ଏବେ ବିଶ୍ୱରେ ବର୍ଣ୍ଣବୈଷମ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆମେରିକା ପୋଲିସ ହେପାଜତରେ ଅଶ୍ୱେତ ଜର୍ଜ ଫ୍ଲୋୟଡଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ପରେ ବିଶ୍ୱର କୋଣ ଅନୁକୋଣରେ ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରାଯାଉଛି। ୱେଷ୍ଟଇଣ୍ଡିଜ କ୍ରିକେଟର ଡାରେନ ସାମି, କ୍ରିସ ଗେଲ ମଧ୍ୟ କ୍ରିକେଟରେ ବର୍ଣ୍ଣବୈଶମ ଥିବା ଅଭିଯୋଗ କରିଛନ୍ତି। ଏବେ କ୍ରିକେଟର ଶିଖର ଧାୱନଙ୍କ ୬ ବର୍ଷର ପୁଅ ଜୋରାଭର୍ ସୋସିଆଲ ମିଡିଆରେ ବର୍ଣ୍ଣବୈଶମର ଶିକାର ହୋଇଛନ୍ତି। ଇନ୍ଷ୍ଟାଗ୍ରାମରେ ଜଣେ ଫ୍ୟାନ୍ ଜୋରାଭରଙ୍କୁ କଳା କହିଥିଲେ। ପରେ ପୁଅକୁ କଳା କହିଥିବା ବ୍ୟକ୍ତିଙ୍କର କ୍ଲାସ୍ ନେଇଥିଲେ ଧାୱନଙ୍କ ସ୍ତ୍ରୀ ଆୟେଶା। ଉକ୍ତ ମେସେଜର ସ୍କ୍ରିନ୍ ସର୍ଟ ନେଇ କହିଥିଲେ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଲୋକମାନେ ତ୍ୱଚାର ରଙ୍ଗକୁ ନେଇ କାହିଁକି ଏତେ ଚିନ୍ତିତ। ଯଦି ଜଣେ ବ୍ୟକ୍ତି ଜଳା, ଗୋରା, ବାଦାମୀ ଏବଂ ହଳଦିଆ ହୋଇଥାଏ ତେବେ ଏଥିରେ ଫରକ କ’ଣ ପଡେ। ସବୁଠୁ ମଜା କଥା ହେଉଛି କିଛି ଭାରତୀୟ ଲୋକ ତ୍ୱଚା ରଙ୍ଗକୁ ନେଇ ଚିନ୍ତିତ ଥାନ୍ତି। ବିଶ୍ୱର ଅନେକ ଦେଶରେ କଳା ରଙ୍ଗ ନେଇ ଜନ୍ମ ନେବା ଏକ ସାଧାରଣ କଥା। ତେଣୁ କଳା ଗୋରା କହି ଆପଣ ନିଜକୁ ଅସ୍ବୀକାର କରୁଛ ବୋଲି ଆୟେଶା କହିଛନ୍ତି। ଅବଶ୍ୟ ପରେ ନିଜ ମେସେଜ୍କୁ ଇନ୍ଷ୍ଟାଗ୍ରାମରୁ ସେ ହଟାଇ ଦେଇଛନ୍ତି।