ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: ଅପମୃତ୍ୟୁ ମାମଲା ହେଲା ହତ୍ୟା ମାମଲା

ଦିଗପହଣ୍ଡି,୧୫ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସୋଲ ପୋଖରୀ କାମ ଚାଲିଥିବା ବେଳେ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଅଖାରେ ଭର୍ତ୍ତି ଏକ ନରକଙ୍କାଳ ମିଳିଥିଲା। ପ୍ରାୟ ଦେଢ଼ବର୍ଷ ପୂର୍ବେ ଗାଁରୁ ନିଖୋଜ ହୋଇଯାଇଥିବା ଯୁବକ କାଳୁ ପ୍ରଧାନଙ୍କ ସ୍ତ୍ରୀ ସୁଲଭ ଏ ନେଇ ଥାନାରେ ଏତଲା ଦେଇଥିଲେ। ଘଟଣା ପରଦିନ ପୋଲିସ ପୋଖରୀ ନିକଟରେ ପହଞ୍ଚତ୍ ଉକ୍ତ କଙ୍କାଳ ଜବତ କରଥିଲା। ଏ ନେଇ ଅପମୃତ୍ୟୁ ମାମଲା (ନଂ.୨/୧୯) ରୁଜୁ କରାଯାଇ ଜବତ ହାଡ଼ଗୁଡ଼ିକର ଫେରେନସିକ୍‌ ଯାଞ୍ଚ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ମେଡ଼ିକାଲ ରିପୋର୍ଟ ଆଧାରରେ ଉକ୍ତ ଅପମୃତ୍ୟୁ ମାମଲାଟି ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି । ପୋଲିସ ନିଜ ଆଡ଼ୁ ଏତଲା ଦେଇଛି। ଥାନା ଏସ୍‌ଆଇ ମଧୁସ୍ମିତା ପ୍ରଧାନଙ୍କ ଏତଲାକୁ ଭିତ୍ତିକରି ନଂ. ୧୮୨/୧୯ ଦଫା ୩୦୨/୧୦୧ ଅନୁଯାୟୀ ଆଇଆଇସି ବସନ୍ତ କୁମାର ସେଠୀ ମରମଲା ରୁଜୁ କରିଛନ୍ତି। ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମେତ ଏକାଧିକ ବ୍ୟକ୍ତି ପୋଲିସ ସ୍କାନରରେ ଅଛନ୍ତି। କାଳୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ଏକ ଆଖରେ ପୁରାଇ ସେଥିରେ ପଥରଖଣ୍ଡ ବାନ୍ଧି ଘର ନିକଟ ସୋଲ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
କାଳୁ ଗତ ପ୍ରାୟ ୩ ବର୍ଷ ପୂର୍ବେ ନଡ଼ିଆ ତୋଳିବା ବେଳେ ଅସାବଧାନତାରୁ ଗଛରୁ ଖସି ପଡ଼ି ଗୁରୁତର ହୋଇଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ଅପରେଶନ କରାଯାଇ ଷ୍ଟିଲ ରଡ ଲାଗିଥିଲା। ପୋଖରୀରୁ ଉଦ୍ଧାର କଙ୍କାଳରେ ଷ୍ଟିଲ ରଡ଼ ଥିବା ଓ ଅଖାରୁ ମିଳିଥିବା ସାର୍ଟଟି କାଳୁଙ୍କର ବୋଲି ତାଙ୍କ ବାପା କାଶୀ ପ୍ରଧାନ ଚିହ୍ନଟ କରିଥିଲେ। ପଚରାଉଚରା ପରେ ପରକୀୟା ପ୍ରୀତିରୁ କାଳୁଙ୍କୁ ହତ୍ୟା କରାଯାଇଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଜବତ ହାଡ଼ ଓ ଖପୁରୀର ଫୋରେନସିକ୍‌ ଯାଞ୍ଚ ପରେ କାଳୁଙ୍କ ବୟସ ଓ ଉଚ୍ଚତା ପ୍ରାୟତଃ ସାମଞ୍ଜସ୍ୟ ରହୁଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନସିକ୍‌ ଲାବ୍ରୋଟେରୀର ଡିଏନଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ହତ୍ୟକାଣ୍ଡର ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି। ବୁଧବାର ପୋଲିସ କାଳୁଙ୍କ ବାପା, ସ୍ତ୍ରୀ ଓ ପୁଅଙ୍କୁ ଥାନାକୁ ଡ଼କାଇ ପୃଥକ୍‌ ଭାବେ ପଚରାଉଚରା କରିଥିବା ବେଳେ ଗ୍ରାମର କେତେଜଣଙ୍କ ବୟାନ ମଧ୍ୟ ରେକର୍ଡ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri