ଆସିକା,୪ା୧୧(ଡି.ଏନ୍.ଏ.)-ଆସିକା ଥାନା ଦେବଭୂମୀ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳା ପୋଡି ହୋଇ ଗୁରୁତର ହୋଇଥିଲେ। ସେହେଲେ ସେହି ଗ୍ରାମର ଟୁକୁନା ଚୌଧୁରୀଙ୍କ ସ୍ତ୍ରୀ ମାମାଲି। ବ୍ରହ୍ମପୁର ବଡ ମେଡିକାଲରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଶନିବାର ମାମାଲିଙ୍କ ମା’ ଆସିକା ଥାନାରେ ଅଭିଯୋଗ କରିଛନ୍ତି। ଅଧିକ ଯୌତୁକ ଲାଗି ତାଙ୍କ ଝିଅକୁ ଶାଶୁ ଓ ସ୍ବାମୀ କିରୋସିନି ଢାଳି ପୋଡି ମାରିଦେବା ଲାଗି ଉଦ୍ୟମ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଗତ ୨୦୧୩ରେ ମାମାଲିଙ୍କୁ ବିବାହ ସମୟରେ ଯାନିଯୌତୁକ ସହ ନଗଦ ୪୦ହଜାର ଟଙ୍କା ଦିଆଯାଇଥିଲା। ଆଉ ୮୦ ହଜାର ଟଙ୍କା ଆଣିବାକୁ ଦାବିକରି ଶାଶୁଘର ଲୋକେ ମାମାଲିଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି। ନଂ.୪୦୬/୧୯ରେ ଏକ ମାମଲା ରୁଜୁ କରି ପୋଲିସ ମାମାଲିଙ୍କ ସ୍ବାମୀ ଟୁକୁନା ଓ ଶାଶୁ ଉମାଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।