ପାରିବେଶିକ ଅସନ୍ତୁଳନ

ସବ୍ୟସାଚୀ ଅମିତାଭ
ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ। ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ପ୍ରକୃତି ବିଗିଡ଼ିବାରେ ଲାଗିଲାଣି, ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେକାର ଫନୀ ମହାବାତ୍ୟା ହେଉ ଅବା ୧୯୯୯ ସୁପର ସାଇକ୍ଲୋନ୍‌ କିମ୍ବା ଅତୀତର ସୁନାମି ବା ନେପାଳ ଭୂମିକମ୍ପ- ପାରିବେଶିକ ଅସନ୍ତୁଳନଜନିତ ଭୟାବହତାର ଏସବୁ ଜ୍ୱଳନ୍ତ ଉଦାହରଣ। ଆଗାମୀ ଦିନରେ ପ୍ରକୃତିର ଏହି କ୍ରୂରତା କିଭଳି ଆକାର ଧାରଣ କରିବ, ତାହା ଆମ କଳ୍ପନାର ବାହାରେ। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ବଢ଼ି ବଢ଼ି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢ଼ିବା ସହ ବୃଷ୍ଟିପାତ କମୁଛି। ଏହାଫଳରେ ଉପତ୍ାଦନ ବ୍ୟାହତ ହେବା ସହ ପରିବେଶ ନଷ୍ଟ ହେଉଛି।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ କାରଣରୁ କେଉଁଠି ମରୁଭୂମିରେ ପତ୍ର କଅଁଳିଲାଣି ତ ଆଉ କେଉଁଠି ସବୁଜ ଅଞ୍ଚଳ ଲଣ୍ଡା ହୋଇଗଲାଣି। ନେଚର କ୍ଲାଇମେଟ୍‌ ଚେଞ୍ଜ୍‌ ପତ୍ରିକାର ତଥ୍ୟ ଅନୁସାରେ, ଉତ୍ତର-ପଶ୍ଚିମ ୟୁରେସୀୟ ତୁନ୍ଦ୍ରା ଅଞ୍ଚଳ (ଫିନ୍‌ଲାଣ୍ଡରୁ ପଶ୍ଚିମ ସାଇବେରିଆ ମଧ୍ୟରେ ପରିବ୍ୟାପ୍ତ)ରେ ଏବେ ବୁଦା ବୁଦା ଗଛ ଉଠିଲାଣି। ଜଳବାୟୁରେ ଏପରି ବିଷମତା ଦେଖାଯାଉଥିବାରୁ ଆମ ପାରିପାର୍ଶ୍ୱିକ ଅବସ୍ଥା କଦର୍ଯ୍ୟ ହେବାରେ ଲାଗିଛି। ଏହି କାରଣରୁ ଋତୁଚକ୍ରରେ ପରିବର୍ତ୍ତନ ଦେଖାଯାଉଛି। ୬ ଋତୁ ଆଜି ଆମ ପାଇଁ ସାତ ସପନ। ପୌଷ ଓ ମାଘର ହାଡ଼ଭଙ୍ଗା ଶୀତ କେବଳ ପିଲାଙ୍କ ବହିରେ ରହିଛି। ଶୀତଦିନେ ଗରମ ପୋଷାକ ଆଗଭଳି ଦରକାର ପଡୁନି। ଫାଲ୍‌ଗୁନ-ଚୈତ୍ରରେ ଆଉ କୋଇଲିର କୁହୁତାନ ବି ଶୁଭୁନି। ହେମନ୍ତ, ଶରତ ଋତୁ ବି ହଜିଗଲାଣି। କେବଳ ବଢ଼ିଚାଲିଛି ଗ୍ରୀଷ୍ମଋତୁର ଅବଧି। ବୈଶାଖ-ଜ୍ୟେଷ୍ଠ କଥା ଛାଡ଼ନ୍ତୁ, ବର୍ଷର ଅଧିକାଂଶ ସମୟରେ ଏବେ ମୁଣ୍ଡଫଟା ଖରା। ଆକାଶରୁ ଅଗ୍ନି ବର୍ଷୁଛି। ଆଷାଢ଼ ମାସରେ ଆସୁଥିବା ମୌସୁମୀ ବି ନିଖୋଜ ହୋଇସାରିଲାଣି। ଧାରା ଶ୍ରାବଣ କହିଲେ ଗୋଟିଏ ପୁରୁଣା ଓଡ଼ିଆ ସିନେମାକୁ ବୁଝୁଛନ୍ତି ଆଜିର ପିଲାମାନେ।
ବର୍ଷ ବର୍ଷ ଧରି ପ୍ରକୃତି ଉପରେ ଚାଲିଛି ଅତ୍ୟାଚାର। ଜନବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡ଼କ କୋଠାବାଡ଼ି ନିର୍ମାଣ ପାଇଁ ବେଧଡ଼କ ଭାବେ ଚାଲିଛି ଗଛକଟା। ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ପରିମାଣ ବଢ଼ିବାରେ ଲାଗିଛି। କଳକାରଖାନାରୁ ବାହାରୁଥିବା ଗ୍ୟାସ୍‌ ଓ ଅନ୍ୟ ରାସାୟନିକ ପ୍ରକ୍ରିୟା ଏବଂ ପ୍ରତିକ୍ରିୟାରୁ ପ୍ରଦୂଷିତ ହେବାରେ ଲାଗିଛି ବାୟୁ, ଜଳ ଓ ମୃତ୍ତିକା। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍‌ ରହିଛି- ‘ବିଟ୍‌ ଏୟାର ପଲ୍ୟୁଶନ’। ପୃଥିବୀର ତାପମାତ୍ରା ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ହେଲା ବାୟୁ ପ୍ରଦୂଷଣ। ସ୍ଥିତି ଏପରି ଜାରି ରହିଲେ, ସେଦିନ ଆଉ ଡେରି ନାହିଁ ମେରୁ ନିକଟରେ ଜମାହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ତରଳିଯିବ। ଏହାଦ୍ୱାରା ସମୁଦ୍ର ପତ୍ତନ ଆଉ ୧୫ରୁ ୨୦ ଫୁଟ ବଢ଼ିଯିବ। ୧୫ରୁ ୨୦ ଫୁଟ କଥା ଛାଡ଼ନ୍ତୁ, ମାତ୍ର ୪-୫ ଫୁଟ୍‌ ସମୁଦ୍ର ପତ୍ତନ ବଢ଼ିଲେ ସାରା ବିଶ୍ୱ ଜଳରେ ଲୀନ ହୋଇଯିବ।
ଆମ ରାଜ୍ୟରେ ପ୍ରଚଣ୍ଡ ଗରମ ଓ ଅଗ୍ନିବର୍ଷା ମଧ୍ୟ ପରିବେଶଗତ ବିଷମତାରୁ ଜନ୍ମ ନେଇଛି। ଉପକୂଳରେ ଯେଉଁ ହେନ୍ତାଳ ବଣ ଥିଲା, ତାହା ଏବେ ଲୋପ ପାଇସାରିଛି। ପରିବେଶ ସୁରକ୍ଷା ପାଇଁ ଆମର ପ୍ରଚେଷ୍ଟା ଅତୀତ ଦିନମାନଙ୍କରେ ସନ୍ତୋଷଜନକ ରହିନି। ଏବେ କିନ୍ତୁ ପରିବେଶ ପାଇଁ ଚିନ୍ତା କରିବାର ସମୟ ଆସିଗଲାଣି। ସୁସ୍ଥ ପରିବେଶ ରହିଲେ ଆମେ ରହିବା, ଏହା ବୁଝିବାକୁ ପଡ଼ିବ। ବନୀକରଣ, ବ୍ୟାପକ ବୃକ୍ଷ ରୋପଣ, ସାମୁଦ୍ରିକ ଉପକୂଳରେ ଲୁଣା ଜଙ୍ଗଲ ସୃଷ୍ଟି ଓ ପରିବେଶଗତ ପରିଚାଳନାକୁ ଗୁରୁତ୍ୱ ଦେବାକୁ ହେବ।
ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri