ଓ୍ବାଶିଂଟନ,୧୨।୯: ପୃଥିବୀ ପରି ଜଳ ଓ ବାୟୁମଣ୍ଡଳ ଥିବା ଗ୍ରହ କେ-୨-୧୮-ବିର ସନ୍ଧାନ ମିଳିଛି। ଏନେଇ ନାସାର ହବଲ୍ ଟେଲିସ୍କୋପ୍ ସୂଚନା ଦେଇଛି। ପୃଥିବୀଠାରୁ ୧୧୦ ଆଲୋକ ବର୍ଷ ଦୂରରେ ଏହି ଗ୍ରହ ରହିଥିବା ନାସା ପକ୍ଷରୁ କୁହାଯାଇଛି। ଗ୍ରହଟ ଲିଓ ନକ୍ଷତ୍ର ମଣ୍ଡଳରେ ରହିଛି। ଏହି ଗ୍ରହରେ ଗଭୀର ଜଳସ୍ରୋତ ପ୍ରବାହିତ ହେଉଥିବା କୁହାଯାଉଛି। ଏହାର ବାୟୁମଣ୍ଡଳରେ ହିଲିୟମ୍ ଏବଂ ହାଇଡ୍ରୋଜେନ୍ ଥିବାର ଅନୁମାନ କରାଯାଉଛି ବୋଲି ଲଣ୍ଡନ ୟୁନିଭରସିଟି କଲେଜର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗ୍ରହ ସମ୍ପର୍କରେ ୨୦୧୫ରେ ନାସାର କେପଲର ସ୍ପେସ୍ ଟେଲିସ୍କୋପ୍ ସୂଚନା ଦେଇଥିଲା। ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଏଥିରେ ହବଲ୍ ଟେଲିସ୍କୋପ୍କୁ ନିୟୋଜିତ କରାଯାଇଥିଲା।
Posted inଅନ୍ତର୍ଜାତୀୟ