ଲକ୍ଷ୍ନୌ: ସମଗ୍ର ବିଶ୍ୱରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ସାରା ଦେଶରୁ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ସବୁଆଡେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିରେ ସମସ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କରୋନା ଯୁଦ୍ଧବେଳେ ଏମିତି ଏକ ଖବର ନଜରକୁ ଆସିଛି ଉତ୍ତରପ୍ରଦେଶର ଦେବରିୟା ଅଞ୍ଚଳରେ। ଏହି ଗ୍ରାମର ଏକ ପରିବାରରେ ଏକ ଶିଶୁ ପୁତ୍ର ଜନ୍ମ ନେଇଛି। ସେମାନେ ଶିଶୁର ନାମ ଲକ୍ଡାଉନ୍ ରଖିଛନ୍ତି। ଦେବରିୟା ଗ୍ରାମର ନୀରଜ ଦେବୀଙ୍କ ସ୍ତ୍ରୀ ପବନ ପ୍ରସାଦ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ପବନ ଏନେଇ କହିଛନ୍ତି ଯେ, ସାରା ଦେଶ କରୋନାକୁ ଜିତିବାକୁ ଯୁଦ୍ଧ କରୁଥିବାବେଳେ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ତାଙ୍କ ପୁଅ ହୋଇଥିବାରୁ ସେ କରୋନାରୁ ଜିତିବା ସନ୍ଦେଶ୍ ନେଇ ଆସିଛନ୍ତି। ସେଥିଲାଗି ସେ ତାଙ୍କ ପୁଅ ନାଁ ଲକ୍ଡାଉନ୍ ରଖିଛନ୍ତି। ସୂଚନାଥାଉ କି, ବର୍ତ୍ତମାନ ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉତ୍ତରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।