ପୁଣି କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ,୨୩ା୮: ପୁଣି କୂଳ ଲଂଘିଛି ପୁରୀ ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ଗୁରୁବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୫ଫୁଟ ଗଭୀରରେ ତାଡ଼ି ନେଇଛି ବାଲି। ରାଜଭବନ ପଛ ପାର୍ଶ୍ୱରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରାୟ ୨୦୦ ମିଟର ଲମ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ‘ବ୍ଲୁ ଫ୍ଲାଗ ବିଚ୍‌’ ଅଞ୍ଚଳରେ ସମୁଦ୍ର କୂଳ ଖାଇଯିବା ଫଳରେ ବ୍ଲୁ ଫ୍ଲାଗ ବିଚ୍‌ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ଏହା ସମୁଦ୍ରର ସ୍ବାଭାବିକ ପ୍ରକ୍ରିୟା। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଅବକ୍ଷୟ ସ୍ଥାନ ପୁଣି ବାନ୍ଧି ହୋଇଯିବ ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଦେବାନନ୍ଦ ବେଉରା।
ରାଜଭବନ ପଛପାର୍ଶ୍ୱରୁ ମେ ଫେୟାର ପର୍ଯ୍ୟନ୍ତ ଅଞ୍ଚଳ ‘ବ୍ଲୁ ଫ୍ଲାଗ ବିଚ୍‌’ ମାନ୍ୟତା ପାଇଛି। ବର୍ତ୍ତମାନ ଏଠାରେ ବିଭିନ୍ନ ପ୍ରକାର କାମ ଚାଲିଛି। ଏହି ଚିହ୍ନଟ ଅଞ୍ଚଳରେ ହିଁ ପ୍ରାୟ ୫ ଫୁଟ ଗଭୀରରେ ସମୁଦ୍ର କୂଳ ଖାଇଛି। ଫଳରେ ବ୍ଲୁ ଫ୍ଲାଗ ବେଳାଭୂମିର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିଯୋଗୁ ପର୍ଯ୍ୟଟକମାନେ ମଧ୍ୟ ଭୟଭୀତ ହୋଇପଡ଼ିିଛନ୍ତି। ଗୁରୁବାର ବେଳାଭୂମିରେ ବୁଲୁଥିବା ପ୍ରଭାକର ସାହୁ କହିଛନ୍ତି, ପୂର୍ବରୁ ସମୁଦ୍ର କୂଳ ଖାଏ। କିନ୍ତୁ ଏତେ ମାତ୍ରାରେ କୂଳ ଖାଇବା ଦେଖି ନ ଥିଲି। ଏହାର କାରଣ ଖୋଜି ବେଳାଭୂମିକୁ ସୁରକ୍ଷା ଦେବା ଲାଗି ପଦକ୍ଷେପ ନିଆଯିବା ଦରକାର। ସମୁଦ୍ରର ଏଭଳି ସ୍ଥିତି ସମ୍ପର୍କରେ ଡ. ବେଉରା କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶାର ତଟ କ୍ଷୟ ହେଉଛି। ବିଶେଷକରି ପୁରୀ, ଗୋପାଳପୁର, ପାରାଦୀପ, ଏରସମାର ଶିଆଳି, କେନ୍ଦ୍ରାପଡ଼ାର ସାତଭାୟା ଏହିସବୁ ସ୍ଥାନରେ ସମୁଦ୍ର କୂଳ ଖାଉଛି। ପୁରୀ ପାଇଁ ଏହା ନୂଆ କଥା ନୁହେଁ । ପୂର୍ବରୁ ୨୦୦୭ରେ ବଳିଆପଣ୍ଡା ଏବଂ ୨୦୧୬ରେ ସ୍ବର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଖାଇ ରାସ୍ତା ପାଖକୁ ମାଡ଼ି ଆସିଥିଲା। କିଛିଦିନ ତଳେ ସ୍ବର୍ଗଦ୍ୱାର ନିକଟରେ ଉଚ୍ଚ ଢେଉ ଆସି ବେଳାଭୂମିକୁ ଅବକ୍ଷୟ କରିଥିଲା। ଏହାର ବିଭିନ୍ନ କାରଣ ଅଛି। ସାଧାରଣତଃ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୌସୁମୀ ଅଧିକ ସକ୍ରିୟ ରହିଥିବାବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥାଏ। ବଡ଼ ବଡ଼ ଢେଉ ଆସି କୂଳରେ ମାଡ଼ ହୁଏ। ତେବେ ପୁରୀ କ୍ଷେତ୍ରରେ ମଙ୍ଗଳା ନଦୀ ମୁହାଣ ସଂକୁଚିତ ହୋଇଯିବା ପ୍ରମୁଖ କାରଣ କୁହାଯାଇପାରେ। କିନ୍ତୁ ଏଥିପାଇଁ ଏତେଟା ଭୟଭୀତ ହେବାର କାରଣ ନାହିଁ। ସମୁଦ୍ରର ଏହା ସ୍ବାଭାବିକ ପ୍ରକ୍ରିୟା ଓ ସମ୍ପୂର୍ଣ୍ଣ ଅସ୍ଥାୟୀ ମଧ୍ୟ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ତ ସାମୁଦ୍ରିକ ଭୂତାତ୍ତ୍ବିକ ପ୍ରକ୍ରିୟା ଯୋଗୁ ଯେଉଁ ତଟ କ୍ଷୟ ଧୀରେ ଧୀରେ ଘଟୁଛି ତାହା ଭବିଷ୍ୟତ ପାଇଁ ବିପଦ ଆଣିପାରେ, ଯାହା ବିଶ୍ୱର ତଟୀୟ କ୍ଷେତ୍ରରେ ପ୍ରତୀୟମାନ ହେବାରେ ଲାଗିଛି। ବର୍ତ୍ତମାନ ସମୁଦ୍ର ବାନ୍ଧିବା ଅପେକ୍ଷା ଅବକ୍ଷୟ ବେଶି କରୁଛି। ପରବର୍ତ୍ତୀ ସମୟରେ ଏହା ବାନ୍ଧି ଦେବ। ତେବେ ବାସସ୍ଥାନ ଓ ସମୁଦ୍ର ମଧ୍ୟରେ ବଫର ଜୋନ (ସମୁଦ୍ର ଚଳାଚଳ କ୍ଷେତ୍ର) ରହିବା ଦରକାର। ଦ୍ରୁତ ସହରୀକରଣ ଯୋଗୁ ବେଳାଭୂମି କଡ଼କୁ ବାସସ୍ଥାନ ଲାଗି ଗଲାଣି। ସମୁଦ୍ରର ସାମାନ୍ୟ ଅନୁପ୍ରବେଶ ଯୋଗୁ ଆମେ ଭୟଭୀତ ହୋଇପଡୁଛନ୍ତି ବୋଲି ଡ. ବେଉରା ମତବ୍ୟକ୍ତ କରିଛନ୍ତି।
ସୂଚନାଥାଉ କି, ୨୦୧୬ ଅଗଷ୍ଟ ମାସରେ ସ୍ବର୍ଗଦ୍ୱାର ସମ୍ମୁଖରେ ବେଳାଭୂମି କ୍ଷୟ ହୋଇଥିଲା। ପ୍ରାୟ ୨୦୦ ଫୁଟରୁ ଊର୍ଦ୍ଧ୍ୱ କୂଳ ଖାଇଥିଲା। ବେଳାଭୂମି ମାର୍ଗ ପର୍ଯ୍ୟନ୍ତ ସମୁଦ୍ର ଛୁଇଁଥିଲା। ଏହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିଶେଷଜ୍ଞମାନେ ଆସି ସମୁଦ୍ରର ଏଭଳି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀ ମଧ୍ୟ ଆସି ଦେଖିଥିଲେ। ପରବର୍ତ୍ତୀ ସମୟରେ ସମୁଦ୍ର ପୁଣି ତା’ ପୂର୍ବ ସ୍ଥିତିକୁ ଫେରିଥିଲା। ଗତ ୨ ଓ ୩ତାରିଖରେ ମଧ୍ୟ ସ୍ବର୍ଗଦ୍ୱାର ନିକଟରେ ଉଚ୍ଚ ଜୁଆର ଆସି ବ୍ୟବସାୟୀଙ୍କ ପସରା ଭସାଇ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri