ପୁରୀ ଇନ୍ଦିରା ଭବନରେ ରକ୍ତାକ୍ତ ସଂଘର୍ଷ

ପୁରୀ ଅଫିସ, ୧୮।୨: ପଦାରେ ପଡ଼ିଲା ପୁରୀ ଜିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ। ଜିଲା ଦଳୀୟ କାର୍ଯ୍ୟାଳୟ ଇନ୍ଦିରା ଭବନ ପାଲଟିଲା ରଣକ୍ଷେତ୍ର। ପ୍ରଦେଶ କଂଗ୍ରେସ କମିଟି ନେତାଙ୍କ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଲା ରକ୍ତାକ୍ତ ସଂଘର୍ଷ। ଏଥିରେ ୩ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଯୁବନେତା ଆଲୋକ ଦାଶ, ଛାତ୍ରନେତା ଆଶୁତୋଷ ମିଶ୍ର ଏବଂ ସ୍ବପ୍ନଜିତ ରାୟ। ଆଶୁତୋଷଙ୍କ
ଅବସ୍ଥା ସଙ୍କଟାପନ୍ନ ରହିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ପୁରୀର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କୁମ୍ଭାରପଡ଼ା ପୋଲିସ ପହଞ୍ଚତ୍ ଘଟଣାସ୍ଥଳରୁ ଜଣକୁ କାବୁ କରିଛି। ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ କାଦୁଅ ଫିଙ୍ଗାଫିଙ୍ଗି କରୁଛନ୍ତି। ଏହି ଆକ୍ରମଣ ପଛରେ କେତେଜଣ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ କୁମ୍ଭାରପଡ଼ା ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଜଣଙ୍କୁ ଘଟଣାସ୍ଥଳରୁ ଧରାଯାଇଛି। ତାଙ୍କଠାରୁ ଏକ ମାରଣାସ୍ତ୍ର ଜବତ କରାଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜିଲାର ସାଙ୍ଗଠନିକ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଲାଗି ସୋମବାର ଇନ୍ଦିରା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବାକୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ପ୍ରମୁଖ ଶ୍ରୀମନ୍ଦିର ଦର୍ଶନ ସାରି ଶୋଭାଯାତ୍ରାରେ ଆସୁଥିଲେ। ସେମାନେ ଇନ୍ଦିରା ଭବନରେ ପ୍ରବେଶ କରିବା ସମୟରେ ହଠାତ୍‌ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ସେମାନେ ଖଣ୍ଡା, କଟୁରି, ଛୁରି, ମାରଣାସ୍ତ୍ର, ଲୁହା ରଡ୍‌ ଧରି ପରସ୍ପର ଉପରେ ଆକ୍ରମଣ କରିଥିଲେ। କଂଗ୍ରେସର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ କେତେଜଣ ଯୁବକ ଫିଲ୍ମ ଷ୍ଟାଇଲରେ ମାରଣାସ୍ତ୍ର ଧରି ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଇନ୍ଦିରା ଭବନ ପାଲଟିଥିଲା ରଣକ୍ଷେତ୍ର। ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ।
ଏ ସମ୍ପର୍କରେ ଆହତ ହୋଇଥିବା ଆଲୋକ କହିଛନ୍ତି, ଏହା ଏକ ପ୍ରାୟୋଜିତ ଘଟଣା ଥିଲା। ଶୋଭାଯାତ୍ରା ପହଞ୍ଚତ୍ବା ପୂର୍ବରୁ କେତେଜଣ ଯୁବକ ମିଶି ଜଣେ ଯୁବକଙ୍କୁ ମାରପିଟ୍‌ କରୁଥିଲେ। ମୁଁ ତାଙ୍କୁ ଏଥିରୁ ନିବୃତ୍ତ କରୁଥିବାବେଳେ ହଠାତ୍‌ କେତେଜଣ ଯୁବକ ସଂଘବଦ୍ଧ ଭାବେ ମୋତେ ଆକ୍ରମଣ କରିଥିଲେ। ଏହି ସମୟରେ ଆଶୁତୋଷ ଓ ସ୍ବପ୍ନଜିତ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କେତେଜଣ କଂଗ୍ରେସ କର୍ମୀଙ୍କ ହାତ ଥିବା ସମ୍ପର୍କରେ ସେ କିନ୍ତୁ କିଛି କହି ନ ଥିଲେ। ଏ ସମ୍ପର୍କରେ ପିସିସି ମୁଖପାତ୍ର ବିନାୟକ ଦାସ ମହାପାତ୍ର କହିଛନ୍ତି, ଏହି ଘଟଣାକୁ ଜିଲା କଂଗ୍ରେସ ଦୃଢ ନିନ୍ଦା କରୁଛି। ଏ ନେଇ ମଙ୍ଗଳବାର ଏସ୍‌ପିଙ୍କ ସହ ଆଲୋଚନା କରାଯିବ। ଆକ୍ରମଣକାରୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ଲାଗି ଦାବି କରାଯିବ।

ଶୃଙ୍ଖଳା କମିଟି ଗଠନ କରାଯାଇ ତଦନ୍ତ ହେବ: ପିସିସି ସଭାପତି
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା। କେଉଁ କାରଣରୁ ଏହି ଘଟଣା ଘଟିଲା, ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନୁହଁ। ଏଥିରେ କଂଗ୍ରେସର କୌଣସି ନେତାଙ୍କ ସମ୍ପୃୃକ୍ତି ରହିଛି କି ନାହିଁ, ତାହାର ତଦନ୍ତ କରାଯିବ। ଏନେଇ ଏକ ଶୃଙ୍ଖଳା କମିଟି ଗଠନ କରାଯିବ। କମିଟି ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଂଗ୍ରେସ ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳକୁ ପିସିସି ସଭାପତି ପଟ୍ଟନାୟକ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଅତୀତର ଭୁଲକୁ ସୁଧାରିବା ଲାଗି ପ୍ରୟାସ ଚାଲିଛି। ଜିଲା ଓ ପ୍ରଦେଶ ସ୍ତରରେ ନେତାଙ୍କ ମନୋଭାବ ପରିବର୍ତ୍ତନ ନ ହେଲେ କଂଗ୍ରେସର ବିକାଶ ଅସମ୍ଭବ।

ନିଶାଖୋରଙ୍କ ଆଡ୍ଡାସ୍ଥଳୀ
ଭିଆଇପି ରୋଡରେ ରହିଛି ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନ। ଏହା ଏକ ନିଛାଟିଆ ସ୍ଥାନରେ ଥିବାରୁ ଏବେ ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭବନ ନିକଟରେ ନିଶାଖୋରଙ୍କ ଆଡ୍ଡା ଜମୁଛି ବୋଲି କେତେଜଣ ଦଳୀୟ କର୍ମୀ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଅନ୍ୟପଟେ ଆକ୍ରମଣର ଶିକାର ଛାତ୍ରନେତା ଆଶୁତୋଷ ଥାନାରେ ଦେଇଥିବା ଅଭିଯୋଗରେ ମଧ୍ୟ ଏହା ଦର୍ଶାଇଛନ୍ତି।
ଜିଲା କାର୍ଯ୍ୟାଳୟ ଅକ୍ତିଆରକୁ ନେଇ ଛକାପଞ୍ଝା
ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ହାତେଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେଲା ଛକାପଞ୍ଝା ଲାଗି ରହିଛି। ପୂର୍ବରୁ ଅନେକ ଥର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଗୋଷ୍ଠୀ ହାତରେ ଦୀର୍ଘ ଦିନ ଧରି ଏହି କାର୍ଯ୍ୟାଳୟ ରହିଥିବାରୁ ଅନ୍ୟ ଗୋଷ୍ଠୀ ଏହାକୁ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।
ପଦାରେ ପଡ଼ିଲା ଦଳର ଫାଟ
ଗତ ସାଧାରଣ ନିର୍ବାଚନକୁ ନେଇ ପିସିସି ନିଷ୍ପତ୍ତିି ଉପରେ ଗୋଟିଏ ଗୋଷ୍ଠୀ ଅସନ୍ତୁୁଷ୍ଟ ଥିଲେ। ନିର୍ବାଚନ ସମୟରେ ମଧ୍ୟ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ବର୍ତ୍ତମାନର ଆକ୍ରମଣ ଘଟଣା ପରେ ଜିଲା କଂଗ୍ରେସ ଦୁଇ ଫାଳ ହୋଇଯାଇଥିବା କୁହାଯାଉଛି।
ସାମିଲ ହୋଇଥିଲେ ଅସାମାଜିକ ଯୁବକ
କଂଗ୍ରେସ କର୍ମୀଙ୍କ ଆଳରେ କେତେଜଣ ଅସାମାଜିକ ଯୁବକଙ୍କୁ ଏହି ସମାବେଶରେ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ଗୋଟିଏ ଗୋଷ୍ଠୀ ନିଜ ପତିଆରା ଜାହିର କରିବା ଲାଗି ଏପରି ଯୋଜନା କରିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ବୋଲି କେତେଜଣ କର୍ମୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri