Posted inଜାତୀୟ

ପିଓକେରେ ଭୂକମ୍ପ: ୧୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୩୦୦ରୁ ଊର୍ଦ୍ଧ୍ୱ ଆହତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୪ା୯(ପି.ଟି.)- ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର ଅନେକ ଅଞ୍ଚଳ ଥରିଉଠିଛି। ଏଥିରେ ଅନୂ୍ୟନ ୧୯ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ୮ରୁ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ପିଓକେର ନ୍ୟୁ ମିରପୁର ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର କେତେକେ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।

ପାକିସ୍ତାନ ପାଣିପାଗ ବିଭାଗର ଆର୍ଥକ୍ୱେକ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଅପରାହ୍ନ ୪ଟା ପରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ପଞ୍ଜାବ ପ୍ରଦେଶର ପାର୍ବତ୍ୟ ସହର ଝେଲମରେ ପ୍ରଥମେ ଅନୁଭୂତ ହୋଇଥିଲା। ଏହାର ଗଭୀରତା ଥିଲା ୧୦ କି.ମି.। ତେବେ ଭୂକମ୍ପର ତୀବ୍ରତା ୭.୧ ବୋଲି ପାକିସ୍ତାନର ବିଜ୍ଞାନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ ସୂଚନା ଦେଇଛନ୍ତି। ପିଓକେର ମିରପୁର ପୋଲିସ ଡିଆଇଜି କହିଛନ୍ତି, ଶକ୍ତିଶାଳୀ ଭୂକମ୍ପ ଯୋଗୁ ମିରପୁର ଓ ଏହାର ଆଖପାଖ ଅଞ୍ଚଳର ବହୁ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଲୋକେ ଭୟରେ ଘରୁ ବାହାରିଯାଇଛନ୍ତି। ରାସ୍ତାଗୁଡ଼ିକ ଫାଟି ଆଁ କରିଛି। ଏଥିରେ ୧୦ ଜଣ ପ୍ରାଣ ହରାଇଛନ୍ତି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ କମାର ଜାଭେଦ୍‌ ବାଜ୍‌ଓ୍ବା ନିର୍ଦ୍ଦେଶ ଦେଇଛନ୍ତି। ସେନା ପକ୍ଷରୁ ହେଲିକପ୍ଟରରେ ମେଡିକାଲ୍‌ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ପ୍ରକୃତରେ କେତେ ଧନଜୀବନ ନଷ୍ଟ ହୋଇଛି ସେନେଇ ଆକଳନ କରାଯାଉଛି ବୋଲି ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ମହମ୍ମଦ ଅଫ୍‌ଜଲ୍‌ କହିଛନ୍ତି। ଇସ୍‌ଲାମାବାଦ ସମେତ ପେଶାଓ୍ବର, ରାଓ୍ବଲପିଣ୍ଡି, ଲାହୋର, ସ୍କାର୍ଦୁ, କୋହାଟ, ଚର୍ସାଦ୍ଦା, କସୁର, ଫୈସଲାବାଦ, ଗୁଜରାଟ, ସିଆଲକୋଟ, ଅବୋଟ୍ଟାବାଦ, ମନସେରା, ଚିତ୍ରାଲ, ମାଲାକଣ୍ଡ, ମୁଲତାନ, ଶାଙ୍ଗଲା, ଓକାରା, ନୌସେରା, ଆଟ୍ଟୋକ ଓ ଝାଙ୍ଗ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ଗ୍ରହଣ କଲେ ଆତିଶୀ, ହେଲେ ପାଖରେ କାହିଁକି ରଖିଲେ ଖାଲି ଚୌକି, କହିଲେ ଏମିତି କଥା

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ...

ମଥୁରା-ବୃନ୍ଦାବନ ପ୍ରସାଦର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ଡିମ୍ପଲ

ଲକ୍ଷ୍ନୌ,୨୩।୯: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ‘ପ୍ରସାଦ’ରେ ପଶୁ ଚର୍ବି ମିଶ୍ରଣ ହେବାର ଖବର ଆସିବା ପରେ ମଥୁରାରେ ଖାଦ୍ୟ ଏବଂ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ପିଲାମାନଙ୍କ ସହ ଜଡିତ ଅଶ୍ଳିଳ ସାମଗ୍ରୀ ନିଜ ପାଖରେ ରଖିବା ଦଣ୍ଡନୀୟ ଅପରାଧ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପୋର୍ନୋଗ୍ରାଫି ସହ ଜଡିତ ସାମଗ୍ରୀ ଡାଉନଲୋଡ କରିବା ଏବଂ ଏହାକୁ ନିଜ ପାଖରେ ରଖିବା ଏକ ଅପରାଧ।...

ଲଡୁ ପ୍ରସାଦ ମାମଲାକୁ ନେଇ ତିରୁପତି ମନ୍ଦିର ଟ୍ରଷ୍ଟ ଦେଲା ରିପୋର୍ଟ

ତିରୁପତି,୨୩।୯: ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ଭାବରେ ତିଆରି ହୋଇଥିବା ଲଡୁରେ ପଶୁ ଚର୍ବି ମିଶୁଥିବା ମାମଲାରେ ମୁଖ୍ୟ ସୂଚନା ସାମ୍ନାକୁ ଆସିଛି। ଘିଅରେ ଅପମିଶ୍ରଣ...

ଆଜି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଆତିଶୀ

ନୂଆଦିଲ୍ଲୀ,୨୩।୯: ଦୁଇ ଦିନ ପୂର୍ବେ ବରିଷ୍ଠ ଆମ ଆଦମୀ ପାର୍ଟିର ନେତା ଆତିଶୀ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।...

ସିସୋଡିଆଙ୍କ ବଡ ବୟାନ, କେଜରିଓ୍ବାଲଙ୍କ ସହ ମୋର ସମ୍ପର୍କ ରାମ ଲକ୍ଷଣ ପରି

ନୂଆଦିଲ୍ଲୀ,୨୩।୯: ବରିଷ୍ଠ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ରବିବାର ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ଥିବା ସମ୍ପର୍କକୁ ପ୍ରଭୁ ରାମ...

କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ କରିବ ଆମେରିକା

ନୂଆଦିଲ୍ଲୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶନିବାର ରାତିରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ଏମ୍‌କ୍ୟୁ-୯ବି ଡ୍ରୋନ୍‌, ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ...

ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,୨୩ା୯: ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଳଂଘନ ଓ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆସିବା ପରେ ଏହି ଆମେରିକୀୟ ଷ୍ଟ୍ରିମିଂ ଜାଏଣ୍ଟର ବ୍ୟବସାୟିକ କାର୍ଯ୍ୟପ୍ରଣାଳୀକୁ ନେଇ ଭାରତ ତଦନ୍ତ ଚଳାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri