ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ;୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦: ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ ପୌର ପ୍ରଶାସନ ଇପିଏଫ୍‌ ଫଣ୍ଡରେ ଜମା କରୁନାହିଁ। ଦୀର୍ଘ ୯ ମାସ ହେବ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରି ଖାମଖିଆଲି କାର୍ଯ୍ୟ ଯୋଗୁ ଆଗାମୀ ଦିନରେ ପୌର ପ୍ରଶାସନକୁ ହଜାର ହଜାର ଟଙ୍କା ଅଯଥାରେ ଜରିମାନା ବାବଦକୁ ଦେବାକୁ ପଡ଼ିବ। ତେବେ ଉକ୍ତ ଜରିମାନା ଅର୍ଥ ପୌରପାଳିକା କେଉଁ ଫଣ୍ଡରୁ ନେବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ପୌରପାଳିକାରେ ଏବେ ପ୍ରାୟ ୮୦ ଜଣ କର୍ମଚାରୀଙ୍କ ଦରମାରୁ ଇପିଏଫ ବାବଦ ଅର୍ଥ କଟାଯାଉଛି। କର୍ମଚାରୀଙ୍କ ଦରମାରୁ ୧୨.୫ ପ୍ରତିଶତ କଟୁଥିବା ବେଳେ ନିୟମ ଅନୁଯାୟୀ ପୌରପାଳିକା ୧୨.୫ ପ୍ରତିଶତ ଜମା କରୁଛି। ହେଲେ ଗତ ଜାନୁୟାରୀ ମାସରୁ ଏହା ସିଧାସଳଖ ଇପିଏଫ୍‌ ଫଣ୍ଡରେ ଜମା ନ କରାଯାଇ ବ୍ୟାଙ୍କରେ ରଖାଯାଉଛି। କେଉଁ କାରଣରୁ ପୌର କର୍ତ୍ତୃପକ୍ଷ ଟଙ୍କା ଇପିଏଫ୍‌ ଫଣ୍ଡରେ ଜମା କରୁନାହାନ୍ତି ସେ ନେଇ କେହି ମୁହଁ ଖୋଲୁ ନ ଥିବା ବେଳେ ଏଣେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିୟମ ଅନୁଯାୟୀ ପ୍ରତି ମାସର ଦରମାରୁ କଟିଥିବା ଇପିଏଫ୍‌ ଅର୍ଥ ପରବର୍ତ୍ତୀ ମାସ ମଧ୍ୟରେ ଜମା ହେବା କଥା। ନଚେତ ଭବିଷ୍ୟନିଧି ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟାଳୟ ଉପରେ ପେନାଲ ଡ୍ୟାମେଜ ଚାର୍ଜ ଲଗାଯାଇଥାଏ। ଏହାକୁ ଦୃଷ୍ଟିରେ ରଖିଲେ ପୌରପାଳିକା ଉପରେ ୯ ମାସର ପେନାଲ ଡ୍ୟାମେଜ ଚାର୍ଜ ଲାଗିବ। ସ୍ଲାବ ଅନୁଯାୟୀ ଚାର୍ଜ ଲାଗୁ କରାଯାଉଥିବାରୁ ଜରିମାନା ବାବଦରେ ପୌରପାଳିକାକୁ ବହୁ ପରିମାଣର ଅର୍ଥ ଜମା କରିବାକୁ ପଡ଼ିବ। ସେହିପରି ପୌରପାଳିକା ଇପିଏଫ ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛି ତାହା ଇପିଏଫ ବିଭାଗ ସହ ଲିଙ୍କ୍‌ ନ ଥିବାରୁ ସେଥିରୁ ଟଙ୍କା ଭରଣା କରିବା ମଧ୍ୟ ସମସ୍ୟା ହେଉଛି। କିନ୍ତୁ ଏହା ପଛରେ ପ୍ରକୃତରେ କ’ଣ କାରଣ ରହିଛି ତାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ପୌରନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, କିଛି ଅସୁବିଧା ଥିବାରୁ ଏହା ଜମା ହୋଇପାରିନାହିଁ। ତୁରନ୍ତ ଅର୍ଥ କିପରି ଇପିଏଫ୍‌ ଫଣ୍ଡରେ ଜମା କରାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri