ବାରିପଦା ଅଫିସ, ୨୦ା୪- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆରଏମ୍ ମେଡିକାଲ୍ର ମାନସିକ ରୋଗ ଚିକିତ୍ସା ଓ୍ବାର୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ସମୟରେ ଶର୍ଟ ସର୍କିଟ ଯୋଗୁ ଉକ୍ତ ଓ୍ବାର୍ଡରେ ନିଆଁ ଲାଗି ଯାଇଥିଲା। ଖବରପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଓ୍ବାର୍ଡରେ ଥିବା ଏସି ସମେତ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ସରଞ୍ଜାମ ପୋଡ଼ି ଯାଇଛି।