ପୁରୀ ଅଫିସ,୧୪ା୬: ପୁରୀ ଜିଲାରୁ ରବିବାର ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୫୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୮ ଜଣ ସୁସ୍ଥ ହୋଇଥିଲା ବେଳେ ୫୭ଜଣ ଚିକିତ୍ସାଧୀନ ଅଛନ୍ତି। ରବବାର ଚିହ୍ନଟ ୭ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେଣୁ କେତେଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ସ୍ଥାନୀୟ କେତେଜଣ ତାହା ଜଣାପଡ଼ିନାହିଁ। କିଛିଦିନ ପୂର୍ବରୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଗତ ୭ଦିନରେ ୫୪ ଜଣ ପଜିଟିଭ୍ ଚିହ୍ନଟ ହେବା ପୁଣି ଚିନ୍ତା ବଢ଼ାଇଛି। ବିଶେଷକରି ଶନିବାର ସତ୍ୟବାଦୀ ବ୍ଲକରୁ ୫ ଜଣ ସ୍ଥାନୀୟ ସଂକ୍ରମିତ ବାହାରିଥିଲେ। ଏଥିମଧ୍ୟରୁ ୩ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ଯିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ।
Posted inଆମ ଜିଲା ଖବର, କରୋନା ଭାଇରସ୍, ପୁରୀ