ପୁରୀ ଅଫିସ, ୮।୬: ପୁରୀ ଜିଲାରୁ ସୋମବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୫ଜଣ ସୁସ୍ଥ ହୋଇଥିଲା ବେଳେ ୨୩ଜଣ ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ବିଷୟରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେବେ କିଛିଦିନ ଧରି ଜିଲାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ସୋମବାର ଗୋଟିଏ ଦିନରେ ୭ ପଜିଟିଭ ଚିହ୍ନଟ ହେବା ଜିଲାବାସୀଙ୍କ ଚିନ୍ତା ବଢ଼ାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ପୁରୀ, ରାଜ୍ୟ