ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ

ସୋନପୁର,୨୪।୪(ନି.ପ୍ର.)- ଦୁଃଖ ଓ ସୁଖ ସମୟରେ ପୁସ୍ତକ ସାଥି ହୋଇଥାଏ। ପୁସ୍ତକ ପଢିଲେ ଜ୍ଞାନ ବଢେ, ଆତ୍ମ ସନ୍ତୋଷ ମିଳେ। ଦୁଶ୍ଚିନ୍ତା ଦୂର ହୁଏ। ତେଣୁ ପୁସ୍ତକ ହିଁ ମଣିଷର ଅନ୍ତରଙ୍ଗ ବନ୍ଧୁ ବୋଲି ବିଶ୍ୱ ପୁସ୍ତକ ଦିବସ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଇଙ୍କ୍‌ଫେଷ୍ଟ ପକ୍ଷରୁ ସୋନପୁର ବ୍ଲକ ଜନମୁରା ପଞ୍ଚାୟତର ବଲଦାପାଲି ଗ୍ରାମ ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ନିଜସ୍ବ ମତ ଦେଇ କହିଥିଲେ ଯେ, ଏହା ମାନବ ଜୀବନରେ ପ୍ରେରଣାଦାୟକ। ଜୀବନ ସହିତ ମଣିଷର ଗଭୀର ସମ୍ପର୍କ ରହିଛି। ପୁସ୍ତକ କେବେ ସରି ଯାଏନି। ଜୀବନ ଏକ ଅଧା ଗଢା ବହି ଭଳି ବୋଲି ମତ ଦେଇଥିଲେ। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତାଭାବେ ଯୋଗଦେଇ ଲେଖକ ପାଠକ ଟିଏ ଓ ପାଠକ ଲେଖକଟିଏ ହୋଇଥାଏ। ଲେଖକ ପାଠକୀୟ ଅନୁରାଗ ଆଶା କରେ। ତେଣୁ ପୁସ୍ତକ ଜୀବନ ସଦୃଶ। ପୁସ୍ତକ ପଠନର ଆବଶ୍ୟକତା ଓ ବିଶ୍ୱ ପୁସ୍ତକ ଦିବସ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପଣ୍ଡା ଉପାଦେୟ ଆଲୋଚନା କରିଥିଲେ। ଆଇନଜୀବୀ ଗୌରିଶ୍ୟାମ ପଣ୍ଡା ଅନ୍ୟତମ ଆଲୋଚକଭାବେ ଯୋଗଦେଇ ଆଜିର ଇଣ୍ଟରନେଟ୍‌ ଦୁନିଆରେ ବି ପୁସ୍ତକର ଆଦର କମି ନାହିଁ ବୋଲି କହିଥିଲେ। ଶଶାଙ୍କ ଶେଖର ସିଂଦେଓ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁସ୍ତକକୁ ସମସ୍ତେ ଆଦର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଛାତ୍ରୀଛାତ୍ରଙ୍କ ଭାଗବତ ପାଠରୁ କାଯର୍‌ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଉପସ୍ଥିତ ବିଦ୍ୟାଳୟର କୁନି କୁନି ଛାତ୍ରୀଛାତ୍ରଙ୍କୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ କରାଯାଇଥିଲା। ସମ୍ପାଦକ ଅମ୍ବୁଜ ବିହାରୀ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଇଙ୍କ୍‌ଫେଷ୍ଟର ସଭାପତି ସ୍ବାଧୀନ ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ଦେବାଶିଷ ପାଣ୍ଡିଆ, ରାଜୀବ ନାୟକ, ବେଣୁଧର ପ୍ରଧାନ, କ୍ଷିରୋଦ ବିହାରୀ ବିଶ୍ୱାଳ, ଆଶିଷ ମିଶ୍ର, ପ୍ରଦୀପ ପୁରୋହିତ, ପ୍ରଭୁଦତ୍ତ ରଥ ଓ ଅଧ୍ୟାପକ ସୌରଭ ଖମାରୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri