ପୁଣି ଚେନ୍ନାଇରୁ ବୋଟ୍‌ରେ ଗଞ୍ଜାମ ଫେରିଲେ ୩୩ ମତ୍ସ୍ୟଜୀବୀ: ୪ ଜଣ ଜ୍ୱରରେ ପୀଡିତ, ସମସ୍ତଙ୍କୁ ରଖାଗଲା କ୍ୱାରାଣ୍ଟାଇନରେ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଲକ୍‌ଡାଉନ କଟକଣା ଯୋଗୁ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୩ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଏକ ବୋଟ ଯୋଗେ ଚେନ୍ନାଇରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ ଫିସେରୀ ଜେଟିଠାରେ ସୋମବାର ରାତିରେ ପହଞ୍ଚିଛନ୍ତି। ଉକ୍ତ ୩୩ଜଣ ମତ୍ସ୍ୟଜୀବୀ ଚେନ୍ନାଇର କାଶୀମେଡୁ ଫିସିଙ୍ଗ ହାରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଆସୁଥିଲେ। ତେବେ କରୋନା ଯୋଗୁ ଉକ୍ତ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ପାଉ ନ ଥିଲେ। ପରେ ଏମାନେ ୧ଲକ୍ଷ ୮୦ ହଜାର ଟଙ୍କାରେ ଏକ ବୋଟ କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ସମୁଦ୍ର ପଥରେ ବାହାରିଥିଲେ। ସମୁଦ୍ର ପଥରେ ବୋଟ ଯୋଗେ ମତ୍ସ୍ୟଜୀବୀ ଆସୁଥିବା ଖବର ପାଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଫିସେରୀ ଜେଟି ଠାରେ ଅପେକ୍ଷା କରିଥିଲେ। ମତ୍ସ୍ୟଜୀବୀ ରାତିରେ ପହଞ୍ଚିବା ପରେ ସମସ୍ତ ୩୩ ଜଣଙ୍କୁ ଉଦ୍ଧାର କରାଯାଇ ଆର୍ଯ୍ୟପଲି ହାଇସ୍କୁଲରେ ଖୋଲାଯାଇଥିବା ଆଇସୋଲଶନ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କୁ ୧୪ଦିନ କ୍ୱାରାଣ୍ଟାଇନରେ ରଖାଯିବ। ବାହାରେ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଛତ୍ରପୁର ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କର ଇନ୍ଫ୍ରାରେଡ଼ ଥର୍ମାମିଟର ଗନ ଦ୍ୱାରା ଶରୀରର ତାପମାତ୍ରା ଚେକ୍‌ କରିଛନ୍ତି। ଏଥିରୁ ଜ୍ୱର ଥିବା ୪ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା: ଜାରିଙ୍ଗ ନର୍ସରୀରେ ତଦନ୍ତ ଆରମ୍ଭ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ତଥା ଚାଷୀନେତା ରମେଶ ମହାପାତ୍ରଙ୍କୁ ବରଗଡ଼...

ଏସ୍‌ପି ସ୍ତରରେ ବ୍ୟାପକ ଅଦଳ ବଦଳ: ବଦଳିଲେ ଏସବୁ ଜିଲାର ପୋଲିସ ମୁଖିଆ

ଭୁବନେଶ୍ୱର,୨୯।୯: ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର...

ମହଙ୍ଗା ପଡ଼ିଲା ଭରତପୁର ଥାନା ମାମଲା: ବଦଳିଲେ ଟ୍ୱିନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୯: କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା। ଏକାସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ...

ସାଙ୍ଗଙ୍କ ଭଉଣୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା: କାତି ଚୋଟରେ ସାଙ୍ଗ ଗୁରୁତର

ଦିଗପହଣ୍ଡି/ପାଟପୁର, ୨୯।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଦ୍ମପୁର ଗ୍ରାମର ଜଣେ ଯୁବକଙ୍କ କାତି ଚୋଟରେ କରାଖଣ୍ଡି ଗ୍ରାମର...

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର

ଭୁବନେଶ୍ୱର,୨୯।୯: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୋଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ...

ଭବାନୀପାଟଣାରେ ପହଞ୍ଚିଲା ଶ୍ରୀକ୍ଷେତ୍ରର ୩ ରଥ ଚକ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): ଶ୍ରୀକ୍ଷେତ୍ର ପୁରୀରୁ ତିନୋଟି ରଥର ତିନୋଟି ଚକ ଶନିବାର ସାରେ ଭବାନୀପାଟଣାରେ ପହଞ୍ଚିଛି`। ସହରର ପ୍ରବେଶ ଦ୍ୱାରରୁ ବଳଭଦ୍ରଙ୍କ ତାଳଧଜ, ଦେବୀ...

ଗାଁରେ ବୁଲୁଛି ଭାଲୁ: ଗ୍ରାମବାସୀ ଭୟଭୀତ

କୋକସରା,୨୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧୀନ ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଗାଁରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri