ପିକଅପ୍‌ ଭ୍ୟାନରେ ଚାଲାଣ ହେଉଛି ଗୋମାଂସ; ଦୁର୍ଘଟଣା ପରେ ପଦାକୁ ଆସିଲା

ଜଳେଶ୍ୱର, ୨୮ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଗୋଚାଲାଣ ଉପରେ ଅଙ୍କୁଶ ଲଗାଯିବା ପରେ ବେପାରୀମାନେ ଏବେ ଗୋମାଂସ ଚାଲାଣ ଭଳି ପନ୍ଥା ଆପଣେଇଛନ୍ତି। କୋଲକାତା ଅଭିମୁଖେ ଯାଉଥିବା ଗୋମାଂସ ବୋଝେଇ ଏକ ପିକ୍‌ଅପ୍‌ ଜଳେଶ୍ୱର ଥାନା ଅଧୀନ ୬୦ ନଂ.ଜାତୀୟ ରାଜପଥର ଚାଲନ୍ତୀ ଓ ସେକ୍‌ସରାଇ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ଘଟଣା ନଜରକୁ ଆସିଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବଜରଙ୍ଗ ଦଳର କର୍ମୀମାନେ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଏକ ମାମଲା(ନଂ.୧୩୪/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଶୁକ୍ରବାର ଭୋର ସମୟରେ ଉକ୍ତ ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ (ନଂ.ଓଡି୦୫କେ-୬୭୪୮) ଏକ କଣ୍ଟେନର (ନଂ.ଟିଏନ୍‌୦୧ବିଏଫ୍‌-୦୩୯୭) କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପିକଅପ୍‌ ଭ୍ୟାନରୁ ରକ୍ତ ମିଶ୍ରିତ ଥଣ୍ଡା ପାଣି ବୋହିବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚ ପିକଅପ୍‌ ଭ୍ୟାନକୁ ଯାଞ୍ଚ କରିବା ପରେ ସେଥିରେ ଗୋମାଂସ ଥିବା ଜଣାପଡିଥିଲା। ପିକ୍‌ଅପ୍‌ ଡ୍ରାଇଭର କୌଶଳକ୍ରମେ ଫେରାର ହୋଇଯାଇଥିଲେ। ଗୋମାଂସକୁ ପଲିଥିନରେ ଭର୍ତ୍ତି କରାଯାଇ ବରଫ ଖଣ୍ଡ ଦେଇ ମାଛବୁଝା କ୍ୟାରେଟରେ ସଜାଇ ରଖାଯାଇଥିଲା। ଏଥିରେ ୩୦ରୁ ୪୦ କୁଇଣ୍ଟାଲ ଗୋମାଂସ ଥିବା ଅନୁମାନ କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ କଣ୍ଟେନର ଓ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିବା ସହ ଗୋମାଂସକୁ ମାଟିଖୋଳି ପୋତିଦେଇଛି। ସେଥିରୁ କିଛି ନମୁନା ଫରେନ୍‌ସିକ ଲ୍ୟାବକୁ ଯାଞ୍ଚ ନିମନ୍ତେ ପଠାଯାଇଛି ବୋଲି ଆଇଆଇସି ପ୍ରଦୀପ କୁମାର ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ

ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା...

ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି...

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ

ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି...

ପାଚେରିରେ ପିଟି ହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ବରଗଡ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଅଙ୍ଗନଦୀ ସେତୁ ପାଚେରିରେ ଏକ ବାଇକ ପିଟି ହେବାରୁ...

ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼

ଭୋଗରାଇ,୧୧ା୧୨(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସୈକତ ସହରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ତୋଫାନୀ ଗସ୍ତ କରି ନିଉ ଦୀଘାରେ...

୨କୋଟିର ବ୍ରାଉନ୍‌ସୁଗାର ଜବତ: ବଡ଼ଭାଇ ଗିରଫ, ସାନଭାଇ ଚମ୍ପଟ

ବାଲେଶ୍ୱର,୮।୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ରବଜାରର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ ୨କିଲୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri