ପୋଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି : ବରିଷ୍ଠ ଅଧିକାରୀଙ୍କୁ ବିଭାଗ ବଣ୍ଟନ

କଟକ ଅଫିସ, ୫।୬: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ଜୁଲାଇ ୪ ତାରିଖରେ ଆରମ୍ଭ ହେବ। ରଥଯାତ୍ରା ପୂର୍ବରୁ ଆସନ୍ତା ୧୭ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୨ ତାରିଖରେ ନେତ୍ରୋ ଉତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୪ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୧ ତାରିଖରେ ନବମୀ ସନ୍ଧ୍ୟା ଦର୍ଶନ, ୧୨ ତାରିଖରେ ବାହୁଡ଼ା ଯାତ୍ରା, ୧୩ ତାରିଖରେ ସୁନାବେଶ, ୧୫ ତାରିଖରେ ନିଳାଦ୍ରୀବିଜେ ଭଳି ବହୁ କାର୍ଯ୍ୟକ୍ରମ ରହିଛି। ତେବେ ସମ୍ପୂର୍ଣ୍ଣ ରଥଯାତ୍ରାକୁ କିପରି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ସେଥିପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ରୋଡ ମ୍ୟାପ ପ୍ରସ୍ତୁତି କରିଛନ୍ତି। ପରିଚାଳନା ଦାୟିତ୍ୱରେ ୧୧ ଆଇପିଏସ୍‌ ଅଧିକାରୀଙ୍କ ସମେତ ୫ ଓପିଏସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୂଚାରରୂପେ ସମସ୍ତ କାର୍ଯ୍ୟ ହେବ ସେଥିପାଇଁ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ ମଙ୍ଗଳବାର ଓଡ଼ିଶା ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପୋଲିସ ପରିଚାଳନା ଏଡିଜି ସଞ୍ଜୀବ ପଣ୍ଡାଙ୍କ ଉପରେ ନ୍ୟସ୍ତ କରାଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ଆଇଜି ଏସ୍‌.କେ. ପ୍ରିୟଦର୍ଶୀ ଏବଂ ପୁରୀ ଜିଲା ଏସ୍‌ପି ଉମାଶଙ୍କର ମିଶ୍ରଙ୍କୁ କୁହାଯାଇଛି। ସୁରକ୍ଷା ଏବଂ ସ୍ବତନ୍ତ୍ର ବ୍ରାଞ୍ଚ ପରିଚାଳନା ଦାୟିତ୍ୱ ଗୋଇନ୍ଦା ବିଭାଗ ଆଇଜି ଆର୍‌.କେ.ଶର୍ମାଙ୍କୁ ଦିଆଯାଇଛି। ସେହିପରି ଟ୍ରାଫିକ ପରିଚାଳନା ଦାୟିତ୍ୱ ଆଇଜି ଅମିତାଭ ଠାକୁରଙ୍କୁ ଦିଆଯାଇଛି। ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଭଳି ଜନଗହଳି ହେବାକୁ ଥିବା ଦିନଗୁଡ଼ିକରେ ଟ୍ରାଫିକ ପରିଚାଳନା ଦାୟିତ୍ୱ ତାଙ୍କ ଉପରେ ରହିବ। ତାଙ୍କୁ ସହଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ପି ମଡକର ସନ୍ଦୀପ ସମ୍ପତ, ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର୍‌.ଙ୍କୁ କୁହାଯାଇଛି। ରେଲୱେ ପୋଲିସ ପରିଚାଳନା ଦାୟିତ୍ୱ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଦିଆଯାଇଛି। କିପରି କେଉଁ ଜାଗାରେ ଆର୍‌ପିଏଫ୍‌ ଅଫିସର, କର୍ମଚାରୀମାନେ କାର୍ଯ୍ୟ କରିବେ ତାହା ତାଙ୍କ ତତ୍ତ୍ବାବଧାନରେ ହେବ। ସେହିପରି ମନ୍ଦିର ଭିତର ସୁରକ୍ଷା ଦାୟିତ୍ୱ ଆଇଜି ଏସ୍‌.କେ. ପ୍ରିୟଦର୍ଶୀଙ୍କୁ ଦିଆଯାଇଛି। ତାଙ୍କୁ ମନ୍ଦିର ପ୍ରଶାସନ ଏବଂ ସେବାୟତ ନିୟୋଗଙ୍କ ସହ ଆଲୋଚନା କରି ମନ୍ଦିର ଭିତରର ସୁରକ୍ଷା ଦାୟିତ୍ୱ ସମ୍ଭାଳିବାକୁ କୁହାଯାଇଛି। ଜନଗହଳି ପରିଚାଳନା ଦାୟିତ୍ୱ ଆଇଜି ଅସିତ କୁମାର ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ଭିଡ଼ ପରିଚାଳନା ଦାୟିତ୍ୱରେ ସେ ରହିବେ। ତାଙ୍କୁ ଏଥିରେ ଆଇଜି ବିବେକାନନ୍ଦ ଶର୍ମା ସହଯୋଗ କରିବେ। କର୍ଡନ ପରିଚାଳନା ଦାୟିତ୍ୱ ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଛି। ବିଶେଷକରି ୩ଟି ରଥର କର୍ଡନ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯୋଗାଯୋଗ ପରିଚାଳନା ଦାୟିତ୍ୱ ଓପିଏସ୍‌ ଅଧିକାରୀ ବି.ଏନ୍‌. ଦାସଙ୍କୁ ଦିଆଯାଇଛି। କ୍ୟାମ୍ପ କମାଣ୍ଡାଣ୍ଟ ଦାୟିତ୍ୱ କମାଣ୍ଡାଣ୍ଟ ବି.କେ. ନନ୍ଦଙ୍କୁ ପ୍ରଦାନ କରାଯାଇଛି। ସେ ସମସ୍ତ ଫୋର୍ସମାନଙ୍କର ଯିବା ଆସିବା ଏବଂ ରିପୋର୍ଟିଂ କରିବାରେ ସମୟ ନିର୍ଦ୍ଧାରଣ କରିବେ। ଭିଆଇପିମାନଙ୍କ ସୁରକ୍ଷା ଦାୟିତ୍ୱ କମାଣ୍ଡାଣ୍ଟ ଆର୍‌.କେ. ସାହୁଙ୍କୁ ପ୍ରଦାନ କରାଯାଇଛି। କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଓପିଏସ୍‌ ଅଧିକାରୀ ଏସ୍‌.ସି. ପାହୀଙ୍କୁ ଦିଆଯାଇଛି। ପୁରୀ ଟାଉନର କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ତାଙ୍କୁ ରଖାଯାଇଛି। ତେବେ ମୋଟ ଉପରେ ପୋଲିସ ପରିଚାଳନା ଦାୟିତ୍ୱ ପୁରୀ ଏସ୍‌ପି ଉମାଶଙ୍କର ଦାସଙ୍କ ଉପରେ ନ୍ୟସ୍ତ ଥିବା ବେଳେ ପରିଚାଳନା କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Subhadra Yojana: ବିଜେଡି ଡରିଗଲାଣି, ଔଷଧ ବିକଳରେ ତାଟିଆ କାମୁଡୁଛି’

ଭୁବନେଶ୍ୱର,୭।୯: ‘ସୁଭଦ୍ରା’କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର...

କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ

ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ...

ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ…

ଭୁବନେଶ୍ୱର,୭।୯: ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ...

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି…

ଭୁବନେଶ୍ୱର,୭।୯: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି  ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri