ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ଚିନ୍ତା କରିଥାନ୍ତି। ନିଜ ପିଲାକୁ ଠିକ୍ ଦିଗରେ ନେବା ଏବଂ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ ହାତଛଡ଼ା କରି ନ ଥାନ୍ତି। ପାଠ ପଢ଼ାପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ମା’ବାପା ସବୁଠାରୁ ଅଧିକ ଯତ୍ନବାଦ ହୋଇଥାନ୍ତି। ସେମାନଙ୍କୁ ମାନସିକ ସ୍ତରରେ ସକ୍ଷମ ଏବଂ ଜ୍ଞାନୀ କରିବା ପାଇଁ ପ୍ରଥମରୁ ଚିନ୍ତା କରିବା ସହ ଉଚିତ୍ ପଦକ୍ଷେପ ନେବା ଆବଶ୍ୟକ। କାରଣ ଏହି ସମୟରେ ପିଲାର ମସ୍ତିଷ୍କ ବିକଷିତ ହୋଇଥାଏ।
ଜାଣିବା କେତୋଟି ଟିପ୍ସ:
ଶିଶୁ ସହ କଥା ହୁଅନ୍ତୁ: ଶିଶୁ ବା ଛୋଟ ପିଲାକୁ ଶିକ୍ଷିତ କରିବା ପାଇଁ ସେମାନଙ୍କ ସହ କଥାବର୍ତ୍ତା ହେବା ଆବଶ୍ୟକ। ଶିଶୁ ସହ କଥା ହେବା ଦ୍ୱାରା ସମ୍ପର୍କ ଶକ୍ତ ହେବା ସାଙ୍ଗକୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ଇଂଲିଶ, ହିନ୍ଦୀ ତଥା ନିଜ ଭାଷାରେ କଥା ହୁଅନ୍ତୁ।
ଘରେ ସକାରାତ୍ମକ ପରିବେଶ: ଶିଶୁ ପାଇଁ ଘରେ ଏକ ସୁନ୍ଦର ଏବଂ ସକାରାତ୍ମକ ପରିବେଶ ସୃଷ୍ଟି ହେବା ଆବଶ୍ୟକ। ଯାହାଫଳରେ ଶିଶୁର ଚିନ୍ତାଧାରା ମଧ୍ୟ ସକାରାତ୍ମକ ହେବ।
ବୟସ ଅନୁସାରେ ଖେଳଣା ଚୟନ: ଶିଶୁ ପାଇଁ ଖେଳଣା କିଣୁଥିଲେ ସେମାନଙ୍କ ବୟସ ଅନୁସାରେ ତାହା ଚୟନ କରନ୍ତୁ। କାରଣ ଖେଳଣାର ପ୍ରଭାବ ଶିଶୁର ମାନସିକ ବିକାଶ ଉପରେ ପ୍ରଭାବ ପଡ଼ିଥାଏ।
ଘରେ ପାଠ ପଢ଼ାନ୍ତୁ: ଶିଶୁ ସ୍କୁଲ ଗଲେ ପାଢ଼ ପଢ଼ିବ, ଏପରି ମାନସିକତା ଆଦୌ ହେଲେ ରଖନ୍ତୁ ନାହିଁ। ଘରେ ଖେଳିବା ସମୟରେ ମଧ୍ୟ ଶିଶୁକୁ ପାଠ ପଢ଼ାନ୍ତୁ। ଖେଳଣା ସାହାଯ୍ୟରେ ମଧ୍ୟ ଆପଣ ଶିଶୁକୁ ପାଠ ପଢ଼ାଇପାରିବେ।