ୍ୟ ବ୍ୟବସାୟ କରି ଟ୍ରକ୍‌ ମାଲିକ ରୋଜଗାରକ୍ଷମ ହୋଇପାରିବେ।

ସୂଚନାଯୋଗ୍ୟ, ପାରାଦୀପରେ ବର୍ଷେ ହେଲା ଟ୍ରକ ସଂଘକୁ ନେଇ ଅନେକ ବିବାଦ ଦେଖାଦେଇଛି। ସଂଘ ଜରିଆରେ ଟ୍ରକ୍‌ ମାଲିକମାନେ ପଣ୍ୟ ପରିବହନ ମୂଲ୍ୟ ସ୍ଥିର କରି ଅନେକ ପରିବହନକାରୀ ସଂସ୍ଥାକୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହିଭଳି ଏକ ବୃହତ୍‌ ପରିବହନକାରୀ ସଂସ୍ଥା ୨୦୧୮ରେ ଟ୍ରକ୍‌ରେ ପଣ୍ୟ ପରିବହନ ବନ୍ଦ କରି ଟ୍ରେନ୍‌ରେ ପରିବହନ କରିଥିଲେ। ଯାହାକୁ ଜିଲାପାଳ ମହାପାତ୍ର କଥା ପ୍ରସଙ୍ଗରେ କହିଥିଲେ ଯେ, ଏପରି ମୂଲ୍ୟ ଦୁନିଆରେ କେଉଁଠି ହେଉ ନ ଥିବ। ଏମିତି ସ୍ଥିତିରେ ସଂଘଗୁଡିକ ଧାରଣା-ଧର୍ମଘଟ କରି ଅଡ଼ୁଆରେ ପକାଇଥାନ୍ତି। ଟ୍ରେନ୍‌ରେ ପଣ୍ୟ ପରିବହନ ହେଲେ ଟ୍ରକ ବ୍ୟବସାୟ ପାଇଁ ନକରାତ୍ମକ ସ୍ଥିତି ଆଣିପାରେ ବୋଲି ଚର୍ଚ୍ଚା ହେଲାଣି। ଅପରପକ୍ଷେ ୪ଟି ଟ୍ରକ ମାଲିକ ସଂଘ ସେମାନଙ୍କ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ମାସେ ହେଲା ନୋଟିସ୍‌ ଜାରି କରିଛନ୍ତି। କେତେକ ବେକାର ଯୁବକ ନୂଆ ଟ୍ରକ୍‌ କରିବା ପାଇଁ ସଂଘରେ ଲବି ଚଳାଇଛନ୍ତି। ଏହିଭଳି ସ୍ଥିତିରେ ପ୍ରଶାସନର ଟ୍ରକ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପ୍ରୟାସ ଆଗାମୀ ଦିନରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ...

୧୯, ୧୦୬ ଜଣ ହିତାଧିକାରୀ ପାଇଲେ ବର୍ଦ୍ଧିତ ଭତ୍ତା

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଅଧୀନରେ ବୃଦ୍ଧାବୃଦ୍ଧଙ୍କୁ ମିଳିବ...

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା...

‘ଶିକ୍ଷା ବିନା ଜୀବନର ମୂଲ୍ୟ କିଛି ନାହିଁ, ମା’ମାନେ ଶିକ୍ଷିତ ହେବା ଜରୁରୀ’

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଲିପଦର ସରକାରୀ ବାଳିକା...

କଳାବାଘ ଚମଡ଼ା ଜବତ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବାରିପଦା,୧୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସ୍‌ଟିଆର୍‌) ପ୍ରକଳ୍ପରୁ ଶିକାରୀ ଏବଂ ବନ୍ୟପ୍ରାଣୀ ସାମଗ୍ରୀର ଅବୈଧ ବ୍ୟବସାୟୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ଉନ୍ନତିକରଣ ନାଁରେ ପୋତାଗଡ଼ରୁ କଟାଗଲା ଶହଶହ ଗଛ

ଗଞ୍ଜାମ,୧୫ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଅବସ୍ଥିତ। ବର୍ତ୍ତମାନ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ଉନ୍ନତିକରଣ ନାମରେ ସେଠାରେ ଥିବା ଶହ...

ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ: ୩ଟି ଗୋଲ ଦେଇ ସ୍ପୋଟର୍‌ସ ହଷ୍ଟେଲ କଟକ ବିଜୟୀ

ନିରାକାରପୁର,୧୫।୧(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଖେଳପଡ଼ିଆରେ ସଖା ସଂଘ କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ୩୧ତମ ସର୍ବଭାରତୀୟ ଫୁଟ୍‌ବଲ...

ବ୍ୟବସାୟୀଙ୍କୁ ଭୁଜାଲି ମାଡ କରି ଲୁଟ୍‌ : ବନ୍ଧୁକ ଦେଖାଇ ଭୟଭୀତ କଲେ ଅଫୁଟା ଗୁଳି, ମୋବାଇଲ୍‌ ଜବତ

ସୋନପୁର,୧୫।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଧର୍ମଶାଳା-ଯାଲୋଏ ରାସ୍ତାରେ ଭୁଜାଲିରେ ହାଣି ଯୁବ ବ୍ୟବସାୟୀ ନୀଳାମ୍ବର ମହାପାତ୍ର(୩୩)ଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ମଙ୍ଗଳବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image