ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପିତାଙ୍କ ମୃତ୍ୟୁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଆଖି ଆଗରେ ପିତା ଶେଷ ନିଶ୍ୱାସ ନେବା ଦେଖିଛି। ସେଦିନ ପରିବାର ଲୋକେ ଭୋ ଭୋ ହୋଇ କାନ୍ଦୁଥିଲେ। କିନ୍ତୁ ମୋ ଆଖିରୁ ଟୋପାଏ ଲୁହ ବୋହି ନ ଥିଲା। କିଛି ସମୟ ପାଇଁ ମୁଁ ସ୍ତବ୍ଧ ହୋଇଯାଇଥିଲି। କିଛି ଭାବିପାରୁ ନ ଥିଲି କ’ଣ ଘଟିଲା। ତାଙ୍କ ମୃତ୍ୟୁ ଜୀବନରେ ସର୍ବାଧିକ ପ୍ରଭାବ ପକାଇଥିଲା ବୋଲି କୋହଲି କହିଛନ୍ତି। ୨୦୦୬ କୋହଲି ଦିଲ୍ଲୀ ପାଇଁ ରଣଜୀ ମ୍ୟାଚ୍ ଖେଳୁଥିଲେ। ଯେଉଁଦିନ ପିତାଙ୍କ ମୃତ୍ୟୁ ଘଟିଲା ବିରାଟ ବେଙ୍ଗାଲୁରୁ ବିପକ୍ଷରେ ରଣଜୀ ଖେଳୁଥିଲା। ପରଦିନ ବିରାଟଙ୍କ ବ୍ୟାଟିଂ ଥିଲା। ସେ ଚିନ୍ତା ନ କରି ଦଳରେ ଯୋଗ ଦେଇ ବ୍ୟାଟିଂ କରି ୯୦ ରନ୍ କରିଥିଲେ। ପିତାଙ୍କ ସ୍ବପ୍ନ ଥିଲା ମୁଁ ଦେଶ ପାଇଁ ଖେଳେ, ଯେକୌଣସି ପରିସ୍ଥିତିରେ ମୁଁ ଏହା ପୂରଣ କରିବାକୁ ଚାହୁଁଥିଲି ସେଥିପାଇଁ ମୁଁ ଦଳରେ ଯୋଗ ଦେଇଥିଲି ବୋଲି ବିରାଟ କହିଛନ୍ତି।