ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି, ୨୩ା୪(ଡି.ଏନ୍‌.ଏ): ମାଲକାନଗିିରି ଜିଲାରେ ପୁଣି ଲାଲ୍‌ବାହିନୀ ସକ୍ରିୟ ହୋଇଛି। ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ ଅଘଟଣା ଘଟାଇବା ନେଇ ଯୋଜନା କରୁଥିବା ଖବର ପାଇ ଗତ ୨ ଦିନ ଧରି ଏସ୍‌ଓଜି ଯବାନମାନେ କୋମ୍ବିଂ ଅପରେଶନ ଚଳାଇଥିଲେ। ବୁଧବାର ଉଭୟ ପକ୍ଷ ମୁହଁ।ମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ସହ ମୁକାବିଲା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ ମାଓବାଦୀ ପୋଷାକ, କିଟ୍‌ବ୍ୟାଗ୍‌, ବିସ୍ଫୋରକ ସାମଗ୍ରୀ, ସୋଲାର ଓ ଖାଦ୍ୟ ସାମଗ୍ରୀ ଜବତ କରିଥିବା ଏସ୍‌ପି ରିଷିକେଶ ଡି.ଖିଲାରି କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ଜମି ହାତେଇବା ଉଦ୍ୟମ, ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ…

ପୁରୀ,୧୬ା୧୧: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦାୟର କରାଯାଇଛି। ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି...

ଜଣେ କି ଦୁଇ ଜଣ ନୁହନ୍ତି, ଏକାବେଳକେ ଟଳିପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ଼ କାଙ୍କେର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୫ ମାଓବାଦୀଙ୍କ ମୃତ୍ୟୁ ...

ଦୁଇ ପରିବାରର ବିବାଦ ନେଇ ମେଡିକାଲରେ ୩ ଦିନ ପଡ଼ିରହିଲା ମୃତଦେହ

ଧରାକୋଟ,୧୬ା୧୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗାଙ୍ଗପୁରର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ କାରଣ ଅସ୍ପଷ୍ଟ ରହିଛି।...

ଖତଗଦାରେ ଲୁଚାଇ ରଖିଥିଲେ ଲକ୍ଷାଧିକ ଚୋରି ଟଙ୍କା, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଭୋଗରାଇ,୧୬ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।...

ଅନାସ୍ଥା ଭୋଟ୍‌ରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା, ମନ୍ତ୍ରୀ କହିଲେ…

ଢେଙ୍କାନାଳ,୧୬ା୧୧(ରତନ ନାୟାର): ଅନାସ୍ଥାରେ ହାରିଗଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଫଳରେ ସଦରରେ ଭୁଶୁଡ଼ି ପଡ଼ିଛି ବିଜେଡି ଗଡ଼। ଶନିବାର ଅନାସ୍ଥା ଭୋଟିଂ...

ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନଶ୍ୱର,୧୬ା୧୧: ଓଡ଼ିଶାର ଦୁଗ୍ଧଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଦୁଗ୍ଧଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ...

ବାଲିଯାତ୍ରା କି ବାଣିଜ୍ୟ ମେଳାରେ ଦାରିଙ୍ଗବାଡ଼ି କଫିର ଚାହିଦା ନାହିଁ, ପ୍ରଚାର ପ୍ରସାର ପାଇଁ ଯଦି…

ଦାରିଙ୍ଗବାଡ଼ି,୧୬ା୧୧(ଅରୁଣ ସାହୁ): ଜୈବିକ ପଦ୍ଧତିିରେ ଦାରିଙ୍ଗବାଡ଼ି କଫି ଚାଷ କରାଯାଉଛି। କୋରାପୁଟ ପରେ ଦାରିଙ୍ଗବାଡ଼ି କଫିର ବହୁତ ଚାହିଦା ରହିଛି ହେଲେ ଦାରିଙ୍ଗବାଡ଼ି କଫିକୁ ନେଇ...

କେଏଲ୍‌ ରାହୁଲଙ୍କ ଉପରେ ଟଙ୍କା ବର୍ଷା: ନିଲାମ୍‌ ପୂର୍ବରୁ ଅଶ୍ୱିନ୍‌ କଲେ ବଡ଼ ଖୁଲାସା

ନୂଆଦିଳ୍ଲୀ,୧୬।୧୧: କେଏଲ୍‌ ରାହୁଲଙ୍କ ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏକ ମକ୍‌ ନିଲାମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri