ପେଟ୍ରୋକେମ୍‌-୨୦୧୯:ଡାଉନ୍‌ଷ୍ଟ୍ରିମ୍‌ କ୍ଷେତ୍ରଗୁଡିକ ବିକାଶ ଉପରେ ଓଡ଼ିଶାର ଗୁରୁତ୍ୱ

ଭୁବନେଶ୍ୱର, ୧୫ା୯(ବ୍ୟୁରୋ)- ଓଡ଼ିଶାରେ ପୁଞ୍ଜିନିବେଶ ସକାଶେ ଗଠିତ ହୋଇଥିବା ପ୍ରତିନିଧିଗଣ କଲିକତାଠାରେ ଭାରତୀୟ ଚେମ୍ବର୍ସ ଅଫ୍‌ କମର୍ସ ତରଫରୁ ଅନୁଷ୍ଠିତ ହୋଇଥିବା ‘ଆଗାମୀ ଭବଷ୍ୟତରେ ପେଟ୍ରୋକେମିକାଲ ବ୍ୟବସାୟ ଅଭିବୃଦ୍ଧି’ ଶୀର୍ଷକ ପେଟ୍ରୋକେମ୍‌-୨୦୧୯ରେ ଭାଗ ନେଇଛନ୍ତି। ଅର୍ଥନୈତିକ ଉନ୍ନତି ସହିତ କର୍ମନିଯୁକ୍ତି ସୃଷ୍ଟି ଦିଗରେ ଡାଉନ୍‌ଷ୍ଟ୍ରିମ୍‌ ପେଟ୍ରୋକେମିକାଲ ୟୁନିଟ୍‌ଗୁଡ଼ିକର କିଭଳି ବିକାଶ ହୋଇପାରିବ ସେହି ଲକ୍ଷ୍ୟ ନେଇ ଏହି ପ୍ରେଟ୍ରୋକେମ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟରୁ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଏନ୍‌.ବି ଜୱାଲେଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କଲିକତା ଗସ୍ତ କରିଥିଲା।
ଏହି କାର୍ଯ୍ୟକ୍ରମରେ ପଶ୍ଚିମ ବଙ୍ଗର ସମସ୍ତ ପ୍ରମୁଖ ପ୍ଲାଷ୍ଟିକ୍‌ ଏବଂ ପେଟ୍ରୋକେମିକାଲ ଉଦ୍ୟୋଗୀଗଣ ଅଂଶଗ୍ରହଣ କରିଥିଲେ ା କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦେଇ ଯୋଜନା ପ୍ରସ୍ତୁତ କଲେ ପେଟ୍ରୋକେମିକାଲ କ୍ଷେତ୍ରରେ ଡାଉନ୍‌ଷ୍ଟ୍ରିମ୍‌ ସେକ୍ଟରଗୁଡ଼ିକର ବିକାଶ ସମ୍ଭବପର ହୋଇପାରିବ ା ସେହି ସମ୍ପର୍କରେ ହଳଦିଆ ପେଟ୍ରୋକେମିକାଲସ୍‌, ଗେଲ୍‌ ପ୍ରଭୃତି ପ୍ରମୁଖ ଉଦ୍ୟୋଗୀଗଣ ନିଜ ନିଜର ମତ ଉପସ୍ଥାପନ କରିଥିଲେ ା ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଜୱାଲେ ଡାଉନ୍‌ଷ୍ଟ୍ରିମ୍‌ ପେଟ୍ରୋକେମିକାଲ୍‌ ୟୁନିଟ୍‌ର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିବେଶ ଅନୁକୂଳ ବାତାବରଣ ପ୍ରସ୍ତୁତ କରାଯାଇଥିବା ବିଧିବଦ୍ଧ ବ୍ୟବସ୍ଥାର କେତେକ ପ୍ରମୁଖ ଦିଗ ଉପରେ ଆଲୋକପାତ କରିଥିଲେ ା
ରାଜ୍ୟରେ ପ୍ରସ୍ତାବିତ ହଳଦିଆ ପେଟ୍ରୋକେମିକାଲ ଦ୍ୱାରା ପୁଞ୍ଜିନିବେଶ ଏବଂ ଭାରତ ତୈଳ ନିଗମର
ସଂପ୍ରସାରଣ ଯୋଜନା ଓ ଏଥିରୁ ଉତ୍ପାଦିତ କଞ୍ଚାମାଲ ରାଜ୍ୟରେ ଆଗାମୀ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବା ସହ ଅନୁକୂଳ ଶିଳ୍ପ ପରିବେଶ ଆଣିଦେବ ବୋଲି ଆଶା କରାଯାଉଛି ା ସହରୀକରଣ ବୃଦ୍ଧି ଓ ଅର୍ଥ ବ୍ୟବସ୍ଥାର ବିକାଶ ସହିତ ପ୍ରେଟ୍ରୋକେମିକାଲ୍‌ର ମହତ୍ତ୍ବପୂର୍ଣ୍ଣ ବିକାଶ ଦେଖିବା ଆବଶ୍ୟକ ହୋଇପଡ଼ିଛି ା ୨୦୩୧-୩୨ ମସିହା ସୁଦ୍ଧା ପୂର୍ବ ଭାରତରେ ୦.୫ ଟ୍ରିଲିୟନ୍‌ରୁ ୨.୫ ଟ୍ରିଲିୟନ୍‌ ଡଲାରକୁ ବୃଦ୍ଧି ହେବାର ସମ୍ଭାବ୍ୟ ହୋଇପଡ଼ିଛି ା ପୂର୍ବ ଭାରତର ବିକାଶ ଦିଗରେ ପେଟ୍ରୋକେମିକାଲ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯେଉଁଥିରେ ଓଡ଼ିଶା ରାଜ୍ୟ ମଧ୍ୟ ଅଂଶୀଦାରୀ ପ୍ରମୁଖ ରାଜ୍ୟ ଭାବେ ଉଭାହେବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତିା ଓଡ଼ିଶା ରାଜ୍ୟରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ନେଇ ଓଡ଼ିଶାର ପ୍ରତିନିଧିଗଣ ସିଏଟ୍‌, ହାରସ୍‌ପେଟ୍‌, ଗ୍ଲେନ୍‌ ଆଦି ପ୍ରମୁଖ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର...

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri